ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଓଲା ଡ୍ରାଇଭରଙ୍କ ନାଁ ଦେଖି କଷ୍ଟମର୍ କ୍ୟାନସେଲ୍ କଲେ କ୍ୟାବ୍, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୪/୭ :  ଆଜିକାଲି ଓଲା ଏବଂ ଉବେର ଭଳି କମ୍ପାନୀ କାରଣରୁ ବୁଲିବା ବହୁତ ସହଜ ଏବଂ ସୁବିଧା ହୋଇଯାଇଛି । ଏହି କମ୍ପାନୀ ନିଜ ଗ୍ରାହକଙ୍କ ପୂରା ସୁରକ୍ଷାର ଧ୍ୟାନ ରଖିଥାନ୍ତି । ଏଥିଲାଗି ତାଙ୍କୁ ଗାଡ଼ି ଚଳାଇବା ଡ୍ରାଇଭରଙ୍କ ନାଁ ଏବଂ ଲୋକେଶନ ଦେଖାଯାଇଥାଏ । ଏହାସହ ଯଦି ଜୁରୁରୀ ହୁଏ ତ ଗ୍ରାହକ ନିଜ ରାଇଡ ରଦ୍ଦ ବି କରିପାରନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ ଏବେ ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି । ଯିଏ କ୍ୟାବ୍ ରଦ୍ଦ କରିବାର ବହୁତ ମଜାଳିଆ କାରଣ କରିଛନ୍ତି ।

ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ପୋଷ୍ଟକୁ @timepassstruggler ନାମକ ଏକ ଆକାଉଣ୍ଟ ଦ୍ବାରା ସେୟାର କରାଯାଇଛି । ଏହି ପୋଷ୍ଟରେ ଓଲାର ମେସେଜ ଦେଖାଯାଇଛି । ପ୍ରକୃତରେ ଏହା ଓଲା ତରଫରୁ ଆସିଥିବା ନୋଟିଫିକେଶନର ସ୍କ୍ରିନଶଟ ଅଟେ । ଯେଉଁଥିରେ ଲେଖାଯାଇଛି କି, ୟମରାଜ ପହଞ୍ଚି ସାରିଛନ୍ତି ଏବଂ ଆପଣଙ୍କ ଲୋକେଶନରେ ଅପେକ୍ଷା କରିଛନ୍ତି ।‘ ପୋଷ୍ଟର ଡେସ୍କ୍ରିପଶନରେ ଆଉ ଟିକେ କୁହାଯାଇଛି କି ମ୍ୟାସେଜ କିଭଳି ଆସିଥିଲା ।

ଡେସ୍କ୍ରିପଶନରେ ଲେଖାଯାଇଛି କି,‘ କର୍ଣ୍ଣାଟକରେ କୌଣସି ଜଣେ ବ୍ୟକ୍ତି ଓଲା କ୍ୟାବ୍ ବୁକ୍ କରିଥିଲେ, କିନ୍ତୁ ଡ୍ରାଇଭରଙ୍କ ନାଁ ଦେଖି ରାଇଡ କ୍ୟାନସେଲ କରିଦେଲେ । ’ ହିନ୍ଦୁ ଧର୍ମରେ ୟମରାଜଙ୍କ ମୃତ୍ୟୁର ଦେବତା କୁହାଯାଏ । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ କି କଷ୍ଟମର ରାଇଡ ନେବା ବଦଳରେ ତାହାକୁ କ୍ୟାନସେଲ କରିଦେଲେ ।

ପୋଷ୍ଟର କ୍ୟାପଶନରେ ଲେଖାଯାଇଛି କି, ‘ୟମରାଜ ପହଞ୍ଚି ସାରିଛନ୍ତି ଏବଂ ଆପଣଙ୍କୁ ନର୍କକୁ ନେଇଯିବା ଲାଗି ପ୍ରସ୍ତୁତ ଅଛନ୍ତି ’। ଏହାସହ କେତେକ ହସିବା ଇମୋଜୀ ବି ଲଗାଯାଇଛି । ନେଟିଜେନ୍ସ କମେଣ୍ଟ ସେକ୍ଶନରେ ଏହି କ୍ଲିପ୍ ଉପରେ ନିଜ ମଜାଦାର ରିଆକ୍ସନ ସେୟାର କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି କି, ‘ୟମରାଜ ତ ହେବେ’। ଅନ୍ୟ ଜଣେ ୟୁଜର କହିଛନ୍ତି କି,‘କିଛି ସମୟ ପର୍ଯ୍ୟନ୍ତ ଦୂର କରାଯାଇପାରେ, କିନ୍ତୁ ୟମରାଜଙ୍କଠାରୁ କେହି ବଞ୍ଚି ପାରିନାହାନ୍ତି’ । ଏହି ପୋଷ୍ଟକୁ ଏବେ ପର୍ଯ୍ୟନ୍ତ ୪ଲକ୍ଷ ୪୪ହଜାରରୁ ଅଧିକ ଲାଇକ୍ ଏବଂ ୪କୋଟିରୁ ଅଧିକ ଥର ଦେଖି ସାରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.