ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ହାଥରସ୍ ଦଳାଚକଟା ଘଟଣା, ୨୦ ସେବକ ଗିରଫ

ନୂଆଦିଲ୍ଲୀ,୪।୭: ଉତ୍ତର ପ୍ରଦେଶର ହାଥରସ୍ ଦଳଚକଟା ଘଟଣାରେ ଏପର୍ଯ୍ୟନ୍ତ ୧୨୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ଏହି ମାମଲାରେ ପୋଲିସ ୨୦ ଜଣ ସେବକଙ୍କୁ ଗିରଫ କରିଛି। ଏବେ ସେମାନଙ୍କୁ ପଚରା ଉଚରା କରାଯାଉଛି।ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି।ଏହି ଟିମ୍‌ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି। ସେ ବର୍ତ୍ତମାନ ଫେରାର ଅଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଗୃହ ବିଭାଗ ବୁଧବାର ରାତିରେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବ୍ରଜେଶ କୁମାର ଶ୍ରୀବାସ୍ତବ ଦ୍ବିତୀୟଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରିଛି। ଆୟୋଗର ମୁଖ୍ୟାଳୟ ଲକ୍ଷ୍ନୌରେ ରହିବ। ଆୟୋଗକୁ ଦୁଇ ମାସରେ ନିଜର ଯାଞ୍ଚ ଶେଷ କରିବାକୁ ହେବ। 

ଉଲ୍ଲେଖନୀୟ ଯେ, ମଙ୍ଗଳବାର ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ ଦଳଚକଟା ସ୍ଥିତି ଉପୁଜିଥିଲା। ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.