ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲା: କିଙ୍ଗ୍‌ପିନ୍‌ ଅମନ ସିଂ ଗିରଫ

Image source: India Today

ନୂଆଦିଲ୍ଲୀ,୦୪/୦୭: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌  ମାମଲାରେ ସିବିଆଇ ବୁଧବାର କିଙ୍ଗ୍‌ପିନ୍‌ ଅମନ ସିଂଙ୍କୁ  ଝାଡ଼ଖଣ୍ଡର ହଜାରିବାଗରୁ ଗିରଫ କରିଛି । ସେ ପେପର  ଲିକ୍‌ ର‌୍ୟାକେଟର ମୁଖ୍ୟ ବୋଲି ସିବିଆଇ ଅଧିକାରୀଙ୍କ  ସୂତ୍ରରୁ ଜଣାପଡ଼ିଛି । ଅମନଙ୍କୁ ମିଶାଇ ମାମଲାରେ ମୋଟ ୭  ଜଣଙ୍କୁ ଗିରଫ କରାଗଲାଣି । 

ରବିବାର ସିବିଆଇ ଗୁଜରାଟର  ଗୋଧ୍ରାରୁ ଏକ ଘରୋଇ ସ୍କୁଲର ମାଲିକ ଦିକ୍ଷିତ ପଟେଲଙ୍କୁ  ଗିରଫ କରିଥିଲା । ସେ ପରୀକ୍ଷାର୍ଥୀଙ୍କଠାରୁ ୫ରୁ ୧୦ ଲକ୍ଷ  ଟଙ୍କା ନେଇ ପରୀକ୍ଷାରେ ସେମାନଙ୍କ ନମ୍ବର ବଢ଼ାଇବା  ଲାଗି ପ୍ରତିଶ୍ରୁତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।  ନିଟ୍‌ରେ ଅନିୟମିତତା ଘଟଣାରେ ଜୁନ୍‌ ୨୩ରେ ସିବିଆଇ  ଅପରାଧିକ ମାମଲା ରୁଜୁ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.