ପ୍ରମୂଖ ଖବର
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ବିହାରରେ କାହିଁକି ଭୁଶୁଡ଼ୁଛି ଗୋଟିଏ ପରେ ଗୋଟିଏ ପୋଲ? ୧୫ ଦିନରେ ସାମ୍ନାକୁ ଆସିଲାଣି ୯ଟି ମାମଲା

Image source: LiveHindustan

ପାଟଣା, ୦୪/୦୭: ବିହାରର ଶାରଣ ଜିଲ୍ଲାରେ ଗୋଟିଏ ଦିନରେ ଦୁଇଟି ପୋଲ ଭାଙ୍ଗି ଯାଇଛି। ଗତ ୧୫ ଦିନରେ ବିହାରର ବିଭିନ୍ନ ସ୍ଥାନରେ ୯ଥର ବ୍ରିଜ୍‌ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଲାଣି। ବାରମ୍ବାର ବ୍ରିଜ୍‌ ଭାଙ୍ଗିବା କାରଣରୁ ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସ୍କୁଲ ଓ ହସ୍ପିଟାଲ ଆଦି ଅତ୍ୟାବଶ୍ୟକ ସ୍ଥାନକୁ ଯିବା ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜି ଯେଉଁ ଦୁଇଟି ପୋଲ ଭାଙ୍ଗିଛି, ଉଭୟ ଗଣ୍ଡକି ନଦୀ ଉପରେ ଥିଲା। ବିହାରରେ ଲଗାତାର ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନହିତ ଆବେଦନ କରାଯାଇଛି। 

ସୁପ୍ରିମକୋର୍ଟରେ ହୋଇ‌ଥିବା ଜନହିତ ଆବେଦନରେ ଦାବି କରାଯାଇଛି ଯେ, ବିହାରରେ ‌‌ଥିବା ସମସ୍ତ ପୂରୁଣା ବ୍ରିଜ୍‌ ଗୁଡ଼ିକର ଉଚ୍ଚସ୍ଥରୀୟ ଗୁଣବତ୍ତା ଯାଞ୍ଚ କରଯାଉ। ଏଥିରୁ ପୂରୁଣା ତଥା ଦୁର୍ବଳ ହୋଇପଡ଼ିଥିବା ପୋଲ ଗୁଡ଼ିକୁ ଭାଙ୍ଗି ସେଠାରେ ପୁନଃ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ତତ୍‌ ସହିତ ଯେଉଁ ପୋଲଗୁଡ଼ିକର ମରାମତି କରାଯାଇପାରିବ, ସେଗୁଡ଼ିକୁ ମଧ୍ୟ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଏ। 

ଆବେଦନକାରୀ ଏହି ଜନହିତ ଆବେଦନର ତ୍ବରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ଅନେକ ଗୁଡ଼ିଏ ପୋଲ ଭାଙ୍ଗିବା କାରଣରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହେବା ସହିତ ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କ‌ଥା ହେଉଛି ତମାମ ଘଟଣାରେ କିଛି  ଲୋକଙ୍କର ମୃତ୍ୟୁ ହୋଇ‌ଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଆବେଦନାରୀ କହିଛନ୍ତି ଯେ, ବିହାରରେ ବର୍ଷା ଋତୁରେ ପୋଲ ଭୁଶୁଡ଼ିବା ଆହୁରି ଚିନ୍ତାଜନକ ଓ ଏହାଦ୍ବାରା ସଂଖ୍ୟାଧିକ ଲୋକ ପ୍ରଭାବି୍‌ତ ହେଉଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.