ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଦାରିଦ୍ର‌୍ୟ ଦୂରିକରଣରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି: ୨୧.୨%ରୁ ୮.୫%କୁ କମିଲା ଦାରିଦ୍ର‌୍ୟ ହାର,ଗ୍ରାମୀଣରେ ୮.୬%କୁ ଖସିଲା

ନୂଆଦିଲ୍ଲୀ,୦୪/୦୭: ଦାରିଦ୍ର‌୍ୟ ଦୂରୀକରଣରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି ।  ୨୦୧୧-୧୨ରେ ଦେଶରେ ଦାରିଦ୍ର‌୍ୟ ହାର ୨୧.୨% ଥିବାବେଳେ ୨୦୨୨-୨୪ରେ ଏହା ୮.୫%କୁ ହ୍ରାସ ପାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ମହାମାରୀଜନିତ ଆହ୍ୱାନ ସତ୍ତେ୍ୱ ଦେଶର ଦାରିଦ୍ର‌୍ୟ ହାର ଖସିଥିବା ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଏନ୍‌ସିଏଇଆର୍‌ ଏହାର ରିସର୍ଚ୍ଚ ପେପର୍‌ରେ ପ୍ରକାଶ କରିଛି । କୋଟି କୋଟି ଭାରତୀୟଙ୍କ ଜୀବନ ମାନରେ ଉନ୍ନତି ଆସିଥିବା ଏଥିରୁ ସ୍ପଷ୍ଟ ପ୍ରତିଫଳିତ ହେଉଥିବା ଏହା ପ୍ରକାଶ କରିଛି । 

ଏହି ପେପର୍‌ର ନାଁ ରହିଛି ‘ରିଥିଙ୍କିଙ୍ଗ୍‌ ସୋସିଆଲ ସେଫ୍ଟି ନେଟ୍‌ସ ଇନ୍‌ ଏ ଚେଞ୍ଜିଂ ସୋସାଇଟି’ । ନ୍ୟାସ୍‌ନାଲ କାଉନ୍‌ସିଲ୍‌ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚ (ଏନ୍‌ସିଏଇଆର)ର ସୋନାଲ୍‌ଡେ ଦେଶାଇଙ୍କ ନେତୃତ୍ୱାଧୀନ ଅର୍ଥନୀତିଜ୍ଞମାନଙ୍କ ଏକ ଟିମ୍‌ ଦ୍ୱାରା ଏହି ସର୍ଭେ କରାଯାଇଥିଲା । 

ତଥ୍ୟ ଅନୁସାରେ, ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଦେଶର ଦାରିଦ୍ର‌୍ୟ ହାର ୩୮.୬%ରୁ ୨୧.୨%କୁ ହ୍ରାସ ପାଇଛି । ଏହାପରେ ୨୦୧୧-୧୨ରୁ ୨୦୨୨-୨୪ ମଧ୍ୟରେ ଏହା ପୁନଃ ୨୧.୨%ରୁ ୮.୫%କୁ ଖସିଛି । ବିଶେଷକରି ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ଫଳରେ ଦେଶରେ ଦାରିଦ୍ର‌୍ୟ ହାର କମିଥିବା ରିସର୍ଚ୍ଚ ପେପର୍‌ରେ ଉଲ୍ଲେଖ କରାଯାଇଛି । ସମାଜର ବୃହତ୍‌ ଭାଗ ଲୋକଙ୍କୁ ଦାରିଦ୍ୟମୁକ୍ତ କରିବା ପାଇଁ ପାରମ୍ପରିକ ରଣନୀତିମାନ ତିଆରି ହୋଇଥିବା ଏଥିରେ କୁହାଯାଇଛି ।

ରିପୋର୍ଟ ଅନୁସାରେ, ଗ୍ରାମାଞ୍ଚଳରେ ଦାରିଦ୍ର‌୍ୟ ହାର ବଡ଼ ଆକାରରେ ଖସିଛି । ଏହା ୨୦୧୧-୧୨ରେ ୨୪.୮% ଥିବାବେଳେ ବର୍ତ୍ତମାନ ୮.୬%କୁ ଖସିଛି । ସହରାଞ୍ଚଳରେ ଏହା ୧୩.୪%ରୁ ୮.୪%କୁ ହ୍ରାସ ପାଇଛି । ଏହା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ଅନୁମାନକୁ ପାର୍‌ କରିଛି । ଏସ୍‌ବିଆଇ ରିସର୍ଚ୍ଚ ଅନୁମାନ କରିଥିଲା ଯେ, ଗ୍ରାମୀଣ ଦାରିଦ୍ର‌୍ୟ ହାର ୭.୨% ଏବଂ ସହରାଞ୍ଚଳ ଦାରିଦ୍ର‌୍ୟ ହାର ୪.୬% ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.