ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ସ୍ବାମୀ ପ୍ରେମାନନ୍ଦ ମହାରାଜଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ରାଧା ନିଙ୍କୁଜ ଆଶ୍ରମର ସ୍ବାମୀ ପ୍ରେମାନନ୍ଦ ମହାରାଜ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ ମଧ୍ୟପ୍ରଦେଶର ପ୍ରବଚକ ପ୍ରଦୀପ ମିଶ୍ର ଏବଂ ତାଙ୍କ ମଧ୍ୟରେ ରାଧାରାଣୀଙ୍କ ଜନ୍ମସ୍ଥାନକୁ ନେଇ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଥିଲା । ପ୍ରେମାନନ୍ଦ ମହାରାଜ ଏହି ପ୍ରସଙ୍ଗକୁ ନେଇ ପ୍ରଦୀପ ମିଶ୍ରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ଏହା ପରେ ପ୍ରଦୀପ ମିଶ୍ର ବରସାନା ଆସି ନିଜର ମନ୍ତବ୍ୟ ପାଇଁ ରାଧାରାଣୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ । ଏବେ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟର ଅଧ୍ୟକ୍ଷ ଆଶୁତୋଷ ପାଣ୍ଡେୟ ପ୍ରେମାନନ୍ଦ ମହାରାଜଙ୍କ ଉପରେ ଅନେକ ଅଭିଯୋଗ ଆଣିଛନ୍ତି । 

ପ୍ରେମାନନ୍ଦ ମହାରାଜ ମିଛ କହୁଛନ୍ତି ଏବଂ କିଡନୀ ଫେଲ୍‌ ହୋଇଥିବା କହି ଡ୍ରାମା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।  ଆଶୁତୋଷ ପାଣ୍ଡେୟ ପ୍ରେମାନନ୍ଦ ମହାରାଜଙ୍କୁ ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ,  ଆପଣ ଭଗବାନ ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ କେବେ ଦାବି କରିନାହାନ୍ତି । ଆପଣ ଡ୍ରାମା କରୁଛନ୍ତି ଯେ କିଡନୀ ଖରାପ ଅଛି । ଯଦି ସତରେ କିଡନୀ ଖରାପ ତେବେ ସାର୍ବଜନୀନ ଭାବରେ ଆପଣ କୌଣସି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତୁ । ଏହାର ରିପୋର୍ଟ ଜାରି କରି ଲୋକମାନଙ୍କୁ ଜଣାନ୍ତୁ । ଆପଣଙ୍କ ଭଳି ସନ୍ଥମାନେ ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ଠକେଇ କରୁଛନ୍ତି ।

ସେ ଆହୁରି ଲେଖିଛନ୍ତି ଯେ,  ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ସଂଗ୍ରାମ କରୁଥିବା ଲୋକମାନଙ୍କ ସହାୟତା କରିବା ଆବଶ୍ୟକ । ପାଣ୍ଡେୟ ନିଜ ଚିଠି ମାଧ୍ୟମରେ ପ୍ରେମାନନ୍ଦ ମହାରାଜଙ୍କ ପାଖରେ ଦାବି କରିଛନ୍ତି ‌ଯେ, ‘ଗୋଟିଏ ମାସ ଭିତରେ କୌଣସି ସରକାରୀ ହସ୍ପିଟାଲରେ କିଡନୀ ଚେକଅପ୍‌ କରାଇ ରିପୋର୍ଟ ସାର୍ବଜନୀନ କରିବା ଆବଶ୍ୟକ । ଯଦି ସେ ଏଭଳି ନକରନ୍ତି ତେବେ ଟ୍ରଷ୍ଟ ତାଙ୍କ ବିରୋଧରେ କୋର୍ଟ ଯିବାକୁ ବାଧ୍ୟ ହେବ । 

ସେପଟେ ଅଶୁତୋଷ ପାଣ୍ଡେୟଙ୍କ ଅଭିଯୋଗ ଉପରେ ପ୍ରେମାନନ୍ଦ ମହାରାଜଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ପ୍ରେମାନନ୍ଦ ମହାରାଜଙ୍କ ପ୍ରକୃତ ନାମ ଅନିରୁଦ୍ଧ କୁମାର ପାଣ୍ଡେୟ । ସେ କାନପୁରର ବାସିନ୍ଦା । ସେ ନିଜର ଜୀବନ ରାଧାରାଣୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ସମର୍ପିତ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.