ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପ୍ରଥମେ ହିଜାବ ଏବେ ଟି-ସାର୍ଟ, ଫଟା ଜିନ୍ସ ଉପରେ ଲାଗିଲା ବ୍ୟାନ୍: ଏହି କଲେଜ୍‌ରେ ଲାଗୁ ହେଲା ଡ୍ରେସ୍ କୋଡ୍ ନିୟମ

ମୁମ୍ବାଇ,୨।୭: ଚେମ୍ବୁର ସ୍ଥିତ ଏକ କଲେଜରେ ଡ୍ରେସ କୋଡ୍‌କୁ ନେଇ କଡା ନିୟମ।  ଏନଜଜି ଆଚାର୍ଯ୍ୟ ଆଣ୍ଡ ଡିକେ ମରାଠା କଲେଜ୍ ଅଫ୍ ଆର୍ଟସ୍‌, ସାଇନ୍ ଆଣ୍ଡ କମର୍ସରେ ଡ୍ରେସ୍ କୋଡ୍‌କୁ ନେଇ ନୂଆ ଗାଇଡ ଲାଇନ୍ ଜାରି କରାଯାଇଛି। କଲେଜ ପ୍ରଶାସନ କଡା ନିର୍ଦେଶ ଦେଇଛନ୍ତି ଯେ, ଛାତ୍ରମାନେ ରିପ୍‌ଡ ଜିନ୍ସ ବା ଚିରା ଜିନ୍ସ, ଟି-ସାର୍ଟ କିମ୍ବା ଖୋଲା କପଡା ପିନ୍ଧି ଆସିପାରିବେ। କଲେଜ ଆସିବା ସମୟରେ ଛାତ୍ରଛାତ୍ରୀ ଫର୍ମାଲ କପଡା ପିନ୍ଧିବାକୁ ନିର୍ଦେଶ ଦେଇଛନ୍ତି। ସେଭଳି ଝିଅଙ୍କ ଡ୍ରେସ୍ କୋଡ୍‌କୁ ନେ ମଧ୍ୟ କଲେଜ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। 

କଲେଜ ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଏହା ଅନୁସାରେ, ସବୁ ଛାତ୍ର କ୍ୟାମ୍ପସରେ ଫର୍ମାଲ କପଡା ପିନ୍ଧି ପାରିବେ। ଛାତ୍ରୀମାନେ ହିଜାବ, ବୁର୍ଖା ଆଦି ଧାର୍ମିକ ବସ୍ତ୍ରକୁ ପିନ୍ଧିବାକୁ ଅନୁମତି ଦିଆଯାଇ ନାହିଁ। କଲେଜ ପ୍ରଶାସନ କହିଛି, ହିଜାବ, ବୁର୍ଖା ଭଳି କପଡା ଡ୍ରେସ୍ କୋଡ୍ ଅନୁସାରେ ଆସେନି, ତେଣୁ ତାଙ୍କ ଉପରେ କଟକଣା ଲଗାଇ ଦିଆଯାଇଛି।  ଯଦି ଛାତ୍ରଛାତ୍ରୀମାନେ ଏହି ଡ୍ରେସ୍ କୋଡ୍‌ର ପାଳନ କରନ୍ତି ତେବେ ତାଙ୍କୁ କଲେଜ୍ ଗେଟ୍‌ରୁ ଫେରାଇ ଦିଆଯିବ।

ଏହି ନୋଟିସ୍  ସୋମବାରଠାରୁ ଜାରି କରାଯାଇଛି। ମଙ୍ଗଳବାର ଯେଉଁ  ଛାତ୍ର ଛାତ୍ରୀମାନେ ଡ୍ରେସ୍ କୋଡ୍ ନିୟମକୁ ପାଳନ ନକରି କଲେଜକୁ ଯାଇଥିଲେ ତାଙ୍କୁ ଗେଟ୍‌ରୁ ଫେରାଇ ଦିଆଯାଇଥିଲା। ଛାତ୍ରଙ୍କୁ କ୍ୟାମ୍ପରେ ଔପଚାରିକ ଓ ସଭ୍ୟ ପୋଷାକ ପିନ୍ଧିବା ଦରକାର। ସେମାନେ ହାଫ୍ ସାର୍ଟ କିମ୍ବା ଫୁଲ୍‌ ସାର୍ଟ ଓ ଟ୍ରାଉଜର ପିନ୍ଧିପାରିବେ। ସେଭଳି ଝିଅମାନେ କୌଣସି ଭାରତୀୟ କିମ୍ବା ପାଶ୍ଚାତ୍ୟ ପରିଧାନ ପିନ୍ଧି ପାରିବେ। ଏଭଳି କୌଣସି ପରିଧାନ ନପିନ୍ଧନ୍ତୁ, ଯାହାକି ଧର୍ମ କିମ୍ବା ସାଂସ୍କୃତିକ ଅସମାନତାକୁ ଦର୍ଶାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.