ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

କେଜ୍ରିୱାଲଙ୍କ ଆବେଦନ ପରେ CBIକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପକ୍ଷରୁ ଗିରଫ କରି ୩ଦିନ ଯାଏ ରିମାଣ୍ଡରେ ରଖାଯାଇ ଥିବା , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। ଆମ୍‌ ଆଦମୀ ପାର୍ଟିର ମୁଖ୍ୟଙ୍କ ପକ୍ଷରୁ ଗିରଫ ଓ ରିମାଣ୍ଡ ନେଇ ଦିଆ ଯାଇଥିବା ଚ୍ୟାଲେଞ୍ଜରେ କୋର୍ଟ ସିବିଆଇ ଠାରୁ ଜବାବ ମାଗିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଏବେ ୧୭ ଜୁଲାଇରେ ହେବ।

କେଜ୍ରିୱାଲଙ୍କର ପିଟିସନରେ ବିଚାରପତି ନିନା ବନ୍ସଲ କୃଷ୍ଣାଙ୍କ ପୀଠ ଶୁଣାଣି କରିଛନ୍ତି। କେଜ୍ରିୱାଲଙ୍କର ଓକିଲ ଅଭିଷେକ ମନୁ ସିଙ୍ଘଭି ଗିରଫଦାରୀରେ ପ୍ରଶ୍ନ ଉଠାଇ କହିଛନ୍ତି , ଏଫଆଇଆର ୨୦୨୨ରେ ହିଁ ରୁଜୁ କରାଯାଇ ଥିଲା। ତାଙ୍କୁ ଅପ୍ରେଲ ୨୦୨୩ରେ ସମନ କରାଯାଇ ଥିଲା ଏବଂ ୯ ଘଣ୍ଟା ପଚରାପଚରି କରାଯାଇ ଥିଲା। ଏହାପର ଠାରୁ କିଛି କରାଯାଇ ନାହିଁ ଏବଂ ଏବେ ଗିରଫ କରି ନିଆଗଲା। ସେ କହିଛନ୍ତି ଗିରଫଦାରୀ ମେମୋରେ କିଛି କାରଣ ଦର୍ଶାଇବାର ଆବଶ୍ୟକତା ହୋଇଥାଏ।

ସିଙ୍ଘଭିଙ୍କୁ କୋର୍ଟ କହିଛନ୍ତି କି, ଆପଣ ଗିରଫଦାରୀକୁ ରଦ୍ଦ କରି ତାଙ୍କୁ ହେପାଜତରୁ ଛାଡ଼ିବାର ଦାବି କରୁଛନ୍ତି କି ? ସିଙ୍ଘଭି ଏହାର ଜବାବରେ ହଁ କରିବାକୁ କୋର୍ଟ ପଚାରିଲେ , ଆପଣ କଣ ଜାମିନ ଆବେଦନ ଦାଏର କରିଛନ୍ତି ? ସିଙ୍ଘଭି ଜବାବରେ କହିଥିଲେ ଏବେ ଏମିତି କରିନାହୁଁ , କିନ୍ତୁ ଏମିତି କରିବାକୁ ଯାଉଛୁ। କୋର୍ଟ ସିବିଆଇକୁ ନୋଟିସ୍‌ ଜାରି କରି ନିଜର ଜବାବ ଦାଖଲ କରିବାକୁ କହିଛନ୍ତି। ବିଚାରପତି ମାମଲାକୁ ଶନିବାରକୁ ସୂଚୀବଦ୍ଧ କରିବାକୁ କହିଛନ୍ତି।

ଉଲ୍ଲେଖନୀୟ ଯେ, କେଜ୍ରିୱାଲଙ୍କୁ ସିବିଆଇ ୧୬ ଜୁନ୍‌ରେ ତିହାର ଜେଲ୍‌ରୁ ଗିରଫ କରି ଥିଲା। ସେ ଇଡି ପକ୍ଷରୁ ରୁଜୁ କରାଯାଇ ଥିବା ମନି ଲଣ୍ଡରିଂ କେସ୍‌ରେ ନ୍ୟାୟିକ ହେପାଜତରେ ଥିଲେ। ଗିରଫଦାରୀ ପରେ ତଳ କୋର୍ଟ କେଜ୍ରିୱାଲଙ୍କୁ ୩ ଦିନର ସିବିଆଇ ରିମାଣ୍ଡରେ ପଠାଇ ଦେଇ ଥିଲା। ରିମାଣ୍ଡ ଶେଷ ହେବା ପରେ ଯାଞ୍ଚ ଏଜେନ୍ସି କେଜ୍ରିୱାଲଙ୍କୁ ଆଉ ଥରେ ନ୍ୟାୟିକ ହେପାଜତରେ ପଠାଇବାକୁ ଅପିଲ କରିଥିଲେ ଯାହାକୁ କୋର୍ଟ ସ୍ୱୀକାର କରି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.