ପ୍ରମୂଖ ଖବର
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ପ୍ରେମିକା ପରେ ନିଜକୁ ଗୁଳି କଲା ପ୍ରେମିକ; ଯୁବତୀ ଜୀବିତ, ଯୁବକ ମୃତ

Image Courtesy: phys.org

କୋଲକାତା: ପ୍ରେମିକାକୁ ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲା ପ୍ରେମିକ । ଆଉ ଯୋଜନା ମୁତାବକ  ଗେଷ୍ଟ ହାଉସ୍‌ରେ ଥିବା ବେଳେ ପ୍ରଥମେ ନିଜ ପ୍ରେମିକାକୁ ଗୁଳି କରିଥିଲା ଏବଂ ପରେ ନିଜ ଉପରେ ଚଳାଇଥିଲା ଗୁଳି । କିନ୍ତୁ ଖେଳ ବିଲକୁଲ ବଦଳିଗଲା । ମାରିବା ଓ ମରିବା ଖେଳରେ ମୋହରା ପାଲଟିଗଲା ନିଜେ ପ୍ରେମିକ । ସୌଭାଗ୍ୟବଶତଃ ପ୍ରେମିକା ବଞ୍ଚିଗଲା କିନ୍ତୁ ଜୀବନ ହାରିଲା ପ୍ରେମିକ । 

କୋକଲାତାର ଲେକ ଗାର୍ଡେନ୍ସରେ ଥିବା ଏକ ଗେଷ୍ଟ ହାଉସ୍‌ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ୨୪ ପ୍ରାଗଣାର ବାସିନ୍ଦା ରାକେଶ କୁମାର ଶ’ ଏବଂ ତାଙ୍କର ପ୍ରେମିକା ନିକୁ କୁମାରୀ ଦୁବେ ବୁଧବାର ଅପହରାହ୍ଣରେ ଗେଷ୍ଟ ହାଉସ୍‌ରେ ଚେକଇନ୍‌ କରିଥିଲେ ।ଠିକ୍‌ କିଛି ସମୟ ପରେ ପ୍ରାୟ ୪.୩୦ଟାରେ ଗେଷ୍ଟ ହାଉସ୍‌ରେ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ନିକୁ ଗେଷ୍ଟ ହାଉସ୍‌ର ରିସେପ୍ସନକୁ ଆସି କହିଥିଲେ ଯେ, ରାକେଶ ତାଙ୍କ ଉପରକୁ ଗୁଳିମାଡ଼ କରିଛି । ଆଉ ଗୁଳି ତାଙ୍କ ଜଙ୍ଘ ଓ ତଳିପେଟରେ ବାଜିଛି ।

 ଏହା ପରେ ପୁଣି ଥରେ ଗୁଳିମାଡ଼ର ଶବ୍ଦ ଶୁଭିଥିଲା । ଗେଷ୍ଟ ହାଉସ୍‌ର କର୍ମଚାରୀ ରୁମରେ ପହଞ୍ଚି ଦେଖିଲେ ଯେ, ରାକେଶ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି ।ଘଟଣା ସଂପର୍କରେ ପୋଲିସ ଖବର ପାଇ ପହଞ୍ଚିଥିଲା ।ଆଉ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମାମଲା ସଂପର୍କରେ ଅଧିକ ତଥ୍ୟ ମିଳିପାରି ନାହିଁ ବୋଲି ପୋଲିସ କହିଛି । ସେପଟେ ନିକୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦମ୍ପତି ୭ ବର୍ଷ ଧରି ଏକାଠି ରହିଆସିଥିଲେ । ଯୁବତୀ ସଂପର୍କ ଶେଷ କରିବାକୁ ଚାହୁଁଥିଲେ । ଏଥିରେ ରାକେଶ ରାଜି ନଥିବାରୁ ସେ ନିକୁଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ବୋଲି କୁହାଯାଉଛି ।   

  • Kolkata Police
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.