ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଛାଡ଼ପତ୍ରର ୧୫ ବର୍ଷ ପରେ ଫେରିଲେ ପତ୍ନୀ, ଅଦିନେ ପାଳିଲେ ସାବିତ୍ରୀ ବ୍ରତ: ଫାଣ୍ଡିରେ ଦ୍ୱିତୀୟପତ୍ନୀ

ସାଲେପୁର, ୦୪/୦୭: ସ୍ୱାମୀକୁ ଚକ୍‌ମା ଦେଇ ଅନ୍ୟତ୍ର ପଳାଇଥିଲେ । ପନ୍ଦର ବର୍ଷ ରହିବା ପରେ ପୁଣି ସ୍ୱାମୀ ପାଖକୁ ଫେରି ଆସିଲେ ପ୍ରଥମ ପତ୍ନୀ । ସ୍ୱାମୀଙ୍କୁ ପୂଜା କରି ଅଦିନରେ ସାବିତ୍ରୀ ବ୍ରତ ମଧ୍ୟ ପାଳିଲେ । ହଠାତ୍‌ ଏତେ ବର୍ଷ ପରେ ପ୍ରଥମ ପତ୍ନୀଙ୍କ ଅବିର୍ଭାବ ଯୋଗୁଁ ଚିନ୍ତାରେ ପଡ଼ିଗଲେ ଦ୍ୱିତୀୟ ପତ୍ନୀ । ଏନେଇ ପୁଲିସ୍‌  ନିକଟରେ ଅଭିଯୋଗ କଲେ । ଏପରି ଦୃଶ୍ୟ  ସାଲେପୁର ଥାନା ଅଧୀନ ଏଲମାପୁର ଗ୍ରାମରେ ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ଏଲମାପୁର  ଗ୍ରାମର ଚତୁର୍ଭୁଜ ପଣ୍ଡା ୧୫ବର୍ଷ ତଳେ  ଦେବସ୍ମିତା ପଣ୍ଡାଙ୍କୁ ବିବାହ କରିଥିଲେ ।  କୌଣସି କାରଣରୁ ଉଭୟଙ୍କ ମଧ୍ୟରେ  ଛାଡ଼ପତ୍ର ହୋଇଥିଲା । ଏହାପରେ  ପ୍ରମୋଦିନୀ ପଣ୍ଡାଙ୍କୁ ଦ୍ୱିତୀୟ ବିବାହ  କରିଥିଲେ ଚତୁର୍ଭୁଜ । ଏବେ ପ୍ରମୋଦିନୀ  ଓ ଚତୁର୍ଭୁଜଙ୍କର ଗୋଟିଏ ପୁଅ ଓ ଗୋଟିଏ  ଝିଅ ଅଛନ୍ତି । ହେଲେ ୧୫ ବର୍ଷ ପରେ  ହଠାତ୍‌ ସ୍ୱାମୀ ଚତୁର୍ଭୁଜଙ୍କ ନିକଟକୁ ପ୍ରଥମ  ପତ୍ନୀ ଦେବସ୍ମିତା ଫେରିଆସିଥିଲେ । ରାଗ  ରୋଷ ଭୁଲି ସ୍ୱାମୀ ପ୍ରଥମ ସ୍ତ୍ରୀ ଦେବସ୍ମିତଙ୍କୁ  ଗ୍ରହଣ କରିନେଲେ । ସ୍ୱାମୀଙ୍କ ମନକୁ  ଜିଣିବା ପାଇଁ ଅଦିନରେ ସାବିତ୍ରୀ ବ୍ରତ  କଲେ ପ୍ରଥମ ସ୍ତ୍ରୀ । ହେଲେ ଏହାକୁ ଦ୍ୱିତୀୟ  ପତ୍ନୀ ପ୍ରମୋଦିନୀ ବିରୋଧ କରିବାରୁ  ପ୍ରଥମ ପତ୍ନୀ ତାଙ୍କୁ ମାରଧର କଲେ ।  ଏନେଇ ଜପକୁଦ ଫାଣ୍ଡିରେ ଅଭିଯୋଗ  କଲେ ଦ୍ୱିତୀୟ ପତ୍ନୀ । ଥାନାରେ ସ୍ଥାନୀୟ  ଭଦ୍ରବ୍ୟକ୍ତି ଓ ଉଭୟ ପକ୍ଷଙ୍କ ମଧ୍ୟରେ  ଆପୋଷ ସମାଧାନ କରାଗଲା ।  

ପ୍ରଥମ ପତ୍ନୀକୁ ସ୍ୱାମୀ ଚତୁର୍ଭୁଜ  ବାହାରେ ରଖିବା ସହ ଦ୍ୱିତୀୟ ପତ୍ନୀକୁ  ନିଜ ଘରେ ରଖିବେ ଓ କୌଣସି ନିର୍ଯାତନା  ଦେବେ ନାହିଁ ବୋଲି ପୁଲିସ୍‌ ଚେତାବନୀ  ଦେଲା । ଏପରକି ଦୁଇ ପିଲାଙ୍କୁ ମଧ୍ୟ  ପୂର୍ବପରି ବାପା ସ୍ନେହ ଶ୍ରଦ୍ଧା କରିବା ସହ  ସେମାନଙ୍କର ଯାବତୀୟ ଆବଶ୍ୟକତାକୁ  ପୂରଣ କରିବେ ବୋଲି ନିଷ୍ପତି ଶୁଣାଇଥିଲେ  ଭଦ୍ରଲୋକ । ଏ ସମ୍ପର୍କରେ ଜପକୁଦ  ଫାଣ୍ଡି ଅଧିକାରୀ ରତ୍ନାକର ପ୍ରଧାନଙ୍କୁ ପଚାରିବାରୁ, ଏନେଇ ଫାଣ୍ଡିରେ ଦ୍ୱିତୀୟ  ପତ୍ନୀ ଅଭିଯୋଗ କରିଥିଲେ । ଉଭୟପକ୍ଷ ଓ  ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ସେମାନଙ୍କ  ମଧ୍ୟରେ ଆପୋଷ ସମାଧାନ କରାଯାଇଛି  ବୋଲି ସେ କହିଥିଲେ । ଏହି ଘଟଣା  ଏବେ ସାଲେପୁର ଅଞ୍ଚଳରେ ଚର୍ଚ୍ଚାର  ବିଷୟ ପାଲଟିଛି । ବିଶେଷ କରି ସ୍ୱାମୀଙ୍କୁ  ଧରି ପ୍ରଥମ ପତ୍ନୀ ଅଦିନରେ ସାବିତ୍ରୀ ବ୍ରତ  ପାଳନ କରୁଥିବା ସୋସିଆଲ୍‌ ମଡିଆରେ  ଭାଇରାଲ୍‌ ହେବାରେ ଲାଗିଛି

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.