ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ରାଜଧାନୀରେ ଚାଞ୍ଚଲ୍ୟ: ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଉଠାଇ ଆଣି ଅଟକ ରଖିଛି ପୁଲିସ

ଭୁବନେଶ୍ୱର,୦୨/୦୭: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ୩ ବର୍ଷର  ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି  କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ କଟକ ବଡ଼ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି । ଏଭଳି ଜଘନ୍ୟକାଣ୍ଡ ଘଟିଛି ଏୟାରଫିଲ୍ଡ ଥାନା ଅନ୍ତର୍ଗତ  ପାଞ୍ଚଗାଁ ଅଞ୍ଚଳରେ । ଅଭିଯୋଗ ପାଇ ପୁଲିସ ଫେରାର୍‌ ଥିବା ଅଭିଯୁକ୍ତକୁ  ଉଠାଇ ଆଣି ଥାନାରେ ଅଟକ ରଖିଛି । 

ଘଟଣାରୁ ଜଣାଯାଇଛି, ଶିଶୁକନ୍ୟାଟି  ଗତକାଲି ସନ୍ଧ୍ୟାରେ ଘର  ନିକଟରେ ଖେଳୁଥିଲା । ଏହି  ସମୟରେ ପଡ଼ିଶା ଘରର  ସନ୍ତୋଷ ଖୁଣ୍ଟିଆ(୨୨)  ଶିଶୁକନ୍ୟାକୁ ଏକୁଟିଆ ଦେଖି  ତାକୁ ଟେକିନେଇ ବଳାତ୍କାର  କରିଥିଲା । ନାବାଳିକା ଚିତ୍କାର  କରିବାରୁ ସନ୍ତୋଷ ସେଠାରୁ  ଫେରାର୍‌ ହୋଇ ଯାଇଥିଲା । ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ଶିଶୁକନ୍ୟାକୁ  ଏପରି ଅବସ୍ଥାରେ ଦେଖି ପରିବାର ଲୋକେ ପ୍ରଥମେ ତାକୁ କ୍ୟାପିଟାଲ  ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ  କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଆସିୟୁରେ  ଶିଶୁକନ୍ୟାକୁ ଚିକିତ୍ସା କରାଯାଉଛି । 

ଏନେଇ ସୋମବାର ବିଳମ୍ବିତ ରାତିରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଏଭଳି ସମ୍ବେଦନଶୀଳ  ଘଟଣାକୁ ନେଇ ପୁଲିସ ଗମ୍ଭିରତାର ସହ ନେଇ ତନାଘନା ଆରମ୍ଭ କରି  ଦେଇଥିଲା । ପାଞ୍ଚଗାଁରେ ଚଢ଼ଉ କରି ପୁଲିସ ରାତାରାତି ସନ୍ତୋଷର ଭାଇ ଓ  ଭିଣୋଇଙ୍କୁ ଉଠାଇ ଆଣି ଜେରା କରିଥିଲା । ସେମାନଙ୍କ ସୂଚନା ଆଧାରରେ  ରାତିରେ ପୁଲିସ ସନ୍ତୋଷକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ତଦନ୍ତ ଜାରି ରହିଥିବାରୁ ପୁଲିସ ସବିଶେଷ  ତଥ୍ୟ ଦେଉନାହିଁ । ନୂଆ ଆଇନ୍‌ର ନୂଆ ଧାରାରେ ସନ୍ତୋଷକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.