ପ୍ରମୂଖ ଖବର
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲା, ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ ଆବେଦନ ଖାରଜ

Image Courtesy: ndtv

ବେଙ୍ଗାଲୁରୁ: କର୍ଣ୍ଣାଟକର ହାଇପ୍ରୋଫାଇଲ ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଜ୍ବଳ ରେବାନ୍ନାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି ।  ବେଙ୍ଗାଲୁରୁର ଏକ କୋର୍ଟ ପ୍ରଜ୍ବଳଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି କରି କୋର୍ଟ ଏହାକୁ ଖାରଜ କରିଥିବା ଜଣାପଡ଼ିଛି । ତେବେ ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ ଯେ, ପୂର୍ବତନ ସାଂସଦ ରେବାନ୍ନାଙ୍କ ବିରୋଧରେ ଧାରା ୩୭୬ରେ ମାମଲା ରୁଜୁ ହୋଇଥିଲା । ଏଭଳି ଅପରାଧରେ ତାଙ୍କୁ ବେଲ୍‌ ଦେବା ଉଚିତ ହେବ ନାହିଁ ବୋଲି କୋର୍ଟରେ କହିଥିଲେ ଓକିଲ ।

 ୩୩ ବର୍ଷୀୟ ପ୍ରଜ୍ବଳ ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ନାତି । ତାଙ୍କ ବିରୋଧରେ ଯୌନ କେଳେଙ୍କାରୀ ମାମଲା ରୁଜୁ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପୂର୍ବତନ ଜେଡିଏସ୍‌ ସାଂସଦ ରେବାନ୍ନା ଏବେ ସ୍ବତନ୍ତ୍ର ତଦନ୍ତ ଏଜେନ୍ସି ହେପାଜତରେ ଥିବା ବେଳ ଟିମ୍‌ ଅପରାଧକୁ ନେଇ ଖୋଳତାଡ଼ ଜାରି ରଖିଛି ।  ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ହାସନ ଲୋକସଭା ଆସନରୁ ଏନଡିଏର ପ୍ରାର୍ଥୀ ହୋଇଥିଲେ ରେବାନ୍ନା । ନିର୍ବାଚନର ୩ ଦିନ ପୂର୍ବରୁ ପ୍ରଜ୍ବଳଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ଏକାଧିକ ମହିଳାଙ୍କ ଯୌନ ଶୋଷଣ ମାମଲାରେ ପ୍ରଜ୍ବଳଙ୍କ ସଂପୃକ୍ତି ନେଇ ଥାନାରେ ଅଭିଯୋଗ ହୋଇଥିଲା । 

ନିର୍ବାଚନ ପର ଦିନ ଏପ୍ରିଲ ୨୭ରେ ପ୍ରଜ୍ବଳ ଜର୍ମାନୀ ପଳାଇଥିଲେ । ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଗଠନ ହୋଇଥିଲା । ପରେ ପରିବାର ସଦସ୍ୟ ଏଚଡି କୁମାରସ୍ବାମୀ ଏବଂ ଏଚଡି ଦେବେଗୌଡ଼ାଙ୍କ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ବିଦେଶରୁ ଫେରିଥିଲେ ପ୍ରଜ୍ବଳ ରେବାନ୍ନା । ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଥିଲା । ଏବେ ସେ ଜେଲରେ ଅଛନ୍ତି। ସେପଟେ ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା ଏବଂ ସେ ହାସନ ଆସନରୁ ୪୦ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ପ୍ରଜ୍ବଳ ରେବାନ୍ନାଙ୍କ ଭାଇ ଏବଂ କର୍ଣ୍ଣାଟକ ଏମଏଲସିର ସଦସ୍ୟ ସୂରଜ ରେବାନ୍ନା ପୁରୁଷଙ୍କୁ ଯୌନ ଶୋଷଣ ମାମଲା‌ରେ ମଧ୍ୟ ଗିରଫ ହୋଇଛନ୍ତି ।  

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.