ପ୍ରମୂଖ ଖବର
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ, ୩ ହାଇୱା ଓ ଗୋଟିଏ ଜେସିବି ଜବତ

ବୋରିଗୁମ୍ମା, ୨୩।୬: ବୋରିଗୁମ୍ମାରେ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ । ଜୟପୁର ଡେପୁଟି ଡାଇରେକ୍ଟର ମାଇନ୍ସ ଏବଂ ଟିମ୍ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ଚଢ଼ାଉରେ ୩ଟି ହାଇୱା ଏବଂ ଗୋଟିଏ ଜେସିବି ଜବତ କରିଛି ଟିମ୍ । 

ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଲକ ସାନ ଇନ୍ଧାନପୁର ନଦୀରେ ବିନା ଟେଣ୍ଡରରେ ବେଆଇନ ଭାବେ ଅନେକ ଦିନ ଧରି ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳର ସରୋଜ ପାଢ଼ୀ ନାମକ ଜଣେ ବ୍ୟକ୍ତି ବାଲି ଚାଲାଣ କରୁଥିଲେ । ଅନେକ ଦିନ ଧରି ଗ୍ରାମବାସୀ ବିରୋଧ କରି ଆସୁଥିଲେ ବି ପ୍ରଶାସନ ଓ ରାଜନେତାଙ୍କ ଛତ୍ରଛାୟାରେ ସରୋଜ ପାଢ଼ୀ ପ୍ରତ୍ୟେକ ଦିନ ଟ୍ରକ ଟ୍ରକ ବାଲି ଚାଲାଣ କରୁଥିଲେ । ନଦୀ ଘାଟରେ ଜେସିବି ଲଗାଇ ବାଲି ସଂଗ୍ରହ କରି ବାହାର ଅଞ୍ଚଳକୁ ଚାଲାଣ ହେଉଥିଲା । 

କୌଣସି ସୂତ୍ରରୁ ଖବର ପାଇ ଜୟପୁର ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗର ଅଧିକାରୀ ଏବଂ ବି ସିଂହପୁର ପୋଲିସ ମିଳିତ ବାଲି ଘାଟ ଉପରେ ଚଢ଼ାଉ କରିଥିଲେ । ସେହି ସ୍ଥାନରୁ ତିନୋଟି ବାଲି ବୋଝେଇ ହାଇୱା ଏବଂ ଗୋଟିଏ ଜେସିବିକୁ ଜବତ କରି ବି ସିଂହପୁର ଥାନାରେ ଜିମା ଦେଇଥିଲେ । ବାଲି ଚାଲାଣ କରୁଥିବା ମାଲିକଙ୍କଠାରୁ ୧୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଡେପୁଟି ଡାଇରେକ୍ଟର ମାଇନ୍ସ ଅଧିକାରୀ କହିଛନ୍ତି । ଆଗାମୀ ଦିନରେ ସମସ୍ତ ବେଆଇନ ବାଲି ଘାଟ ଉପରେ ଚଢ଼ାଉ କରାଯିବ ବୋଲି ମଧ୍ୟ କହିଛନ୍ତି ଅଧିକାରୀ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.