ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଦିନକ ପାଇଁ ଆଇପିଏସ୍‌ ହେଲେ ୯ ବର୍ଷୀୟ ବାଳକ, ସ୍ୱପ୍ନ ପୂରଣ କଲା ପୁଲିସ ବିଭାଗ

ନୂଆଦିଲ୍ଲୀ ୨୮/୦୬: ୯ ବର୍ଷୀୟ ପିଲାର ଆଇପିଏସ୍‌ ସ୍ୱପ୍ନ ପୂରଣ ହୋଇଛି । ଉତ୍ତରପ୍ରଦେଶର ବାରାଣସୀ ବାସିନ୍ଦା ରଣବୀର ଭାରତୀ ଦିନକ ପାଇଁ ଆଇପିଏସ୍‌ ଅଫିସର ହୋଇଛନ୍ତି । ସ୍ଥାନୀୟ ମହାମନା କ୍ୟାନ୍ସର ହସ୍‌ପିଟାଲରେ ସେ ସାହାସର ସହିତ ବ୍ରେନ୍‌ ଟ୍ୟୁମର ସହ ଲଢ଼େଇ କରୁଛନ୍ତି । ରଣବୀରଙ୍କ ଇଚ୍ଛା ଥିଲା ଆଇପିଏସ୍‌ ଅଫିସର ହେବେ । ସ୍ଥାନୀୟ ପୁଲିସ ବିଭାଗ ତାଙ୍କ ଇଚ୍ଛା ପୂରଣ କରିଛି । 

ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଏଡିଜି ଜୋନ୍‌ ବାରାଣସୀର ଔପଚାରିକ ଏକ୍ସ ପ୍ରୋଫାଇଲରେ ଶେୟାର କରାଯାଇଛି । ପୋଷ୍ଟ୍‌ ସହିତ ଉଲ୍ଲେଖ ହୋଇଛି ‘୯ ବର୍ଷୀୟ ରଣବୀର ଭାରତୀ ମହାମନା କ୍ୟାନ୍ସର ହସ୍‌ପିଟାଲରେ ବ୍ରେନ୍‌ ଟ୍ୟୁମର ପାଇଁ ଚିକିତ୍ସିତ ହେଉଛନ୍ତି । ଏଭଳି ଏକ ସ୍ଥିତିରେ ସେ ଆଇପିଏସ୍‌ ଅଫିସର ହେବାର ଇଚ୍ଛା ପ୍ରକାଶ କରିଥିଲେ । ସେଥିପାଇଁ ଏଡିଜି ଜୋନ୍‌ ବାରାଣସୀ ଅଫିସ୍‌ରେ ତାଙ୍କ ଇଚ୍ଛା ପୂରଣ କରାଯାଇଛି ।’ ବିଭାଗ ପକ୍ଷରୁ ଏହି ଖାସ୍‌ ମୁହୂର୍ତ୍ତର ଫଟୋ ଓ ଭିଡିଓ ଶେୟାର କରାଯାଇଛି । 

ଫଟୋରେ ରଣବୀରଙ୍କୁ ପୁଲିସ ଗଣବେଶ ପିନ୍ଧି ଥାନାରେ ଗର୍ବର ସହ ବସିଥିବା ଦେଖିବାକୁ ମିଳିଛି । ଭିଡିଓରେ ରଣବୀର ବେଶ ଆରାମରେ ପୁଲିସ ଅଧିକାରୀଙ୍କ ସହ କଥା ହେଉଥିବା ନଜର ଆସିଛନ୍ତି । ସେମାନଙ୍କ ସହ ହାତ ମିଳାଇଛନ୍ତି । ପ୍ରତୀକାତ୍ମକ ଭାବେ ହେଲେ ମଧ୍ୟ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଦାୟିତ୍ୱର ଅନୁଭବ ସେ ପାଇଛନ୍ତି । ପୁଲିସ ଅଧିକାରୀଙ୍କ ସହ ତାଙ୍କର ଏକ ଗ୍ରୁପ୍‌ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ସ୍ୱପ୍ନ ପୂରଣ ହେବା ପରେ ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରିହେଉଛି । ଛୋଟ ପିଲାକୁ ଏହି ସୁଯୋଗ ଦେଇ ତା’ର ସ୍ୱପ୍ନ ପୂରଣ କରିଥିବାରୁ ଲୋକେ ଥାନାଧିକାରୀଙ୍କୁ ଧନ୍ୟବାଦ ଦେଉଛନ୍ତି । ଏହି ସ୍ୱତନ୍ତ୍ର ମୁହୂର୍ତ୍ତ ରଣବୀର ଓ ତାଙ୍କ ପରିବାର ପାଇଁ ଚିରସବୁଜ ସ୍ମୃତି ହୋଇଛି ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.