ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଶୁକ୍ରବାର ଟ୍ରମ୍ପ୍‌-ବାଇଡେନ୍‌ ମୁହାଁମୁହିଁ:୯୦ ମିନିଟ୍‌ ଧରି ଚାଲିବ ବିତର୍କ, ସେପ୍ଟେମ୍ବର ୧୦ରେ ପୁଣି ସାମ୍ନାସାମ୍ନି

ୱାଶିଂଟନ,୨୮/୦୬: ଚଳିତବର୍ଷ ନଭେମ୍ବର ୫ରେ  ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ  ରାଷ୍ଟ୍ରପତି ଜୋ ବାଇଡେନ ଓ  ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ମୁହାଁମୁହିଁ  ବିତର୍କ ହେବାକୁ ଯାଉଛି । ପ୍ରାୟ ୪ ବର୍ଷ ପରେ ଉଭୟ  ନେତା ପୁଣି ମୁହାଁମୁହିଁ  ହେବେ । 

୨୦୨୦ରେ  ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟ  ନେତା ମୁହାଁମୁହିଁ ହୋଇଥିଲେ । ଏହି  ସମୟରେ ଟ୍ରମ୍ପ୍‌ ରାଷ୍ଟ୍ରପତି ଥିଲା ବେଳେ ବାଇଡେନ୍‌ ପୂର୍ବତନ ଉପ ରାଷ୍ଟ୍ରପତି  ରହିଥିଲେ । ଉଭୟ ନେତାଙ୍କ ମଧ୍ୟରେ  ହେବାକୁ ଥିବା ଆଗାମୀ ବିତର୍କ ବେଶ୍‌  ସ୍ୱତନ୍ତ୍ର ବହନ କରୁଛି । କାରଣ ଆମେରିକା  ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନର  ରାଷ୍ଟ୍ରପତି ଓ ପୂର୍ବ ରାଷ୍ଟ୍ରପତିଙ୍କ ମଧ୍ୟରେ  ବିତର୍କ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଦେଶବାସୀ ବେଶ୍‌ ଉତ୍ସୁକତାର  ସହ ଅପେକ୍ଷା କରିଛନ୍ତି । ଇଂରାଜୀ ନ୍ୟୁଜ୍‌  ଚ୍ୟାନେଲ୍‌ ସିଏନ୍‌ଏନ୍‌ ଏହି ଆମେରିକୀୟ  ରାଷ୍ଟ୍ରପତି ବିତର୍କ ୨୦୨୪ ଆୟୋଜନ  କରିବ । ଏହା ଆମେରିକାର ଜର୍ଜିଆ  ପ୍ରଦେଶ ଅନ୍ତର୍ଗତ ଆଟଲାଣ୍ଟା ସହରରେ  ସିଏନ୍‌ଏନ୍‌ ମୁଖ୍ୟାଳୟରେ ଅନୁଷ୍ଠିତ  ହେବ । 

ସ୍ଥାନୀୟ ସମୟ ଅନୁସାରେ ଏହା  ଗୁରୁବାର ରାତି ୯ଟାରେ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ସମୟାନୁସାରେ  ଶୁକ୍ରବାର ସକାଳ ୬ଟାରେ ଆରମ୍ଭ ହେବ । ସିଏନ୍‌ଏନ୍‌ର ଜେକ୍‌ ଟ୍ୟାପର ଏବଂ  ଡାନା ବ୍ୟାସ୍‌ ଏହି ବିତର୍କର ସଞ୍ଚାଳନ  କରିବେ । ଟ୍ୟାପର୍‌ ଓ ବ୍ୟାସ୍‌ ପୂର୍ବରୁ ବି  ଏଭଳି ବିତର୍କ ପରିଚାଳନା କରିସାରିଛନ୍ତି ।  ଟ୍ରମ୍ପ୍‌-ବାଇଡେନ୍‌ଙ୍କ ବିତର୍କ ୯୦ ମିନିଟ୍‌  ଧରି ଚାଲିବା ନେଇ ଆଶା କରାଯାଉଛି ।  ଏଥିରେ ବିଜ୍ଞାପନ ଅବଧି ସାମିଲ  ରହିବ । 

ଆମେରିକା ରାଷ୍ଟ୍ରପତି ବିତର୍କର  ସିଧାପ୍ରସାରଣ ସିଏନ୍‌ଏନ୍‌ ଚ୍ୟାନେଲ୍‌  ଏବଂ ଏହାର ସମସ୍ତ ପ୍ଲାଟଫର୍ମ ଯଥା  ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଆଦିରେ ଦେଖାଯାଇ  ପାରିବ । ଅନ୍ୟ କେତେକ ନେଟ୍‌ୱର୍କରେ  ବି ଏହାର ପ୍ରସାରଣ କରାଯିବ । କିନ୍ତୁ  ବିତର୍କ ବେଳେ ସିଏନ୍‌ଏନ୍‌ର ଷ୍ଟୁଡିଓରେ କୌଣସି ଦର୍ଶକ ରହିବେ ନାହିଁ । ସେଠାରେ  ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଓ ଚ୍ୟାନେଲ୍‌  ମଡରେଟର ଉପସ୍ଥିତ ରହିବେ । ଯେ  ପର୍ଯ୍ୟନ୍ତ ଜଣେ ପ୍ରାର୍ଥୀଙ୍କ କହିବା ପାଳି ନ  ଆସିଛି ସେ ପର୍ଯ୍ୟନ୍ତ ତାଙ୍କ ମାଇକ୍ରୋଫୋନ୍‌  ବନ୍ଦ ରହିବ । ଉଭୟ ନେତାଙ୍କ ଦ୍ୱିତୀୟ  ବିତର୍କ ସେପ୍ଟେମ୍ବର ୧୦ରେ ହେବ । ଏବିସି ଏହାର ସଞ୍ଚାଳନ କରିବ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.