ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ଏବେ ଲେବାନନ୍‌ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଆଇଡିଏଫ୍‌; ସୀମାରେ ନିୟୋଜିତ ହେଲେ ସେନା

Image source: NDTV

ନୂଆଦିଲ୍ଲୀ,୨୮/୦୬:  ଇସ୍ରାଏଲ-ହମାସ ଯୁଦ୍ଧକୁ ଟପିଲାଣି ୯ ମାସ। ଖାନ୍‌ ୟୁନିସ୍‌, ରଫାହ ସମେତ ଅନେକ ଅଞ୍ଚଳକୁ ଟାର୍ଗେଟ କରୁଛି ଆଇଡିଏଫ୍। ଆକ୍ରମଣ ଭିତରେ ପାଖାପାଖି ୧୦ ଲକ୍ଷ ଲୋକ ଭୟଭିତ ହୋଇ ନିଜ ସ୍ଥାନ ଛାଡ଼ିସାରିଲେଣି। ଏତେ ସବୁ ପରେ ଇସ୍ରାଏଲ ପୁଣି ଏକ ବଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଊଛି। ଏଥରର ଟାର୍ଗେଟ 'ଲେବାନନ୍‌'। 

ଲେବାନନ୍‌ ସୀମାରେ ଇସ୍ରାଏଲ ଏହାର ସେନା ମୁତୟନ କରିସାରିଛି। ଯେକୌଣସି ମୂହୁର୍ତ୍ତରେ ଆକ୍ରମଣ କରିବାର ଭୟ ଗୋଡ଼ାଉଛି। ଗାଜା ପଟ୍ଟିରେ ହମାସ ପକ୍ଷରୁ ଜାରି ଆକ୍ରମଣ ଭିତରେ ସେପଟେ ଇସ୍ରାଏଲ ଉପରେ ହିଜବୁଲ୍ଲାହ ମଧ୍ୟ ଆତଙ୍କବାଦୀ ଆକ୍ରମଣ କରୁଥିଲା। ଏହି ଆତଙ୍କୀ ସଂଗଠନ ଲେବାନନ ସହିତ ସକ୍ରିୟ ରହିଛି ଏବଂ ଏହାକୁ ଇରାନ ସମର୍ଥନ କରୁଛି। ଏହି ପରିପ୍ରେକ୍ଷିରେ ଇସ୍ରାଏଲ ଏବେ ଲେବାନନକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି ଚଳାଇଛି।  

ଇସ୍ରାଏଲର ଏହି ଘୋଷଣା ସହିତ ବିଶ୍ବର ପ୍ରମୁଖ ରାଷ୍ଟ୍ରର ନେତାମାନେ ସତର୍କ ହୋଇଥିଲେ। ଅନେକ ନେତା ମଧ୍ୟ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସତର୍କ କରାଇଛନ୍ତି ଯେ, ସେ ଏଥିରୁ ବିରତ ରୁହନ୍ତୁ, ନଚେତ ଯୁଦ୍ଧ ଆହୁରି ବଡ଼ ଓ ଭୟାନକ ହୋଇପାରେ। ନେତାନ୍ୟାହୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଇସ୍ରାଏଲି ସୁରକ୍ଷା ବଳକୁ କହୁଛନ୍ତି ଯେ, ଆମେ ବିଜୟ ପାଇଁ ପ୍ରସ୍ତୁତ ଏବଂ ପ୍ରତିବଦ୍ଧ ଅଟୁ। ଇସ୍ରାଏଲର ବରିଷ୍ଠ ନେତା ମାନେ ଲେବାନନ ସୀମା ଅଞ୍ଚଳ ବୁଲି ଆସିଲେଣି। ଲେବାନନ ଓ ଇସ୍ରାଏଲ ମଧ୍ୟରେ ବିବାଦ ଏମିତି ଏକ ସମୟରେ ହୋଇଛି, ଯେତେବେଳେ ମଧ୍ୟପ୍ରାଚ୍ୟକୁ ନେଇ ସାରା ବିଶ୍ବ ଚିନ୍ତାରେ ରହିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.