ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ନିଲାମ ହେବ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଇନଷ୍ଟାଇନ ଦେଇଥିବା ‘ଓ୍ବାର୍ଣ୍ଣିଂ ଲେଟର’

ଓ୍ବାଶିଂଟନ୍: ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଏକ ଚିଠି ଅକ୍ସନ ବା ନିଲାମ ହେବାକୁ ଯାଇଛି  । ଆଇନଷ୍ଟାଇନ୍‌ ଏହି ଚିଠି ୧୯୩୯ ମସିହାରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି ରୁଜଭେଲ୍ଟଙ୍କୁ ଲେଖିଥିଲେ । ଜର୍ମାନୀର ନାଜିଙ୍କ ସମ୍ଭାବ୍ୟ ପରମାଣୁ ଆକ୍ରମଣରୁ ବର୍ତ୍ତିବା ଲାଗି ଆମେରିକା ନିଜର ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରିବା ଦରକାର ବୋଲି ସେ ରୁଜଭେଲ୍ଟଙ୍କୁ ଚେତାବନୀ ଦେଇଥିଲେ । କେବେଳ ଆଇନଷ୍ଟାଇନଙ୍କ ଚିଠି ନୁହେଁ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ପଲ୍‌ ଆଲେନଙ୍କ ଚିଠି ମଧ୍ୟ ଅକ୍ସନରେ ସାମିଲ ହୋଇଛି । ତେବେ ଆଇନଷ୍ଟାଇନଙ୍କ ଚିଠି ପାଇବା ପରେ ରୁଜଭେଲ୍ଟ କମିଟି ଗଠନ କରିବା ସହ ରବର୍ଟ ଓପନହାଇମରଙ୍କ ନେତୃତ୍ବରେ ମ୍ୟାନହଟ୍ଟନ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । 

 ଏହି ପ୍ରୋଜେକ୍ଟ ମାଧ୍ୟମରେ ବିକଶିତ ପରମାଣୁ ବୋମା ଶେଷରେ ହିରୋସୀମା ଏବଂ ନାଗାସାକି ଉପରେ ପକାଇଥିଲା ଆମେରିକା । ଫଳରେ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସାମପ୍ତି ଘଟିଥିଲା । ଏହା ସହ ବିଶ୍ବରେ ଆରମ୍ଭ ହୋଇଥିଲା ପରମାଣୁ ରେସ୍‌ । ଓ୍ବାଲଷ୍ଟ୍ରିଟ୍‌ ଜର୍ଣ୍ଣାଲ ଅନୁସାରେ, ଦୁଇ ପୃଷ୍ଠାର ଆଇନଷ୍ଟାଇନଙ୍କ ଚିଠିକୁ ୪ ମିଲିୟନ ଡଲାର ବା ପ୍ରାୟ ୩୨ କୋଟି ଟଙ୍କା‌ରେ ନିଲାମ କରାଇବାକୁ ଯୋଜନା କରାଯାଇଛି । ଏହି ଚିଠି ଉପରେ ଅଗଷ୍ଟ ୨, ୧୯୩୯ ଲେଖା ରହିଛି । ଆଇନଷ୍ଟାଇନ୍‌ ଏହି ଚିଠିରେ ଲେଖିଥିଲେ, ‘ସାର୍‌, ୟୁରାନିୟମକୁ ଏକ ଦରକାରୀ ଶକ୍ତିର ଉତ୍ସ ଭାବେ ବ୍ୟବହାର କରିବା ଲାଗି ନ୍ୟୁକ୍ଲିୟର ଫିଜିକ୍ସ ଉପଯୋଗୀ ଏବଂ ଏହାକୁ ସମ୍ଭବ କରିପାରିବ ।’ 

  ଏହା ପୂର୍ବରୁ ୨୦୨୧ରେ ଆଇନଷ୍ଟାଇନଙ୍କ ଦ୍ବାରା ‘ଜେନେରାଲ୍‌ ରିଲେଟିଭିଟି’ ଉପରେ ଲିଖିତ ଏକ ରେକର୍ଡ ୧୩ ମିଲିୟନ ଡଲାରରେ ନିଲାମ ହୋଇଥିଲା । ଏବେ ତାଙ୍କର ଏହି ଚିଠି ପୂର୍ବ ରେକର୍ଡକୁ କାଟି ପାରିବ ନାହିଁ ।   କିନ୍ତୁ ଆଲବର୍ଟ ଆଇନଷ୍ଟାଇନଙ୍କ ଗୋଟିଏ ଚିଠି ୨୦୧୮ରେ ୨.୮ ମିଲିୟନ୍‌ ଡଲାରରେ ନିଲାମ ହୋଇଥିଲା । ଭୌତିକ ବିଜ୍ଞାନୀଙ୍କ ଇଶ୍ବର ଏବଂ ଧର୍ମକୁ ନେଇ ତର୍କ ଉପରେ ସେ ଏହି ଚିଠି ଲେଖିଥିଲେ । 

 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.