ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ତିନି ପ୍ରସଙ୍ଗକୁ ନେଇ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଇଣ୍ଡିଆ ମେଣ୍ଟ, ଗୃହ ବାହାରେ ଓ ଭିତରେ କରିବେ ବିକ୍ଷୋଭ

ନୂଆଦିଲ୍ଲୀ,୦୧/୦୭: ଆଜି କେନ୍ଦ୍ର ସରକାର ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ ପ୍ରତିବାଦରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ସଂସଦ ପରିସରରେ ବିକ୍ଷୋଭ କରିବେ। ଏହି ସୂଚନା ଦେଇଛନ୍ତି ଆପ୍‌ ସାଂସଦ  ସଞ୍ଜୟ ସିଂହ । 

ଦିଲ୍ଲୀ ଆପ୍‌ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ବିକ୍ଷୋଭ କରିବା ଲାଗି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ମଦନୀତି ମାମଲାରେ ଇଡି ପାଖରେ କୌଣସି ପ୍ରମାଣ ନଥିଲେ ମଧ୍ୟ କେନ୍ଦ୍ର ସରକାର ଜାଣିଶୁଣି ସିବିଆଇକୁ ଲଗାଇ ଆପ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍‌ରିୱାଲଙ୍କୁ ଗିରଫ କରିଛନ୍ତି । ତଳକୋର୍ଟ କେଜ୍‌ରିୱାଲଙ୍କୁ ଜାମିନ  ପ୍ରଦାନ କରିଥିଲା ବେଳେ ଇଡି ଅଫିସରମାନେ ବିନା କୋର୍ଟ ଅର୍ଡର  କପିରେ ହାଇକୋର୍ଟକୁ ଯାଇ ଏହା ଉପରେ ରହିତାଦେଶ ଆଣିଛନ୍ତି ।  

ସୂଚନାଯୋଗ୍ୟ ଯେ କେଜରିୱାଲଙ୍କ ବିରୋଧରେ କୌଣସି ପ୍ରମାଣ  ନଥିବା ଦର୍ଶାଇ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ । କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ରହିତାଦେଶ  ଜାରି କରିବା ପରେ ତିହାର ଜେଲ୍‌ରେ ସିବିଆଇ କେଜରିୱାଲଙ୍କୁ  ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ଆସନ୍ତା ଜୁଲାଇ ୧୨ ଯାଏ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.