ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ହିନ୍ଦୁ ଓ ହିଂସା ଟିପ୍ପଣୀ ଉପରେ ରାହୁଲ ଗାନ୍ଧୀଙ୍କୁ ଦୃଢ ଜବାବ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ହିନ୍ଦୁଙ୍କୁ ହିଂସା ସହ ଯୋଡ଼ି ଥିବା ରାହୁଲ ଗାନ୍ଧୀଙ୍କୁ ଦୃଢ ଜବାବ ଦେଲେ ପ୍ରଧାନମନ୍ତ୍ରୀ। ରାହୁଲଙ୍କ ବୟାନ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଲେ , ଆଜି ବଡ଼ ଷଡ଼ଯନ୍ତ୍ର ହେଉଛି। ଏହା କୁହାଯାଇଛି ହିନ୍ଦୁ ହିଂସ୍ର ହୋଇ ଥାନ୍ତି। ଏହା ଆପଣଙ୍କ ଚରିତ୍ର ଆପଣଙ୍କ ବିଚାର। ଏହି ଦେଶରେ ହିନ୍ଦୁଙ୍କ ସହ ଏମିତି କାରନାମା ହେଉଛି। ଏହି ଦେଶ ସହନଶୀଳ ତ ଏହାର କାରଣ ହିନ୍ଦୁ। କିଛି ଦିନ ପୂର୍ବେ ହିନ୍ଦୁଙ୍କ ମଧ୍ୟରେ ଯେଉଁ ଶକ୍ତିର କଳ୍ପନା ରହିଛି, ଏହାର ବିନାଶର ଘୋଷଣା କରାଯାଇ ଥିଲା। ପୂରା ପଶ୍ଚିମବଙ୍ଗ ଶକ୍ତିର ଉପାସନା କରିଥାଏ । ଏହା ଉପରେ ପୂରା ଦେଶର ବିଶ୍ୱାସ ଏବଂ ଆପଣ ଏହି ଶକ୍ତିର ବିନାଶର କଥା କହୁଛନ୍ତି। ଏହି ଲୋକେ ହିନ୍ଦୁ ଆତଙ୍କବାଦ ଶବ୍ଦ ଗଢିବାର ଚେଷ୍ଟା କରି ଥିଲେ।

ଏମାନଙ୍କ ସାଥି ହିନ୍ଦୁ ଧର୍ମର ତୁଳନା ଡେଙ୍ଗୁ , ମେଲେରିଆ ଭଳି ଶବ୍ଦ ସହ କରି ସାରିଛନ୍ତି। ଏହି ଲୋକ ଗାଳି ଦେଉଛନ୍ତି। ଏହି ଦେଶ କେବେ କ୍ଷମା କରିବ ନାହିଁ । ଆମେ ପିଲାଦିନରୁ ଶିଖି ଥାଉ ଓ ଦେଶର ସବୁପିଲା ଜାଣନ୍ତି କି , ଈଶ୍ୱରଙ୍କ ସବୁ ରୂପ ଦର୍ଶନ ପାଇଁ ହୋଇଥାଏ। ତାଙ୍କର ସ୍ୱରୂପ ବ୍ୟକ୍ତିଗତ ସ୍ୱାର୍ଥ ପ୍ରଦର୍ଶନ କରିବାକୁ ହୋଇ ନଥାଏ । ବ୍ୟକ୍ତିଗତ ରାଜନୀତିକ ସ୍ୱାର୍ଥ ପାଇଁ ଈଶ୍ୱରଙ୍କ ରୂପର ଏହିପରି ପ୍ରଦର୍ଶନ ହେଉଛି। ତାଙ୍କୁ ଦେଶ କେମିତି କ୍ଷମା କରି ପାରିବ। 

ମୋଦି ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ଦର୍ଶାଇ କହିଛନ୍ତି କି ପୂରା ଦେଶ ତାଙ୍କ କଥାକୁ ମାନୁ ଥିଲା। ସ୍ୱାମୀ ଜୀ ଦୁନିଆକୁ ସହିଷ୍ଣୁତାର ବାର୍ତ୍ତା ଦେଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ଆଜି ଯଦି ଭାରତରେ ଗଣତନ୍ତ୍ର ଅଛି ଏବଂ ସହିଷ୍ଣୁତା ଅଛି , ତ ଏହାର କାରଣ ଯେ, ଦେଶରେ ହିନ୍ଦୁ ସମାଜ ବହୁ ସଂଖ୍ୟକ ଅଛନ୍ତି। ପ୍ରଧାନମନ୍ତ୍ରୀ  ମୋଦି କହିଛନ୍ତି କି ଏହି ଲୋକେ ତ ହିନ୍ଦୁ ଆତଙ୍କବାଦୀ ଭଳି ଶବ୍ଦାବଳୀ ମଧ୍ୟ ଗଢି ଦେଇଥିଲେ। କଂଗ୍ରେସର ଏହି ନୀତିକୁ ଦେଶର ଜନତା କ୍ଷମା କରିବେ ନାହିଁ। 

ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧୀ ସୋମବାର ନିଜ ଭାଷଣ ବେଳେ ଭଗବାନ ଶିବଙ୍କ ଫଟୋ ଦେଖାଇ ଥିଲେ। ଏହା ପରେ ସେ ଭଗବାନ ଶିବଙ୍କ ତ୍ରିଶୂଳକୁ ନେଇ କହିଥିଲେ , ଏହା ଅହିଂସାର ସଙ୍କେତ। ଏହାକୁ ସେ ଲୋକ ବୁଝି ପାରିବେନି , ଯିଏ ନିଜକୁ ହିନ୍ଦୁ କହୁଛନ୍ତି ଏବଂ ସାରା ଦିନ ଖାଲି ହିଂସା ହିଁ ହିଂସା କରୁଛନ୍ତି । ଅସତ୍ୟ-ଅସତ୍ୟ କରୁଛନ୍ତି। ତାଙ୍କର ଏହି କଥାରେ ବିବାଦ ଆରମ୍ଭ ହୋଇଥିଲା ଏବଂ ହିନ୍ଦୁ ସମାଜ ଅପମାନର ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.