ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ଟିମ୍‌ ଇଣ୍ଡିଆର ଭିକ୍ଟ୍ରି ପରେଡ୍‌, ଲକ୍ଷାଧିକ କ୍ରିକେଟ ପ୍ରେମୀଙ୍କ ଗହଣରେ ଖୋଲା ବସ୍‌ରେ ଗଲେ ବିଶ୍ବ ଚାମ୍ପିୟନ୍ସ

ମୁମ୍ବାଇ: ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଜନ ସମୁଦ୍ର । ଆଉ ଏହି ସମୁଦ୍ର ମଝିରେ ବିଶ୍ବ ଚାମ୍ପିୟନ୍ସ ମେନ ଇନ ବ୍ଲୁର ଭିକ୍ଟ୍ରି ପରେଡ୍‌ । ଖୋଲା ବସରେ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ଭଳି ବଡ଼ ବଡ଼ ଖେଳାଳିଙ୍କ ଝଲକ ପାଇ କ୍ରିକେଟ ପ୍ରେମୀ ଉଲ୍ଲସିତ ହୋଇଉଠିଛନ୍ତି । 




ଚହଲ ଏବଂ କୁଲଦୀପ ହାତରେ ତ୍ରିରଙ୍ଗା ଉଡ଼ାଇଥିବା ଦେଖିବାକୁ ମିଳିଛି । ଟି-୨୦ ବିଶ୍ବକପରେ ବିଜୟୀ ହୋଇ ଦେଶକୁ ଗୌରବାନ୍ବିତ କରିଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବାକୁ ଆଜି ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି ।

 ଟିମ୍‌ ଇଣ୍ଡିଆର ଝଲକ ପାଇବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । କପ୍‌ ପାଇଁ ଦୀର୍ଘ ୧୭ ବର୍ଷ ଅପେକ୍ଷା କରିଥିବା ଭାରତୀୟ ଏଇ କେତେ ଘଣ୍ଟାର ଅପେକ୍ଷାକୁ ଖାତିର କରିନଥିଲେ । ଏହା ପରେ ଭାରତୀୟ ଟିମ୍‌ ଓପନ ବସ୍‌ରେ ଭିଡ଼ ଭିତରେ ଭିକ୍ଟ୍ରି ପରେଡ୍‌ ଆରମ୍ଭ କରିଛି ।  




ଗୁରବାର ସକାଳୁ ସକାଳୁ ଖେଳାଳିମାନେ ବାରବାଡୋସ୍‌ରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ଖେଳାଳିଙ୍କର ସାକ୍ଷାତ ହୋଇଥିଲା। ଏହାପରେ ଟିମ୍‌ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଇଥିଲା। ଯୋଜନା ମୁତାବକ ଖେଳାଳିମାନଙ୍କୁ ଛାତ ଖୋଲା ବସ୍‌ରେ ବସାଇ ମୁମ୍ବାଇର ମେରାଇନ୍ ଡ୍ରାଇଭ ଦେଇ ନିଆଯାଇଛି। ଫ୍ୟାନ୍‌ମାନେ ବି ଖେଳାଳିମାନଙ୍କୁ ଚିଅର ଅପ୍ କରୁଛନ୍ତି । ଏମିତି ବସ୍‌ରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଯିବେ । ସେଠାରେ ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। 

  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.