ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ୟୁରୋ କପ୍‌ ୨୦୨୪: ସେମି ଫାଇନାଲରେ ସ୍ପେନ, ଫ୍ରାନ୍ସ; ବିଦା ହେଲେ ଜର୍ମାନୀ, ପର୍ତ୍ତୁଗାଲ

ହାମବର୍ଗ, ୦୬/୦୭: ପ୍ରଥମ କ୍ୱାର୍ଟର ଫାଇନାଲର ଅତିରିକ୍ତ ସମୟରେ ଜର୍ମାନୀକୁ ହରାଇ ସ୍ପେନ (୨-୧) ଏବଂ  ଦ୍ୱିତୀୟ କ୍ୱାର୍ଟରରେ ପେନାଲ୍ଟି ସୁଟ ଆଉଟ୍‌ରେ ପର୍ତ୍ତୁଗାଲକୁ  ହରାଇ ଫ୍ରାନ୍ସ (୦-୦ (୫-୩) ଚଳିତ ୟୁରୋ କପ୍‌ର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।  

ପର୍ତ୍ତୁଗାଲ ୦ (୩) - (୫) ୦ ଫ୍ରାନ୍ସ 

ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ  ଦେଖିବାକୁ ମିଳିଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିଥିବା  ପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ଖେଳ ଦେଖିବାକୁ  ମିଳିଥିଲା । ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଗୋଲଶୂନ୍ୟ ରହିବାରୁ  ଅତିରିକ୍ତ ସମୟ ଖେଳ ଆରମ୍ଭ ହୋଇଥିଲା। ଏହି ସମୟରେ  ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇ ନଥିଲା । ଯଦିଓ ପର୍ତ୍ତୁଗାଲ  ଶେଷ ମୁହୂର୍ତ୍ତରେ ଏକ ସୁଯୋଗ ସୃଷ୍ଟି କରିଥିଲା । ଶେଷରେ  ଖେଳ ପେନାଲ୍ଟି ସୁଟ୍‌ ଆଉଟ୍‌କୁ ଯାଇଥିଲା ।  

ଫ୍ରାନ୍ସଠୁ ପେନାଲ୍ଟି ଆରମ୍ଭ ହୋଇଥିଲା । ଫ୍ରାନ୍ସ  କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ବଲ  ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲା ।  କିନ୍ତୁ ପର୍ତ୍ତୁଗାଲ ପ୍ରଥମ ଓ ଦ୍ୱିତୀୟଟି ସଫଳ ହେବା ପରେ  ତୃତୀୟଟିରେ ବିଫଳ ହୋଇଥିଲା । ତାହା ହିଁ ଦଳ ପାଇଁ  ବିପର୍ଯ୍ୟୟ ଆଣି ଦେଇଥିଲା । ଶେଷରେ ଫ୍ରାନ୍ସ ୫-୩  ଗୋଲରେ ମ୍ୟାଚ୍‌ ଜିତି ନେଇ ସେମିରେ ପ୍ରବେଶ କରିଥିଲା । 

ସ୍ପେନ ୨-୧ ଜର୍ମାନୀ ଷ୍ଟଟଗାର୍ଟ: ମ୍ୟାଚ୍‌ ପ୍ରଥମାର୍ଦ୍ଧରେ ଗୋଲଶୂନ୍ୟ  ରହିଥିଲା । ଦ୍ୱିତୀୟାର୍ଦ୍ଧର ୫୧ ମିନିଟରେ ସ୍ପେନ ଗୋଲ୍‌  ଖାତା ଖୋଲିଥିଲା । ଡାନି ଓଲମୋ ଏହି ଗୋଲ୍‌ ସ୍କୋର  କରିଥିଲେ । ୮୯ ମିନିଟରେ (ଫ୍ଲୋରିଆନ ୱର୍ଟଜ) ଜର୍ମାନୀ  ଗୋଲ ପରିଶୋଧ କରିଥିଲା। ୯୦ ମିନିଟ୍‌ ଏବଂ ଇନ୍‌ଜ୍ୟୁରୀ  ଟାଇମରେ ଖେଳ ବରାବର ରହିବା ପରେ ଅତିରିକ୍ତ ୩୦  ମିନିଟ୍‌ ଖେଳ ଆରମ୍ଭ ହୋଇଥିଲା । 

ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା ଏହି ଭାଗ ।  ଉଭୟ ଦଳ ମ୍ୟାଚ୍‌ ଜିତିବା ନେଇ ନିଜର ସମସ୍ତ  ଶକ୍ତି ଲଗାଇଥିଲେ । ୧୧୮ ମିନିଟ ପର୍ଯ୍ୟନ୍ତ ଖେଳ  ୧-୧ ରହିଥିଲା । ଲାଗୁଥିଲା ଖେଳ ପେନାଲ୍ଟି ସୁଟ୍‌  ଆଉଟ୍‌କୁ ଯିବ । କିନ୍ତୁ ୧୧୯ ମିନିଟ୍‌ରେ ମିକେଲ  ଚମତ୍କାର ଗୋଲ ଦେଇ ଦଳକୁ ଜିତାଇଲେ । ଓଲମୋ  ଏଥିରେ ସହାୟତା କରିଥିଲେ । ୟୁରୋ କପ୍‌ରେ  ଜର୍ମାନୀ ତା’ର ଶେଷ ୪ଟି ନକ୍‌ ଆଉଟ୍‌ ମ୍ୟାଚରୁ ୩ଟି  ପରାଜିତ ହୋଇଛି । ସ୍ପେନ ଚଳିତ ସଂସ୍କରଣରେ ଏ  ପର୍ଯ୍ୟନ୍ତ ସବୁ ମ୍ୟାଚ୍‌ରେ (୫ଟି) ଅପରାଜେୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.