ନୂଆଦିଲ୍ଲୀ,୦୪/୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗୋଟିଏ ପଟେ ଭାରତ ଏହାର ଯୁବ ଖେଳାଳିଙ୍କୁ ପ୍ରସ୍ତୁତ କରୁଥିବା ବେଳେ ସେପଟେ ମଧ୍ୟ ବାଂଲାଦେଶ ଆଗାମୀ ସିରିଜ୍ ପାଇଁ ଯୁବ ଖେଳାଳୀଙ୍କୁ ଟିମ୍ରେ ସୁଯୋଗ ଦେଇଛି। ବାଂଲାଦେଶ ଆଜି ପର୍ଯ୍ୟନ୍ତ ଟି୨୦ ମ୍ୟାଚ୍ରେ ଭାରତକୁ କେବଳ ଥରଟିଏ ହରାଇବାରେ ସକ୍ଷମ ହୋଇଛି। ବାଂଲାଦେଶ ଟିମ୍ରେ ଏବେ ବି ଏମିତି କିଛି ଖେଳାଳୀ ଅଛନ୍ତି, ଯେଉଁମାନେ କି ଭାରତୀୟ ଦଳର ଚିନ୍ତା ବଢ଼ାଇପାରନ୍ତି।
ମୁସ୍ତଫିଜୁର ରହମାନ:
ମୁସ୍ତାଫିଜୁର ରହମାନ ବାଂଲାଦେଶର ମୁଖ୍ୟ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ତାଙ୍କ ଅନ୍ତର୍ଜାତୀୟ ଟି -୨୦ କ୍ୟାରିୟରରେ ୮୫ ୱିକେଟ୍ ନେଇଛନ୍ତି। ବୋଲିଂରେ ତାଙ୍କର ଭିନ୍ନତା ରହିଛି, ଯାହା ଦୁନିଆର ଯେକୌଣସି ବ୍ୟାଟରଙ୍କୁ ଚିନ୍ତାରେ ପକାଇପାରେ। ରହମାନଙ୍କୁ ଏକ ପାଓ୍ବାରପ୍ଳେ ଏବଂ ଡେଥ୍ ଓଭର ସ୍ପେଶାଲିଷ୍ଟ ବୋଲି କୁହାଯାଏ ଏବଂ ତାଙ୍କ ପାଖରେ ଯଥେଷ୍ଟ ଅଭିଜ୍ଞତା ରହିଛି। ତେଣୁ ସେ ଯୁବ ଭାରତୀୟ ଦଳକୁ ସମସ୍ୟାରେ ପକାଇପାରନ୍ତି।
ମହମ୍ମଦ୍ଦୁଲାହ:
ବାଂଲାଦେଶର କିମ୍ବଦନ୍ତୀ ଖେଳାଳିମାନଙ୍କ ମଧ୍ୟରୁ ମହମୁଦ୍ଦୁଲ୍ଲା ୩୮ ବର୍ଷ ବୟସରେ ମଧ୍ୟ ଦଳର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି। ସେ ୧୩୮ ମ୍ୟାଚ୍ ର ଟି ୨୦ କ୍ୟାରିୟରରେ ୨୩୯୪ ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ୮ ଅର୍ଦ୍ଧଶତକ ମଧ୍ୟ ରହିଛି। ସେ ଗତ କିଛି ମ୍ୟାଚ୍ରେ ବ୍ୟାଟିଂ କରିନାହାଁନ୍ତି, କିନ୍ତୁ ଟିମ୍ ଇଣ୍ଡିଆ ତାଙ୍କୁ ଅଣଦେଖା କରିବା ଭୁଲ୍ ହେବ। ତେଣୁ ଭାରତୀୟ ଖେଳାଳିଙ୍କୁ କେବଳ ବ୍ୟାଟିଂରେ ଫାଇନିଂ କୌଶଳ ନୁହେଁ ବରଂ ସ୍ପିନ୍ ବୋଲିଂରୁ ସତର୍କ ରହିବାକୁ ହେବ।
ମେହଦି ହସନ୍ ମିରାଜ:
ବାଂଲାଦେଶର ଅନ୍ୟତମ ଉଦୀୟମାନ ଅଲରାଉଣ୍ଡର ଖେଳାଳି ମେହେଦି ହସନ ମିରାଜ। ୨୫ ଟି ୨୦ ମ୍ୟାଚରେ ୨୪୮ ରନ୍ ସ୍କୋର କରିବା ବ୍ୟତୀତ ସେ ୧୩ ୱିକେଟ୍ ମଧ୍ୟ ନେଇଛନ୍ତି। ସେ ପ୍ରାୟ ୧୪ ମାସ ପରେ ବାଂଲାଦେଶ ଜାତୀୟ ଦଳକୁ ଫେରୁଛନ୍ତି। ପାକିସ୍ତାନ ବିପକ୍ଷ ମୁଖ୍ୟ ଟେଷ୍ଟ ସିରିଜରେ ସେ କେବଳ ବ୍ୟାଟରଙ୍କ ସହ ଭଲ ପ୍ରଦର୍ଶନ କରିନାହାଁନ୍ତି ବରଂ ତାଙ୍କ ବୋଲିଂ ଆଗରେ ପାକିସ୍ତାନୀ ବ୍ୟାଟର ଧୂଳି ଚାଟିଛନ୍ତି।