ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଅଶ୍ବିନୀ-ଅନୀଲଙ୍କ ଅବସରର ଅଜବ ସଂଯୋଗ, କଣ ମିଚେଲ କନେକ୍ସନ

Published By : Ankita S | December 21, 2024 2:23 PM

ନୂଆଦିଲ୍ଲୀ,୨୧/୧୨: ମହାନ କ୍ରିକେଟର ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ଏକଦା କହିଥିଲେ ଏମିତି ସମୟରେ ଅବସର ଗ୍ରହଣ କରିବା ଉଚିତ୍ ଯେମିତି ସମସ୍ତେ ପଚାରିବେ 'ଏବେ କାହିଁକି' । ଭାରତକୁ ଏକାଧିକ ବିଜୟ ମୁକୁଟ ପିନ୍ଧାଇଥିବା ରବିଚନ୍ଦ୍ରନ ଅଶ୍ବିନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସ୍ପିନ ଯାଦୁଗରଙ୍କ ଯୁଗ ଶେଷ ହୋଇଛି । ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଚାଲିଥିବା ସମୟରେ ଅଶ୍ବିନୀ ଅବସର ଘୋଷଣା କରିଥିଲେ । ଅସବର ଘୋଷଣାକୁ ୨ ଦିନ ବିତି ଗଲାଣି ତଥାପି ଚର୍ଚ୍ଚା ଲାଗି ରହିଛି । ତେବେ ଜାଣିଛନ୍ତି ଅଶ୍ବିନୀଙ୍କ ଅବସର ଘୋଷଣାର ସମୟ ସହ ପୂର୍ବତନ କ୍ରିକେଟର ଅନୀଲ କୁମ୍ବେଲଙ୍କ ଅବସର ସହ ମେଳ ଖାଉଛି । ଦୁଇ କ୍ରିକେଟରଙ୍କ ଅବସରର ଅଜବ ସଂଯୋଗ ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଉଭୟଙ୍କ ଅବସର- ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ୨୦୨୪-୨୫ ଜାରି ରିହିଛି । ୩ଟି ଟେଷ୍ଟ ମ୍ୟାଚ ଖେଳା ସରିଛି । ବାକି ଦୁଇଟି ମ୍ୟାଚ ବାକି ରହିଛି । ତୃତୀୟ ଟେଷ୍ଟ ଗାବାରେ ଖେଳା ଯାଇଥିଲା । ଏହି ସମୟରେ ଅଚାନକ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ସ୍ପିନ୍ ଯାଦୁଗର ଆର ଅଶ୍ବିନୀ । ଏହି ସମୟ ଠିକ୍ ଅନୀଲ କୁମ୍ବେଲଙ୍କ ଅବସର ସମୟ ସହ ମ୍ୟାଚ କରୁଛି । ଅନୀଲ କୁମ୍ବେଲ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ଅବସର ଘୋଷଣା କରିଥିଲେ । ସେ ୨୦୦୮ରେ ଟେଷ୍ଟ ମ୍ୟାଚ ଖେଳିବା ପରେ ସନ୍ୟାସ ନେଇଥିଲେ । ଉଭୟ ସେମାନଙ୍କ ଶେଷ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ।

ଦୁହିଁଙ୍କ ନାମରେ ୫୦୦ୱିକେଟ- ଅଶ୍ବିନୀ ୧୦୬ ଟେଷ୍ଟ ମ୍ୟାଚ ଖେଳି ୫୩୭ ୱିକେଟ ନେଇ ଅବସର ଘୋଷଣା କରିଥିଲେ । ସେହିପରି ଅନୀଲ କୁମ୍ବଲେ ଭାରତର ସର୍ବାଧିକ ୱିକେଟ ହାସଲକାରୀ ଖେଳାଳି ସହ ୧୩୨ ଟେଷ୍ଟ ଖେଳି ୬୧୯ଟି ୱିକେଟ ନେଇଛନ୍ତି ।

ମିଚେଲ କନେକ୍ସନ- ଅଶ୍ବିନୀ ଓ ଅନୀଲ କୁମ୍ବଲେ ବର୍ଡର-ଗାଭାସ୍କର ଟ୍ରଫି ଟୁର୍ଣ୍ଣାମେଣ୍ଟର ତୃତୀୟ ଟେଷ୍ଟ ମ୍ୟାଚ ପରେ ଅବସର ନେଇଛନ୍ତି । ଦୁହିଁଙ୍କର ଶେଷ ୱିକେଟ ମିଲେଚ ଥିଲେ । ଅଶ୍ବିନୀଙ୍କ ଶେଷ ୱିକେଟ ମିଚେଲ ମାର୍ଶ ଥିଲେ ଅନୀଲଙ୍କ ଶେଷ ଟେଷ୍ଟ ୱିକେଟ ମିଚେଲ ଜନସନ ଥିଲେ ।

ବିନା ଫେରୱାଲରେ ଅବସର- ଦୁଇ ଭାରତୀୟ ଖେଳାଳି ଅଚାନକ ଅବସର ଘୋଷଣା କରିଥିଲେ । ସେମାନଙ୍କୁ କୌଣସି ଅବସର ସମ୍ବର୍ଦ୍ଧନା ଦିଆଯାଇନାହିଁ । ଅଶ୍ବିନୀ ଗାବା ଟେଷ୍ଟ ଖେଳି ନଥିଲେ  । ଅନୀଲ କୁମ୍ବେଲ ମଧ୍ୟ ଦିଲ୍ଲୀ ଟେଷ୍ଟ ଖେଳିନଥିଲେ ମାତ୍ର ନାଗପୁର ଟେଷ୍ଟ ଖେଳିଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.