ନୂଆଦିଲ୍ଲୀ,୨୧/୧୨: ଅଡୁଆରେ ଭାରତର ପୂର୍ବତନ କ୍ରିକେଟର ରବିନ୍ ଉଥପ୍ପା । ଜେଲ ଯାଇପାରନ୍ତି ରବିନ୍ । ୨୩ ଲକ୍ଷ ପିଏଫ ସ୍କାମରେ ରବିନ୍ ଉଥପ୍ପାଙ୍କ ନାମରେ ଗିରଫ ପରୱାନ ଜାରି ହୋଇଛି । ଫଳରେ ପୂର୍ବତନ କ୍ରିକେଟରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ୩୯ ବର୍ଷୀୟ ରବିନ୍ ଉଥପ୍ପାଙ୍କ ନାମରେ ୨୩ ଲକ୍ଷ ପ୍ରୋଭିଡେଣ୍ଟ ଫଣ୍ଡ ସ୍କାମର ଅଭିଯୋଗ ରହିଛି । ଏ ନେଇ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ।
ଭାରତୀୟ ପୂର୍ବତନ କ୍ରିକେଟର ରବିନ୍ ଉଥପ୍ପାଙ୍କ ନାମରେ ପ୍ରୋଭିଡେଣ୍ଟ ଫଣ୍ଡ ସ୍କାମର ଅଭିଯୋଗ ପରେ ତାଙ୍କ ଅଡୁଆ ବଢାଇଛି ଆରେଷ୍ଟ ୱାରେଣ୍ଟ । ୨୩ ଲକ୍ଷ ଟଙ୍କାର ପିଏଫ ସ୍କାମ ଅଭିଯୋଗ ରହିଛି । ଆଞ୍ଚଳିକ ପିଏଫ କମିଶନ ସଦାକ୍ଷରୀ ଗୋପାଳ ରେଡ୍ଡୀଙ୍କ ପକ୍ଷରୁ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଗିରଫ ପରୱାନା ଅନୁସାରେ ପୁଲକେଶିନଗର ପୋଲିସ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରବିନ୍ ଉଥପ୍ପା ସେଞ୍ଚୁରିଆନ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ନାମକ କମ୍ପାନୀର ପରିଚାଳନା କରୁଛନ୍ତି । ତାଙ୍କ ନାମରେ କମ୍ପାନୀ କର୍ମଚାରୀଙ୍କ ବେତନରୁ ପିଏଫ କାଟିନେଇଥିବା ଅଭିଯୋଗ ରହିଛି । ପିଏଫ ରାଶି କର୍ମଚାରୀଙ୍କ ଖାତାରେ ଜମା ହୋଇନାହିଁ । ମୋଟ ୨୩ ଲକ୍ଷ ଟଙ୍କାର ପିଏଫ ହଡପ କରିଥିବା ଅଭିଯୋଗ ପରେ ତାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି ।
ଡିସେମ୍ବର ୪ ତାରିଖରେ ପୁଲକେଶିନଗର ଥାନାକୁ ଏକ ଚିଠି ହୋଇଥିଲା । ଯେଉଁଥିରେ ଉଥପ୍ପାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇ ଗିରଫ ବାବଦରେ କୁହାଯାଇଥିଲା । ମାତ୍ର ପୋଲିସ ୱାରେଣ୍ଟକୁ ପିଏଫ କାର୍ଯ୍ୟାଳୟକୁ ଫେରାଇ ଦେଇଥିଲା । ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲେ ବି ଏବେ ଯାଏ ରବିନଙ୍କୁ ଗିରଫ କରାଯାଇନାହିଁ ।