ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଭିନେଶ ଫୋଗାଟଙ୍କ ଦାବି; ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍‌ ଆସିଥିଲା, କିନ୍ତୁ ମୁଁ କଥା ହୋଇନଥିଲି’

Published By : Tapas Panda | October 2, 2024 6:33 PM

Image Courtesy: indiatvnews

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ରେସଲର ଭିନେଶ ଫୋଗାଟ ଅବସର ଘୋଷଣା କରିବା ପରେ ଏବେ ରାଜନୀତି ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ୟାରିସ୍‌ ୨୦୨୪ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହେବା ପରେ ସେ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ । ବହୁ ନ୍ୟାୟିକ ଲଢ଼େଇ ପରେ ବି ତାଙ୍କୁ ଫାଇନାଲ୍‌ରେ ଖେଳିବାକୁ ସୁଯୋଗ ମିଳିନଥିଲା । ଏପରିକି ରୌପ୍ୟ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ ଭିନେଶ ଫୋଗାଟ । ଏବେ କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଭିନେଶ ଫୋଗାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି । 

ସେ କହିଛନ୍ତି ଯେ , ଅଲିମ୍ପିକ୍ସରେ ବିଫଳତା ପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କଲ ଆସିଥିଲା । କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇନଥିଲେ । କାରଣ ସେତେବେଳେ ତାଙ୍କର ଭାବାବେଗ ଏବଂ ପ୍ରଚେଷ୍ଟା ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ ବୋଲି ବିଚାର କରିଥିଲେ ଭିନେଶ । ସେ ଆହୁରି କହିଛନ୍ତି ଯେ, ‘ସେ (ନରେନ୍ଦ୍ର ମୋଦୀ) ମୋତେ ସିଧାସଳଖ କଲ କରିନଥିଲେ । ସେଠାରେ ଥିବା ଭାରତୀୟ ଅଧିକାରୀ ମୋଦୀ କଥା ହେବାକୁ ଚାହୁଁଛନ୍ତି ବୋଲି ମୋତେ ଜଣାଇଥିଲେ । ମୁଁ ରାଜି ହୋଇଯାଇଥିଲି । କିନ୍ତୁ ସେମାନେ ସର୍ତ୍ତ ରଖିଥିଲେ । ମୋତେ କୁହାଗଲା, ମୋ ପକ୍ଷରୁ କେହି ଉପସ୍ଥିତ ରହିବେ ନାହିଁ । ସୋସିଆଲ ମିଡିଆରେ ଶେୟାର ଲାଗି ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୋର ଭିଡିଓ ସହ ମୋ କଲ ରେକର୍ଡ କରିବାକୁ ଦୁଇ ଅଧିକାରୀ ଉପସ୍ଥିତ ରହିବେ ।’ 

 ଅଲିମ୍ପିଆନ୍‌ ଭିନେଶ ଫୋଗାଟ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏନେଇ ଦାବି କରିଛନ୍ତି ।  ଭିନେଶ ଫୋଗାଟ କହିଛନ୍ତି, ମୁଁ ଚାହୁଁନଥିଲି ମୋର ଭାବାବେଗ ଏବଂ କଠିନ ପରିଶ୍ରମ ସୋସିଆଲ ମିଡିଆରେ ଉପହାସର ଖୋରାକ ହେଉ । ତେବେ ରେକର୍ଡିଂ ବିନା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ କଲ ମିଳିଥିଲେ ତାହା ପ୍ରଶଂସାଯୋଗ୍ୟ ହୋଇଥାନ୍ତା ବୋଲି ସେ କହିଛନ୍ତି । ସାକ୍ଷାତକାରରେ ଭିନେଶ ଫୋଗାଟ କହିଛନ୍ତି, ‘ଯଦି ସେ ପ୍ରକୃତରେ  ଆଥଲେଟଙ୍କ ପ୍ରତି ଯତ୍ନବାନ, ତେବେ ରେକର୍ଡ ନକରି ମୋତେ କଲ କରିପାରିଥାନ୍ତେ । ଏଥିପାଇଁ ମୁଁ ତାଙ୍କ ପାଖରେ ଚିର ଋଣୀ ରହିଥାନ୍ତି ।’

 ସେପଟେ ତାଙ୍କର କଥାବାର୍ତ୍ତାକୁ ନିୟନ୍ତ୍ରଣ କରିବା ଲାଗି ମୋଦୀଙ୍କ କାର୍ଯ୍ୟାଳୟ ତାଙ୍କ ପାଖରେ ସର୍ତ୍ତ ରଖିଥିଲା ବୋଲି ବିଶ୍ବାସ କରୁଛନ୍ତି ଫୋଗାଟ ।  ବୋଧହୁଏ ତାଙ୍କୁ (ପ୍ରଧାନମନ୍ତ୍ରୀ) ଜଣାଥିଲା ଯଦି ଭିନେଶ ସହ କଥା ହୁଏ ତେବେ ସେ ଗତ ଦୁଇ ବର୍ଷରେ ଘଟିଥିବା ଘଟଣା ସଂପର୍କରେ ପଚାରିବ । ଏଥିପାଇଁ ହୁଏତ ମୋ ପକ୍ଷରୁ ଫୋନ୍ କରିବାକୁ ମନା କରାଯାଇଥିଲା । ଯାହାଦ୍ବାରା ସେମାନେ ଭିଡିଓକୁ ସେମାନଙ୍କ ହିସାବରେ ଏଡିଟ କରିପାରିବେ କିନ୍ତୁ ମୁ ଏଡିଟ୍‌ ନକରି ଅରିଜିନାଲ୍‌ ଭିଡିଓ ପୋଷ୍ଟ କରିବି । ତେଣୁ ସେମାନେ ମନା କରିଥିଲେ ବୋଲି ଭିନେଶ ଫୋଗାଟ କହିଛନ୍ତି । 

ସୂଚନାଯୋଗ୍ୟ, ଦୁଇ ବର୍ଷ ପୂର୍ବରୁ ଭିନେଶ ଫୋଗାଟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ କରିଥିଲେ । ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଭିନେଶଙ୍କ ସମେତ ଅନ୍ୟ ମହିଳା ରେସଲର ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏହା ପରେ ପୋଲିସ ସହ ଭିନେଶ ଫୋଗାଟଙ୍କ ସଂଘର୍ଷ ହୋଇଥିଲା । ସେ ମାସ ମାସ ଧରି ଧାରଣାରେ ବସିଥିଲେ । ଏହା ସତ୍ତ୍ବେ ସେ ପ୍ୟାରିସ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ । ସେଠାରେ ଭିନେଶ ଫୋଗାଟ ମେଡାଲ ଜିତିବାକୁ ଥିବା ବେଳେ ତାଙ୍କ ଶରୀରର ଓଜନ ମାତ୍ର ୧୦୦ ଗ୍ରାମ ବଢ଼ିଯିବାରୁ ତାଙ୍କୁ ଫାଇନାଲରୁ ଆଉଟ ହେବାକୁ ପଡ଼ିଥିଲା । ଏହି ଘଟଣା ପରେ ସେ କୁସ୍ତିରୁ ଅବସର ଘୋଷଣା କରିଥିଲେ । ଏବେ ସେ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଜୁଲାନା ଆସନରୁ ଲଢ଼ୁଛନ୍ତି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.