ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ସିରିଜ ଜିତିବା ପରେ ବଦଳିଲା ଡବ୍ଲ୍ୟୁଟିସି ଫାଇନାଲର ସମୀକରଣ, ଏହି ୩ଟିମ୍ ମଧ୍ୟରେ ହେବ ସିଧା ଟକ୍କର

Published By : Gurupada Nath | October 1, 2024 5:03 PM

ନୂଆଦିଲ୍ଲୀ, ୧/୧୦ : କାନପୁର ଟେଷ୍ଟରେ ଭାରତର ବାଂଲାଦେଶ ବିପକ୍ଷରେ ବିଜୟ ପରେ ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ରେଶରେ ସମୀକରଣ ପରିବର୍ତ୍ତନ ହୋଇଥିବା ନଜର ଆସିଛି । ଭାରତ ଦୁଇଟି ଟେଷ୍ଟ ମ୍ୟାଚର ସିରିଜରେ ବାଂଲାଦେଶକୁ ୨-୦ରେ ହରାଇଛି । ପ୍ରାୟ ୩ଦିନ ବର୍ଷା ହେବା ପ‌ରେ ଭାରତ ଆକ୍ରମଣାତ୍ମକ ଖେଳ ଦେଖାଇ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ୭ଓ୍ବିକେଟରେ ଜିତିଛି । ଟିମ୍ ଇଣ୍ଡିଆ ଲାଗି ଭଲ ଖବର ଏହାକି ଟେବୁଲରେ ସେ ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟେ୍ରଲିଆ ଉପରେ ପ୍ରଭାବ ପକାଇଛି ।

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଟେବୁଲ ପଏଣ୍ଟ୍ସର ପ୍ରତିଶତ ଆଧାରରେ ହୋଇଥାଏ । ଭାରତ ପ୍ରାୟ ୭୪.୨୪ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଅଛି । ବାଂଲାଦେଶର କ୍ଲିନ ସ୍ବିପ ପରେ ଏ‌ବେ ଆଶା ବଢିଯାଇଛି କି ଟିମ୍ ଇଣ୍ଡିଆ ଲଗାତର ଭାବେ ତୃତୀୟ ଫାଇନାଲ ଖେଳିବାକୁ ଯାଉଛି । ଦ୍ବିତୀୟ ସ୍ଥାନ ଅଷ୍ଟେ୍ରଲିଆ ଅଛି ଯାହାର ପଏଣ୍ଟ୍ସ ପ୍ରତିଶତ ୬୨.୫୦ଅଟେ ଏବଂ ତୃତୀୟ ସ୍ଥାନରେ ଶ୍ରୀଲଙ୍କା ଅଛି । ଯିଏ ନିକଟରେ ନ୍ୟୁଜିଲାଣ୍ଡକୁ ଟେଷ୍ଟ ସିରିଜରେ ୨-୦ରେ ହରାଇଛି । ଶ୍ରୀଲଙ୍କାର ପ୍ରତିଶତ ୫୫.୫୬ଅଟେ । 

ଏହା ଏବେ ସ୍ପଷ୍ଟ ହୋଇଯାଇଛି କି ଭାରତ , ଅଷ୍ଟେ୍ରଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଟକ୍କର ହେବ । ଏହି ରେଶରେ ଦକ୍ଷିଣ ଆଫ୍ରିକା ବି ସାମିଲ ହୋଇପାରେ, ଯାହାକୁ ଆଗାମୀ ମାସରେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ପରେ ପାକିସ୍ତାନ ବିପକ୍ଷରେ ସିରିଜ ଖେଳିବାକୁ ଅଛି । ଯଦି ଆଫ୍ରିକା ଟିମ୍ ଏହି ସବୁ ମ୍ୟାଚରେ ବିଜୟୀ ଲାଭ କରୁଛି ତ ଏହାର ପଏଣ୍ଟ୍ସ ପ୍ରତିଶତ ୭୦ ପାର୍ ଚାଲିଯିବ । କିନ୍ତୁ କେତେକ ମୁକାବିଲା ଡ୍ର ହେବାର ସ୍ଥିତିରେ ବି ଦକ୍ଷିଣ ଆଫ୍ରିକା ଉପରେ ଏହାର ପ୍ରଭାବ ପଡ଼ିପାରେ । ଏଥିଲାଗି ଆଫ୍ରିକା ଲାଗି ଫାଇନାଲର ଆଶା ଏତେ ସହଜ ନୁହେଁ । ଏଭଳି ସ୍ଥଳେ ଭାରତ, ଅଷ୍ଟେ୍ରଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲର ସିଧା ଟକ୍କର ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.