ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଟି-୨୦ ବିଶ୍ବକପ୍ ଜିତିବା ପରେ ବି କାନ୍ଦି ପାରିନଥିଲେ ଅର୍ଶଦୀପ ସିଂହ, କହିଲେ, ‘କୌଣସି ଇମୋଶନ ଆଉ...’

ନୂଆଦିଲ୍ଲୀ,୬/୭ : ଟି-୨୦ ବିଶ୍ବକପ ୨୦୨୪ର ଟ୍ରଫି ଜିତିବା ପରେ ପ୍ରତି ଭାରତୀୟ ଖେଳାଳୀ ନିଜ ଇମୋଶନ ସାମ୍ନାକୁ ଆଣୁଛନ୍ତି । କିଛି ଖେଳାଳୀ ଗଣମାଧ୍ୟମ ସାମ୍ନା‌ରେ ହେଉ କିମ୍ବା ଅନ୍ୟ କିଛି ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ନିଜ ଭାବନାକୁ ସେୟାର କରୁଛନ୍ତି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅର୍ଶଦୀପ ସିଂହ ବି କିଛି ଏଭଳି କରିଛନ୍ତି । ସେ ଫାଇନାଲ ମ୍ୟାଚ୍ ସମୟର ନିଜ ଇମୋଶନ ସେୟାର କରିଛନ୍ତି । ଯେଉଁଥିରେ ଅର୍ଶଦୀପ କହିଛନ୍ତି କି ଏବେ ତାଙ୍କ ଭିତରେ କୌଣସି ଇମୋଶନ ବଞ୍ଚି ନାହିଁ । ଅର୍ଶଦୀପ ଏହା ବି କହିଛନ୍ତି କି ଫାଇନାଲ ଜିତିବା ପରେ ବି ତାଙ୍କ ଆଖିରୁ ଲୁହ ବାହାରି ନଥିଲା ।

ଶେଷ ଓଭରର ପ୍ରତି ବଲରେ ଅର୍ଶଦୀପ ସିଂହଙ୍କ ଇମୋଶନ ବଦଳୁଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଦ୍ବାରା ଲଗ୍ ଅନରେ ଡେଭିଡ ମିଲରଙ୍କ କ୍ୟାଚ୍ ଧରିବା ପରେ ଅର୍ଶଦୀପ ସିଂହଙ୍କ ହୃଦୟ ଜୋରରେ ଧକଧକ୍ ହେଉଥିଲା । ଏହି କ୍ୟାଚ୍ ପ୍ରାୟତ ଭାରତର ବିଜୟକୁ ପକ୍କା କରିସାରିଥିଲା । କିନ୍ତୁ ମ୍ୟାଚ୍ ଶେଷ ହେବା ପରେ ଅର୍ଶଦୀପ କାନ୍ଦିବାକୁ ପ୍ରୟାଶ କରିଥିଲେ , କିନ୍ତୁ ସେ କାନ୍ଦି ପାରିନଥିଲେ ।

ସେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ‘ମୁଁ ବହୁତ ଖୁସି ଥିଲି । ଆଇପିଏଲରେ ମୁଁ ପଞ୍ଜାବ କିଙ୍ଗ୍ସ ଲାଗି ଏତେ ପ୍ରେସରରେ ଥିବା ମ୍ୟାଚ୍ ଖେଳିଛି କି ଏବେ ମୋ ପାଖରେ କୌଣସି ଭାବନା ହିଁ ବଞ୍ଚି ନାହିଁ । ମୁଁ ପ୍ରୟାସ କରୁଥିଲି କିଛି ଆଖିରୁ ଲୁହ ବାହାରିନଥିଲା ‘। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.