ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଅଲିମ୍ପିକ୍ସ ଆଉ ୧୮ ଦିନ..୨୫ରୁ ଭାରତର ଅଭିଯାନ, ଅଗଷ୍ଟ ୬ରେ ଆକ୍ସନକୁ ଓହ୍ଲାଇବେ ନୀରଜ, କିଶୋର

ନୂଆଦିଲ୍ଲୀ,୦୭/୦୭: ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସକୁ ଆଉ ମାତ୍ର ୧୮ ଦିନ ବାକି  ରହିଲା । ଅଲିମ୍ପିକ୍‌ କ୍ରୀଡ଼ା  ମହାକୁମ୍ଭ ଆସନ୍ତା ୨୬ ତାରିଖରୁ  ଆରମ୍ଭ ହୋଇ ଅଗଷ୍ଟ ୧୧  ତାରିଖରେ ଶେଷ ହେବ । ମାତ୍ର  ୨୪ ତାରିଖରୁ ରଗବୀ-୭ ଏବଂ ଫୁଟବଲ୍‌ର  ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହୋଇଯିବ ।  ଆଜି ଭାରତୀୟ ଦଳର କ୍ରୀଡ଼ାସୂଚୀ ସ୍ପଷ୍ଟ  ହୋଇଛି । ଜୁଲାଇ ୨୫ ତାରିଖରୁ ଭାରତ  ଅଭିଯାନ ଆରମ୍ଭ କରିବ ଏବଂ ଅନ୍ତିମ ଦିବସ  (ଅଗଷ୍ଟ ୧୧)ରେ ମହିଳା ରେସଲର ଋତିକା  ହୁଡ଼ା ଶେଷ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱୀତା  କରିବେ । ଅଗଷ୍ଟ ୬ ତାରିଖରେ ବହୁ  ପ୍ରତୀକ୍ଷିତ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର  ଯୋଗ୍ୟତା ରାଉଣ୍ଡ୍‌ ରହିଛି । ଏଥିରେ  ନୀରଜ ଚୋପ୍ରା ଏବଂ ଓଡ଼ିଶାର କିଶୋର  କୁମାର ଜେନା ମୁଖ୍ୟ ଆକର୍ଷଣ ହେବେ । 

ଏଥର ଭାରତରୁ ମୋଟ ୧୧୧ଜଣ  ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।  ଆଥଲେଟିକ୍ସରେ ସର୍ବାଧିକ ୨୮ଜଣ  ରହିଥିବାବେଳେ ସୁଟିଂରେ  ୨୧ଜଣ ସାମିଲ ରହିଛନ୍ତି ।  ଜୁଲାଇ ୨୫ ତାରିଖରେ  ତୀରନ୍ଦାଜୀ କ୍ରୀଡ଼ାରୁ ଭାରତୀୟଙ୍କ  ଅଲିମ୍ପିକ୍ସ ଅଭିଯାନ ଆରମ୍ଭ  ହେବ । ୨୭ ତାରିଖ ସୁଟିଂରେ  ପଦକ ଇଭେଣ୍ଟ ରହିଛି । ଅର୍ଜୁନ  ବାବୁତା, ଏଲାଭେନିଲ ଭାଲାରିଭାନ  ଓ ରମିତା ପଦକ ଇଭେଣ୍ଟରେ  ଲଢ଼େଇ କରିବେ । ଅଗଷ୍ଟ ୧ ତାରିଖରୁ  ଆଥଲେଟିକ୍‌ ଇଭେଣ୍ଟ ଆରମ୍ଭ ହେବ । 

ଭାରତୀୟ ହକି ଦଳର ଜର୍ସି ଉନ୍ମୋଚିତ: ବେଙ୍ଗାଲୁରୁ ଠାରେ ଥିବା ସାଇ ସେଣ୍ଟରରେ  ଆଜି ଭାରତୀୟ ପୁରୁଷ ହକି ଦଳର  ଜର୍ସି ଉନ୍ମୋଚନ କରାଯାଇଥିଲା । ଜାତୀୟ  ଶିବିର ଶେଷ ହେବା ପରେ ହକି ଦଳ  ସ୍ୱିଜରଲାଣ୍ଡ୍‌ ଗସ୍ତ କରି ପ୍ରଶିକ୍ଷଣ ନେବ ।  ଏହାପରେ ସ୍ୱିଜରଲାଣ୍ଡ୍‌ରୁ ନେଦରଲାଣ୍ଡ୍‌ସ  ଯିବ । ସେଠାରେ କିଛି ଅଭ୍ୟାସ ମ୍ୟାଚ୍‌  ଖେଳି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବ ।  ନେଦରଲାଣ୍ଡ୍‌ସରୁ ଭାରତୀୟ ହକି ଦଳ ପ୍ୟାରିସ୍‌ ଅଭିମୁଖେ ଯାତ୍ରା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.