ପ୍ରମୂଖ ଖବର
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ

ହରାରେ, ୦୬/୦୭: ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ଚାମ୍ପିଅନ୍‌ ହେବା ପରେ ଭାରତ ଘରୋଇ ଜିମ୍ବାୱେ ବିପକ୍ଷରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଶନିବାର ହରାରେ ସ୍ପୋର୍ଟ୍ସ କ୍ଲବ୍‌ ଗ୍ରାଉଣ୍ଡ୍‌ରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି  ଖେଳାଯିବ । ଏହି ମ୍ୟାଚ୍‌ ଅପରାହ୍ଣ  ୪.୩୦(ଭାରତୀୟ ସମୟ)ରୁ ଆରମ୍ଭ  ହେବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । 

ବିଶ୍ୱକପ୍‌ ଶେଷ ହେବା ସହ  ଭାରତର ଷ୍ଟାର୍‌ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଟି-ଟ୍ୱେଣ୍ଟିରୁ ଅବସର ଘୋଷଣା କରିଥିଲେ ।  ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ  ମଧ୍ୟ ଶେଷ ହୋଇଥିଲା । ବିଶ୍ୱକପ୍‌  ଚାଲିଥିବାବେଳେ ବିସିସିଆଇ ଜିମ୍ବାୱେ  ଗସ୍ତ ପାଇଁ ଏକ ଯୁବ ଦଳ ଘୋଷଣା  କରିଥିଲା । ଶନିବାର ଟି-ଟ୍ୱେଣ୍ଟିରେ  ଭାରତର ନୂଆ ଯୁଗ ଆରମ୍ଭ ହେବ । କାମଚଳା କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ ଏବଂ  ଅଧିନାୟକ ଶୁଭମନ ଗିଲ୍‌ଙ୍କ ନେତୃତ୍ୱରେ ଯୁବ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଟି-ଟ୍ୱେଣ୍ଟି ଦଳର ଭବିଷ୍ୟତ ବୋଲି ବିବେଚନା କରାଯାଉଥିବା  ଖେଳାଳିଙ୍କ ପାଇଁ ଏହି ସିରିଜ ପରୀକ୍ଷା  ସଦୃଶ ହେବ । ଶନିବାର ଯୁବ ଓପନର  ଅଭିଷେକ ଶର୍ମା ଓ ରିୟାନ ପରାଗ  ପଦାର୍ପଣ କରିବା ଏକପ୍ରକାର ନିଶ୍ଚିତ । 

ପ୍ରଥମ ଟି-ଟ୍ୱେଣ୍ଟି ପାଇଁ ଭାରତର ସମ୍ଭାବ୍ୟ ଏକାଦଶ ଆକଳନ କରିବା  ମୁସ୍କିଲ ହେବ । ଗିଲ୍‌ଙ୍କ ସହ ଗତ ଆଇପିଏଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି  ଆତଙ୍କ ଖେଳାଇଥିବା ଅଭିଷେକ ଓପନ  କରିବା ଆଶା କରାଯାଉଛି । ଫଳରେ  ଋତୁରାଜ ଗାଏକୱାଡ୍‌ ୩ନଂ ସ୍ଥାନରେ ବ୍ୟାଟିଂ କରିବେ। ଏହାପରେ ରିୟାନ  ପରାଗ, ରିଙ୍କୁ ସିଂହ, ଧ୍ରୁବ ଜୁରେଲ  ମଧ୍ୟଭାଗ ସମ୍ଭାଳିବେ। ରବି ବିଷ୍ଣୋଇଙ୍କ  ସମେତ ୱାସିଂଟନ ସୁନ୍ଦର ସ୍ପିନ୍‌ ବିଭାଗ ଏବଂ ଅଭେଶ ଖାନ, ଖଲିଲ ଅହମ୍ମଦ  ମୁକେଶ କୁମାର ପେସ୍‌ ବିଭାଗ ସମ୍ଭାଳିବେ। 

ଜିମ୍ବାୱେ ଏକ ଟାଣୁଆ ଦଳ ଗଠନ କରିଛି । ଷ୍ଟାର୍‌ ଅଲରାଉଣ୍ଡର  ସିକନ୍ଦର ରାଜା ଦଳର ନେତୃତ୍ୱ ନେବେ । ଦଳରେ ପ୍ରତିଭାବାନ ଅଲରାଉଣ୍ଡର ରହିଛନ୍ତି । ବୋଲିଂ ବିଭାଗରେ ବ୍ଲେସିଂ ମୁଜାରାବାନି ଓ ରିଚାର୍ଡ ନଗରଭାଙ୍କ  ଉପରେ ସମସ୍ତଙ୍କ ନଜର ରହିବ । 

ରେକର୍ଡ଼ ଭାରତ ସପକ୍ଷରେ ରହିଛି ।  ଟି-ଟ୍ୱେଣ୍ଟିରେ ଉଭୟ ଦଳ ୮ଥର  ପରସ୍ପରକୁ ଭେଟିଛନ୍ତି । ଏଥିରେ ଭାରତ  ୬ଟି ମ୍ୟାଚ୍‌ ଜିତିଥିବାବେଳେ ଜିମ୍ବାୱେ  ୨ଟିରେ ବିଜୟ ହାସଲ କରିଛି । ୨୦୨୨  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଉଭୟ ଦଳ  ଶେଷ ଥର ଟି-ଟ୍ୱେଣ୍ଟିରେ ସାମ୍ନାସାମ୍ନି  ହୋଇଥିଲେ । ରୋହିତ ଶର୍ମାଙ୍କ  ନେତୃତ୍ୱାଧିନ ଭାରତୀୟ ଦଳ ୭୧ରନ୍‌ରେ  ଏହି ମ୍ୟାଚ୍‌ ଜିତିଥିଲା । ଉକ୍ତ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ୨୫ଟି ବଲ୍‌ରୁ  ୬୧ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ । 

ପିଚ୍‌: ହରାରେ ସ୍ପୋର୍ଟ୍ସ କ୍ଲବ୍‌  ଗ୍ରାଉଣ୍ଡ୍‌ ଉଭୟ ବ୍ୟାଟିଂ ଓ ବୋଲିଂ ପାଇଁ  ଅନୁକୂଳ । ଏଠାରେ ମୋଟ ୪୧ଟି  ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ପ୍ରଥମେ  ବ୍ୟାଟିଂ କରିଥିବା ଦଳ ୨୩ଟି ମ୍ୟାଚ୍‌  ଜିତିଛନ୍ତି । ଭାରତ ଏହି ଗ୍ରାଉଣ୍ଡରେ  ୮ଟି ଟି-ଟ୍ୱେଣ୍ଟି ଖେଳି ୭ଟିରେ ବିଜୟୀ  ହୋଇଛି । ଟସ୍‌ ଜିତି ବିଜୟୀ ଦଳ  ବ୍ୟାଟିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ ।

ସମ୍ଭାବ୍ୟ ଦଳ

ଜିମ୍ବାୱେ: ବେନେଟ ବ୍ରାଏନ,  ତଡ଼ିୱାନଶେ ମରୁମାନି, ଇନୋସେଣ୍ଟ  କାଇଆ, ୱେସଲି ମଧେବୀର,  ସିକନ୍ଦର ରାଜା (ଅଧିନାୟକ),  କ୍ଲାଇଭ ମଡାଣ୍ଡେ, କ୍ୟାମ୍ପବେଲ  ଜନାଥନ, ଲ୍ୟୁକ୍‌ ଜଙ୍ଗୱେ, ୱେଲିଂଟନ  ମାସାକାଜା, ରିଚାର୍ଡ ନଗରଭା, ବ୍ଲେସିଂ  ମୁଜାରାବାନି । 

ଭାରତ: ଶୁଭମନ ଗିଲ୍‌, ଅଭିଷେକ  ଶର୍ମା, ଋତୁରାଜ ଗାଏକୱାଡ,  ରିୟାନ ପରାଗ, ରିଙ୍କୁ ସିଂହ, ଧ୍ରୁବ  ଜୁରେଲ/ଜିତେଶ ଶର୍ମା, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅଭେଶ  ଖାନ, ଖଲିଲ ଅହମ୍ମଦ, ମୁକେଶ  କୁମାର/ତୁଷାର ଦେଶପାଣ୍ଡେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.