ପ୍ରମୂଖ ଖବର
  • ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଇସ୍କନ ରଥ ପାଇଁ ଟ୍ରାଫିକ୍‌ କଟକଣା, ସିଆର୍‌ପିରୁ ବରମୁଣ୍ଡା ସର୍ଭିସ ରୋଡରେ ଭାରୀଯାନ ମନା
  • ||
  • ସୁରଟରେ ଭୁଶୁଡ଼ିଲା ୫ ମହଲା କୋଠା, ୭ ମୃତ
  • ||
  • ଓଡ଼ିଆ ପୁଅକୁ ବୀରତା ସମ୍ମାନ, ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ହାଥରସ୍ ଦଳାଚକଟା ସମୟରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ଭୋଲେ ବାବା, ସିସିଟିଭି ଫୁଟେଜରୁ ମିଳିଲା ପ୍ରମାଣ…

ନୂଆଦିଲ୍ଲୀ: ନିଜ ଭକ୍ତଙ୍କ ଭିତରେ ବେସ୍ ପ୍ରସିଦ୍ଧି ଲାଭ କରିଥିବା ହାଥରସ୍‌ରେ ସତସଙ୍ଗ କରୁଥିବା ଆତ୍ମଘୋଷିତ ବାବା ସୁରଜପାଲଙ୍କ ଓକିଲ ବୁଧବାର ଦାବି କରିଛନ୍ତି ଯେ, ଦଳଚକଟା ପରିସ୍ଥିତି ପୂର୍ବରୁ ବାବା ଭୋଲେ ସତସଙ୍ଗ ସ୍ଥଳ ଛାଡି ଚାଲିଯାଇଥିଲେ । କିନ୍ତୁ ୪୭ ସେକେଣ୍ଡର ଏକ ଭିଡିଓ କ୍ଲିପ୍ ବାବାଙ୍କ ମିଥ୍ୟା ଦାବି ଉପରୁ ପର୍ଦ୍ଧା ଉଠାଇଛି । ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ, ବାବା ନିଜର କଡା ସୁରକ୍ଷା ବଳ ଭିତରେ ଦୃତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି । ବାବା ଏକ ଧଳା ରଙ୍ଗର କାର୍‌ରେ ବସିଛନ୍ତି ଏବଂ ଆଗ-ପଛରେ ବ୍ଲାକ କମାଣ୍ଡୋ ତାଙ୍କୁ ଏସକର୍ଟ ସୁରକ୍ଷା ଦେଉଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ଏହି ଭିଡିଓ କ୍ଲିପ୍ ଜାରି କରିଛି । ଏହାର ରିପୋର୍ଟରେ କୁହାଯାଇଛି ଯେ, ରାସ୍ତାରେ ଦୁଇ କଡକୁ ତିକ୍ଷ୍ନ ଦୃଷ୍ଟି ରଖିଥିଲେ ସୁରକ୍ଷାକର୍ମୀ । ଆଉ ଏହାରି ଭିତରେ ବାବା ଧଳା ରଙ୍ଗର କାର୍‌ରେ ବସି ଫେରାର ହୋଇଯାଇଥିଲେ । ଯେଉଁ ସମୟରେ ବାବାଙ୍କର ସତସଙ୍ଗସ୍ଥଳ ଛାଡି ଯିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ତାହା ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ବାରା କୁହାଯାଇଥିବା ସମୟ ସହିତ ମେଳ ଖାଉଛି । 

ହେଲେ ଏହା ପୂର୍ବରୁ ବାବାଙ୍କ ଓକିଲ ଏପି ସିଂ ଦାବି କରିଥିଲେ ଯେ, ବାବାଙ୍କ ଅନୁଗାମୀ କେବେବି ତାଙ୍କ ପାଦ ଛୁଇଁ ନଥାନ୍ତି । ତାଙ୍କ ପାଦ ଛୁଇଁବାକୁ ନେଇ ଦଳାଚକଟା ପରିସ୍ଥିତି ଉପୁଜିଥାଇ ନପାରେ ବୋଲି ଆଶଙ୍କା କରାଯାଉଛି । ତେବେ ମଙ୍ଗଳବାର ଘଟଣାରେ ୧୨୨ ଜଣ ମୃତ୍ୟୁ ପାଇଁ ଅନ୍ୟ କୌଣସି ଅସମାଜିକ ଘଟଣାକୁ ଦାୟୀ କରିଛନ୍ତି ସେ । ଏହାର ତଦନ୍ତ ହେବା ଜରୁରୀ । ତେବେ ଉତ୍ତରପ୍ରଦେଶ ପୋଲିସ ସତସଙ୍ଗ ସମାରୋହର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛି । ପ୍ରମାଣ ଲୁଚାଇବା ନେଇ ମଧ୍ୟ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.