ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର, NEET PG ଉପରେ ଗୃହ ମନ୍ତ୍ରଣାଳୟର ବଡ଼ ବୈଠକ

ନୂଆଦିଲ୍ଲୀ,୨।୭: ନିଟ୍‌ ପିଜି ପରୀକ୍ଷା ପାଇଁ ଗୃହମନ୍ତ୍ରଣାଳୟ ୧୪ସି ଓ୍ବିଙ୍ଗରେ ବଡ ଧରଣର ବୈଠକ କରିଛି। ପରୀକ୍ଷାର ଡେଟ୍ ଘୋଷଣା କରିବା ପୂର୍ବରୁ ଏହି ବୈଠକ ଗୁରୁତ୍ବପୂର୍ଣଣ ବୋଲି କୁହାଯାଉଛି। ସାଇବର ସେଲ୍‌ ଅଧିକାରୀଙ୍କ ସହ ଏହି ବୈଠକ ହୋଇଛି। NEET-UG ପରୀକ୍ଷା ବିବାଦ ମଧ୍ୟରେ ସ୍ନାତକୋତ୍ତର ବା PG ପରୀକ୍ଷା ପାଇଁ ଆସିଛି ସୂଚନା। ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। NEET-UG ପ୍ରଶ୍ନପତ୍ର ଲିକକୁ ନେଇ ବିବାଦ ଜାରି ରହିଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ଏପରି ବଡ଼ ନିଷ୍ପତ୍ତି ନିଆଯାଇଛି। ଗୃହ ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ବିଭାଗ ବଡ ସ୍ତରରେ ଏହା ଉପରେ ପୁରା ମାମଲା ଦେଖାଶୁଣା କରୁଛି। ଯାଞ୍ଚ ପ୍ରାୟ ଶେଷ ପର୍ଯ୍ୟାୟରେ ରହିଛି। ଏବେ ଖୁବ୍ ଶୀଘ୍ର ନିଟ୍‌ ପିଜି ପରୀକ୍ଷଶର ତାରିଖ ଘୋଷଣା କରାଯିବ ଓ ମାସକ ଭିତରେ ପରୀକ୍ଷା ମଧ୍ୟ ହୋଇଯିବ।

ଉଲ୍ଲେଖନୀୟ ଯେ, ନିଟ୍‌ ୟୁଜି ଓ ୟୁଜିସି ନେଟ୍ ପେପର ଲିକ୍ ପରେ ଦେଶରେ ବହୁ ବଡ ପରୀକ୍ଷା ଉପରେ ରୋକ ଲଗାଇ ଦିଆଯାଇଥିଲା। ଜୁନ୍ ୨୩ରେ NEET-PG ପରୀକ୍ଷା ହେବାର ଥିଲା। କିନ୍ତୁ UG ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ PG ପରୀକ୍ଷାକୁ ସ୍ଥଗିତ ରଖା ଯାଇଥିଲା। ରିପୋର୍ଟ ଅନୁସାରେ, ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ PG ପରୀକ୍ଷା ଅନୁଷ୍ଠିତ ହେବ। ଖୁବ୍ ଶୀଘ୍ର ଏହାର ତାରିଖ ମଧ୍ୟ ଘୋଷଣା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.