ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

କାହିଁକି ୧,୫୬୩ରୁ ୮୧୩ ଛାତ୍ରଛାତ୍ରୀ ନିଟ୍ ରି-ଟେଷ୍ଟରେ ହୋଇଥିଲେ ସାମିଲ , ଏକ୍ସପର୍ଟ କହିଲେ କାରଣ

ନୂଆଦିଲ୍ଲୀ – ମେଡିକାଲ ଫିଲ୍ଡରେ ନିଜର ଭବିଷ୍ୟତ ଗଢିବା ପାଇଁ ଛାତ୍ରଛାତ୍ରୀ ନିଟ୍‌ ଭଳି କଠିନ ପରୀକ୍ଷାର ପ୍ରସ୍ତୁତି କରିଥାନ୍ତି। ଏହିଥର ହୋଇଥିବା ନିଟ୍ ପରୀକ୍ଷାର ଫଳ ସାମନାକୁ ଆସିବା ପରେ ଛାତ୍ରଛାତ୍ରୀ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ରେ ଖୁବ୍‌ ଅସନ୍ତୁଷ୍ଟ ହୋଇଛନ୍ତି। ୨୩ ଜୁନ୍‌ରେ ଯେବେ ନିଟ୍‌ର ରି-ଟେଷ୍ଟ ( ପୁନଃ ପରୀକ୍ଷା) ହୋଇଥିଲା ତ, ସେଣ୍ଟରରେ ଛାତ୍ରଛାତ୍ରୀଙ୍କ କମ୍‌ ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଅନେକ ସେଣ୍ଟର ଏମିତି ବି ଅଛି , ଯେଉଁଠି ପ୍ରାର୍ଥୀଙ୍କ ସଂଖ୍ୟା ପୂରା କମ୍‌ ଥିଲା। ଚଣ୍ଡିଗଡ଼ରେ ହୋଇଥିବା ସେଣ୍ଟରରେ ଦୁଇଜଣ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାର ଥିଲା , କିନ୍ତୁ ଉଭୟ ହିଁ ଏହି ପରୀକ୍ଷା ଦେବାକୁ ଯାଇ ନଥିଲେ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଅଧିକାରୀମାନେ କହିଛନ୍ତି କି, ୧,୫୬୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୧୩ ଜଣ ନିଟ୍‌ ୟୁଜିର ପରୀକ୍ଷା ଆଉ ଥରେ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶରେ ୭ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଏଥିରେ କେବଳ ୪୮ ପ୍ରତିଶତ ପ୍ରାର୍ଥୀ ପରୀକ୍ଷା ଦେବାକୁ ପହଞ୍ଚି ଥିଲେ। ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସାମିଲ ନହେବା ପଛରେ ଅନେକ କାରଣ ହୋଇପାରେ। ଗୋଟିଏ ତ ଏମିତି କି ନିଟ୍‌ ପେପର ଲିକ୍‌କୁ ନେଇ ହେଉଥିବା ଖୁଲାସା ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି। ଆଉ ଏଥିରେ ଛାତ୍ରଛାତ୍ରୀଙ୍କ ଏହା ବି ମତ କି ନିଟ୍‌ର ପରୀକ୍ଷାକୁ ରଦ୍ଦ କରି ଦିଆ ଯାଉ। ହେଲେ , ଏହା ଉପରେ ଏବେସୁଦ୍ଧା କୋର୍ଟଙ୍କ ଫାଇନାଲ ନିଷ୍ପତ୍ତି ଆସି ନାହିଁ।

ଶିକ୍ଷାବିତ୍‌ ଅମିତ କୁମାର ନିରଞ୍ଜନ କହିଛନ୍ତି, ରି-ଟେଷ୍ଟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ହେବା ପଛରେ ଅନେକ କାରଣ ରହିଛି। ସେ ଆଜତକ୍‌କୁ କହିଛନ୍ତି କି, ଦ୍ୱିତୀୟ ଥରର ନିଟ୍‌ର ପରୀକ୍ଷାରେ ପାଖାପାଖି ୫୦ ପ୍ରତିଶତ ପ୍ରାର୍ଥୀ ହିଁ ସାମିଲ ହୋଇଛନ୍ତି, ଏହା ପଛରେ ଅନେକ ପ୍ରଶ୍ନ ଉଠୁଛି। ପ୍ରଥମ ତ ଏହା କି, ଏହି ଛାତ୍ରଛାତ୍ରୀଙ୍କର ପୂରା ବିଶ୍ୱାସ ଥାଇପାରେ କି, ସେମାନଙ୍କର ଅନୁପସ୍ଥିତ ଯୋଗୁଁ ଲିଗାଲ ଆକ୍ସନ କମିଟି ଏହି କଥାକୁ ଧ୍ୟାନରେ ରଖିବେ ଏବଂ ଅଧାରୁ କମ୍‌ ପିଲା ଆଉ ଥରେ ନିଟ୍‌ ପରୀକ୍ଷାଦେଇ ନଥିବାରୁ , ଏହା ଏକ ନୂଆ ମାମଲା ସୃଷ୍ଟି ହୋଇପାରେ ଭାବି ଏହାକୁ କ୍ୟାନସେଲ କରି , ଆଉ ଥରେ ଗୋଟିଏ ନୂଆ ପରୀକ୍ଷାକୁ କଣ୍ଡକ୍ଟ କରାଇବେ।

ଏହା ପଛରେ ଆଉ ଏକ କାରଣ ଏହା କି ଏହି ପିଲାଙ୍କୁ ବିଶ୍ୱାସ ନଥିଲା କି, ଏହା ଗ୍ରେସ୍‌ ମାର୍କର କ୍ୟାଟେଗୋରୀରେ ଆସିବ ଏବଂ ଯଦି ଆସିବ ତ ଏହା ତାଙ୍କୁ ଏତେ ଅଧିକ ନମ୍ୱର ମିଳିବ ? ପିଲାଙ୍କୁ ଏହା ବି ଲାଗୁଛି କି, ଯଦି ରି-ଏଗଜାମରେ ଆମେ ନମ୍ୱର ରଖି ପାରିବୁ ତ ଆମ ଉପରେ ପ୍ରଶ୍ନ ଉଠି ନଯାଉ , କାରଣ ପ୍ରଥମ ଗ୍ରେସ୍‌ ମାର୍କ ଦ୍ୱାରା ୭୨୦ ନମ୍ୱର ଆଣିବା ଓ ଏବେ ଏହାର ପାଖାପାଖି ପହଞ୍ଚ ନପାରିବା, ଏହା ସେହି ପିଲାଙ୍କୁ ପ୍ରଶ୍ନବାଚୀ ସୃଷ୍ଟି କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.