ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ନେତା ହେବ ତ ଏମିତି ! ଦରମା ନେବାକୁ ମନା କଲେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ

ଅମରାବତୀ: ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଏବେ ରାଜନୀତିରେ ବଡ଼ ପଦବୀରେ ଅଛନ୍ତି । ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ । ଏହା ସହ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ମନ୍ତ୍ରୀ ପବନ କଲ୍ୟାଣ । ସୁପରଷ୍ଟାର ଭାବରେ ତାଙ୍କର ଲୋକପ୍ରିୟତା ଯେତିକି, ଜନକଲ୍ୟାଣ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କର ପରିଚୟ ରହିଛି । ଆକ୍ଟର ଟର୍ଣ୍ଣ ପଲିଟିସିଆନ ପବନ କଲ୍ୟାଣ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ମନ୍ତ୍ରୀ ଭାବରେ ତାଙ୍କୁ ମିଳିବାକୁ ଥିବା ଦରମା ସେ ନେବେ ନାହିଁ ।  । ଆନ୍ଧପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସମ୍ପୂର୍ଣ୍ଣ ମାଗଣାରେ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି ।

ଜୁଲାଇ ୧ ତାରିଖରେ ଆନ୍ଧ୍ରପ୍ରଦେଶର ନୂଆ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ଖରାପ ଆର୍ଥିକ ସ୍ଥିତି ଯୋଗୁଁ ବେତନ ନେବା ପାଇଁ ମନା କରିଛନ୍ତି ପବନ କଲ୍ୟାଣ । ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନିଜ ବେତନ ସହିତ କୌଣସି ନୂଆ ଫର୍ଣ୍ଣିଚର କିମ୍ବା ବିଶେଷ ଭତ୍ତା ନେବା ପାଇଁ ମନା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ କ୍ୟାମ୍ପ କାର୍ଯ୍ୟାଳୟର ଅଧିକାରୀ ଅଫିସର ନବୀକରଣ ଏବଂ ନୂଆ ଫର୍ଣ୍ଣିଚର ପାଇଁ ପଚାରିଥିଲେ, କିନ୍ତୁ ସେ ଏହାକୁ ମନା କରି ଦେଇଛନ୍ତି । ତେବେ କିଛି ନୂଆ ଫର୍ଣ୍ଣିଚରର ଆବଶ୍ୟକତା ପଡ଼ିଲେ ନିଜ ଖର୍ଚ୍ଚରୁ ସେ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଅଭିନେତାରୁ ରାଜନେତା ବନିଥିବା ପବନ କଲ୍ୟାଣ କହିଛନ୍ତି ଯେ, ସଚିବାଳୟର ଅଧିକାରୀ ବିଧାନସଭାରେ ୩ ଦିନର ଉପସ୍ଥିତି ପାଇଁ ୩୫ ହଜାର ଟଙ୍କା ବେତନ ସମ୍ବନ୍ଧୀୟ ଦସ୍ତାବିଜରେ ତାଙ୍କର ହସ୍ତାକ୍ଷର ନେବାକୁ ଆସିଥିଲେ । କିନ୍ତୁ ମୁଁ ସେମାନଙ୍କୁ ବେତନ ନେବା ପାଇଁ ମନା କରିଛି । ପଞ୍ଚାୟତି ରାଜ ବିଭାଗରେ ଅର୍ଥର ଅଭାବ ଥିବା ଦର୍ଶାଇ ପବନ କଲ୍ୟାଣ ନିଜ କାର୍ଯ୍ୟକାଳ ସମୟରେ ବେତନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ତାଙ୍କ ବେତନର ସମସ୍ତ ଟଙ୍କା ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ନିବେଦନ କରିଛନ୍ତି ପବନ କଲ୍ୟାଣ ।

  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.