ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଦିଲ୍ଲୀ ମହିଳା କମିଶନର କୌଣସି ସଦସ୍ୟଙ୍କୁ ୬ ମାସ ହେବ ମିଳିନି ଦରମା, କେଜ୍ରିଓ୍ବାଲଙ୍କୁ ଚିଠି ଲେଖିଲେ ସ୍ବାତୀ ମାଲିଓ୍ବାଲ

ନୂଆଦିଲ୍ଲୀ,୨।୭: ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଗୁରୁତର ଅଭିଯୋଗ ଆଣିଛନ୍ତି। ମାଲିୱାଲ ତାଙ୍କ ଚିଠିରେ ଲେଖିଛନ୍ତି ସେ DCW ର ଅଧ୍ୟକ୍ଷ ପଦରୁ ବିଦାୟ ନେବା ପରଠାରୁ କମିଶନ ପ୍ରତି ଭେଦଭାବ କରାଯାଉଛି। କେଜ୍ରିୱାଲଙ୍କୁ ଲେଖିଥିବା ଏକ ପତ୍ରରେ ମାଲିୱାଲ କହିଛନ୍ତି ,ଗତ ୬  ମାସ ଧରି ଆୟୋଗର କୌଣସି ସଦସ୍ୟଙ୍କୁ ଦରମା ଦିଆଯାଇ ନାହିଁ ଏବଂ ଏହାର ବଜେଟ ମଧ୍ୟ ହ୍ରାସ କରାଯାଇଛି। ସ୍ବାତୀ ମାଲିୱାଲ ନିଜେ ତାଙ୍କ X ହ୍ୟାଣ୍ଡେଲରୁ ଏହି ଚିଠି ବିଷୟରେ ସୂଚନା ଦେଇଛନ୍ତି।

ଦିଲ୍ଲୀ ମହିଳା ଆୟୋଗର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ସାଂସଦ ହୋଇଥିବା ସ୍ବାତୀ ମାଲିୱାଲ ତାଙ୍କ ଟ୍ୱିଟ୍ ମାଧ୍ୟମରେ ଦିଲ୍ଲୀ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ବାତୀ ମାଲିୱାଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ମୁଁ ଦିଲ୍ଲୀ ମହିଳା କମିଶନ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବା ଦିନଠାରୁ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀମାନେ ଆୟୋଗ ବିରୋଧରେ ଯୋଜନା କରିଛନ୍ତି।  ଗତ 6 ମାସ ଧରି କାହାକୁ ଦରମା ଦିଆଯାଇ ନାହିଁ ଏବଂ ବଜେଟରେ ମଧ୍ୟ ୨୮.୫ ପ୍ରତିଶତ ହ୍ରାସ କରାଯାଇଛି। 

ସ୍ବାତୀ ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି, ଅଧ୍ୟକ୍ଷ ଏବଂ ୨ ଜଣ ସଦସ୍ୟ ପଦବୀ ପୂରଣ ପାଇଁ କୌଣସି କାର୍ଯ୍ୟ କରାଯାଇ ନାହିଁ। ମୋର ଯିବା ପରଠାରୁ ମହିଳା କମିଶନକୁ ପୁଣି ଏକ ଦୁର୍ବଳ ଅନୁଷ୍ଠାନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ୨୦୧୫ ରେ ଏତେ କଷ୍ଟ କରି ଏହାକୁ ମୁଁ ତିଆରି କଲି, ହେଲେ ସରକାର ଏହାକୁ ନଷ୍ଟ କରିବକୁ ଚେଷ୍ଟା କରୁଛନ୍ତି। ମୋଟ ୪ ପୃଷଠାର ଚିଠିରେ ସ୍ବାତୀ ମାଲିଓ୍ବାଲ ବିଭିନ୍ନ ବିନ୍ଦୁ ଉପରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.