ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

' ରାସ୍ତା ନଥିଲା , ସମସ୍ତେ ପରସ୍ପର ଉପରେ ଖସି ପଡ଼ିଲେ' ; ହାଥରସ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ନାବାଳିକା କହିଲେ ସେ ସମୟର କଥା

ହାଥରସ୍ – ହାଥରସ୍ ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟାରେ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ସମସ୍ତଙ୍କୁ କରି ଦେଇଛି ବିଚଳିତ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। ଦୁର୍ଘଟଣାର କାରଣ ତ ଯାଞ୍ଚ ପରେ ହିଁ ଜଣାପଡ଼ିବ , ହେଲେ ଜଣେ ପ୍ରତ୍ୟକ୍ଷଦର୍ଶୀ ନାବାଳିକା ସ୍ଥିତି ବିଷୟରେ କହିଛନ୍ତି। ଏହି ନାବାଳିକା ନିଜ ମାଆଙ୍କ ସହ ସତସଙ୍ଗକୁ ଯାଇଥିଲେ। ତାଙ୍କର କହିବାନୁସାରେ , ସେ ମଧ୍ୟ ଏହି ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କର ମାଆ ବି ଆହତ ହୋଇଛନ୍ତି। ଏଟାର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ଜ୍ୟୋତି କହିଛନ୍ତି କି , ଦଳାଚକଟା କେମିତି ଆରମ୍ଭ ହୋଇଥିଲା। 

ଜ୍ୟୋତି କହିଛନ୍ତି , ଭୋଲେ ବାବାଙ୍କ ସତସଙ୍ଗରେ ମଙ୍ଗଳବାର ବହୁତ ଭିଡ଼ ୪ହୋଇ ଥିଲା। ପାଖାପାଖି ୩ ଘଣ୍ଟା ଯାଏ ସତସଙ୍ଗ ଚାଲିଥିଲା। ଏହାପରେ ଯେବେ ଶେଷ ହେଲା ତ ସବୁ ଲୋକ ବାହାରକୁ ଯିବାକୁ ଲାଗିଲେ। ପେଣ୍ଡାଲରୁ ବାହାରିବା ରାସ୍ତା ଖୁବ୍‌ ସଂକୀର୍ଣ୍ଣ ଥିଲା। ବାହାରକୁ ଆସିବାକୁ ତରବର ଲୋକେ ଜଣେ ଜଣକ ଉପରେ ପଡ଼ିଗଲେ ଏବଂ ଦଳାଚକଟା ଆରମ୍ଭ ହୋଇ ଗଲା। ଯେବେ ମୁଁ ବାହାରକୁ ଆସିବାକୁ ଚେଷ୍ଟା କଲି ତ ଦେଖିଲି ବାହାରେ ଅନେକ ବାଇକ୍‌ ରଖା ଯାଇଛି। ଏଥିପାଇଁ ରାସ୍ତା ବନ୍ଦ ହୋଇ ଯାଇ ଥିଲା। 

ଏହି ମଧ୍ୟରେ ପଛରୁ ବହୁତ ଲୋକ ଆମକୁ ଧକ୍କା ମାରି ଆଗକୁ ବଢୁ ଥିଲେ। ମୋତେ ବି ଲାଗିଲା କି ଦଳି ହୋଇ ଯିବି। ସେତେବେଳ ସୁଦ୍ଧା ଅନେକ ଲୋକ ବେହୋସ ହୋଇ ଭୂଇଁରେ ଖସି ପଡ଼ିଥିଲେ। ଅନେକ ଲୋକ ବୋଧହୁଏ ମରି ଯାଇ ଥିଲେ। ଏହାପରେ ଜ୍ୟୋତି କହିଲେ କି ତାଙ୍କୁ ମାଆଙ୍କ ସହ ଏଟା ହସ୍ପିଟାଲ ଅଣାଗଲା। ଏହି ସମୟରେ ତାଙ୍କର ମାଆ ମଧ୍ୟ ବେହୋସ ଥିଲେ। 

ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ , ମାସର ପ୍ରଥମ ମଙ୍ଗଳବାର କାରଣରୁ ଖୁବ୍‌ ଭିଡ଼ ହୋଇଥାଏ। ଏହି ସତସଙ୍ଗରେ ରାଜସ୍ଥାନ, ମଧ୍ୟପ୍ରଦେଶ, ହରିଆଣା ସହିତ ଅନେକ ରାଜ୍ୟର ଲୋକେ ଆସିଥିଲେ। ଭିଡ଼ର ଅନ୍ଦାଜ ଏଠାରୁ ଲଗାଯାଇ ପାରେ କି , ଗାଡ଼ିର ଲମ୍ୱା ଲାଇନ୍‌ ତିନି କିଲୋମିଟର ଯାଏ ଲାଗି ରହିଥିଲା। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.