ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

୧୦ ବର୍ଷ ପୁରୁଣା ଚାଉଳକୁ ନେଇ ଥାଇଲାଣ୍ଡରେ ବିବାଦ, ସ୍ୱାସ୍ଥ୍ୟ ଓ ସ୍ୱାଦ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ ୨୯/୦୬: ଅନେକ ସମୟରେ ଲୋକେ କହନ୍ତି, ନୂଆ ଚାଉଳ ତୁଳନାରେ ପୁରୁଣା ଚାଉଳର ବାସ୍ନା ଭଲ ଏବଂ ଏହା ଅଧିକ ସ୍ୱାଦିଷ୍ଟ । କିନ୍ତୁ ୧୦ ବର୍ଷ ପୁରୁଣା ଚାଉଳ କ’ଣ ସ୍ୱାସ୍ଥ୍ୟ ପାଇଁ ହିତକର? ନିକଟରେ ଥାଇଲାଣ୍ଡର ବାଣିଜ୍ୟ ମନ୍ତ୍ରୀ ଫମଥାମ ୱେଚାୟାଚାଈ ଗଣମାଧ୍ୟମ ସାମ୍ନାରେ ୧୦ ବର୍ଷ ପୁରୁଣା ଚାଉଳର ଭାତ ଖାଇବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । ଏପରି କରିବା ପଛରେ ତାଙ୍କ ଉଦ୍ଦେଶ୍ୟ ଥିଲା, ନିକଟରେ ଥାଇଲାଣ୍ଡ ସରକାର ପକ୍ଷରୁ ନିଲାମ ହୋଇଥିବା ୧୫ ହଜାର ଟନ୍‌ ଚାଉଳ ଖାଇବାଯୋଗ୍ୟ ବୋଲି ପ୍ରମାଣ କରିବା ।

୨୦୧୧ ମସିହାରେ ଥାଇ ପ୍ରଧାନମନ୍ତ୍ରୀ ୟିଙ୍ଗଲକ୍‌ ଶିନାୱାତ୍ରା ଏକ ସ୍କିମ୍‌ ଲାଗୁ କରିଥିଲେ । ଏହା ଅଧୀନରେ ଚାଷୀଙ୍କଠୁ ବଜାର ଦରଠୁ ଅଧିକ ମୂଲ୍ୟରେ ୫୪୦ ଲକ୍ଷ ଟନ୍‌ରୁ ଅଧିକ ଚାଉଳ କିଣାଗଲା । କିନ୍ତୁ ପରେ ଏହି ସ୍କିମ୍‌ ବିଫଳ ହେଲା । ଅଧିକ ମୂଲ୍ୟରେ ଚାଉଳ ବିକ୍ରି ନ କରିପାରିବାରୁ ଥାଇ ସରକାର ଆର୍ଥିକ ସମସ୍ୟା ସାମ୍ନା କଲେ । ସେଥିପାଇଁ ଚାଉଳ ଭଣ୍ଡାର ପଡ଼ି ରହିଲା । ଗତ ମାସ ବାଣିଜ୍ୟ ମନ୍ତ୍ରୀ ଘୋଷଣା କରିଥିଲେ, ଚାଉଳ ବିକ୍ରି ତଦାରଖ ପାଇଁ କମିଟି ବସିବ । ଗତ ୧୭ ତାରିଖରେ ଏକ ଥାଇ କମ୍ପାନି ୭୮ ଲକ୍ଷ ଡଲାର ବୋଲୀ ଲଗାଇ ନିଲାମ ହାସଲ କଲା । କିନ୍ତୁ ୧୦ ବର୍ଷ ପୁରୁଣା ଚାଉଳ କେତେ ଖାଇବା ଯୋଗ୍ୟ, ତାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଚର୍ଚ୍ଚା ।

ବିଶ୍ୱରେ ସର୍ବାଧିକ ଚାଉଳ ରପ୍ତାନି କରୁଥିବା ଦେଶ ମଧ୍ୟରେ ଥାଇଲାଣ୍ଡ ଅନ୍ୟତମ । ତଥାପି ଏହା ଚାଉଳକୁ ଶସ୍ତାରେ ବିକ୍ରି କରିପାରିଲା ନାହିଁ । ସେହି ସ୍କିମ୍‌ରେ ସରକାରଙ୍କର ହାରାହାରି ୧୫୦୦ କୋଟି ଡଲାର କ୍ଷତି ହୋଇଥିଲା । ବାଣିଜ୍ୟ ମନ୍ତ୍ରୀ ଫମଥାମ କହିଥିଲେ, ଚାଉଳ ଦାନା ଏବେ ବି ଖୁବ୍‌ ସୁନ୍ଦର ଦିଶୁଛି । ଏହାର ରଙ୍ଗ ଟିକିଏ ଅଧିକ ହଳଦିଆ ହୋଇପାରେ । ୧୦ ବର୍ଷର ଚାଉଳ ଏପରି ଦିଶେ । ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ପ୍ରୟୋଗଶାଳାରେ ଚାଉଳକୁ ଯାଞ୍ଚ୍‌ କରାଇଲେ । ତା’ର ଫଳ ଗଣମାଧ୍ୟମକୁ ପ୍ରଦର୍ଶନ କଲେ । ଯାଞ୍ଚ୍‌ ସମୟରେ ଚାଉଳରେ କୌଣସି ବିଷାକ୍ତ ତତ୍ତ୍ୱ ମିଳିନଥିଲା । ପୁରୁଣା ଚାଉଳର ପୌଷ୍ଟିକତା ବର୍ତ୍ତମାନ ବଜାରରେ ଉପଲବ୍ଧ ଚାଉଳଠୁ ଭିନ୍ନ ନୁହେଁ ବୋଲି ସେ କହିଲେ । ସଂଯୁକ୍ତ ରାଷ୍ଟ୍ରର ଫୁଡ୍‌ ଆଣ୍ଡ ଏଗ୍ରୀକଲଚର ଅର୍ଗାନାଇଜେସନ୍‌ ଅନୁସାରେ, ଯଦି ଚାଉଳକୁ ଶୁଷ୍କ ଓ ଥଣ୍ଡା ସ୍ଥାନରେ ବାୟୁ ଅବରୋଧୀ ପାତ୍ରରେ ରଖାଯାଏ³ ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହା ସଂରକ୍ଷିତ ରହିପାରିବ । ସେହିପରି ଆମେରିକାର ରାଇସ୍‌ ଫେଡେରେସନ୍‌ ଅନୁସାରେ, ଚାଉଳକୁ ଯଦି ଉଚିତ୍‌ ଢଙ୍ଗରେ ଗଚ୍ଛିତ ରଖାଯାଏ, ତେବେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଏହା ବ୍ୟବହାରଯୋଗ୍ୟ ହୋଇଥାଏ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.