ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଗାଜାରେ ଇସ୍ରାଏଲର ଜୋରଦାର୍ ଆକ୍ରମଣ, ୪୦ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ, ୨୨୪ ଆହତ...

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଗାଜା ପଟ୍ଟି ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୪୦ ଜଣ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି । ଏଥିସହ ୨୨୪ ଜଣ ଆହତ ହୋଇଛନ୍ତି । ଗାଜାର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ୍ ଆକ୍ରମଣରେ ପାଲେଷ୍ଟାଇନର ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୩୭୮୩୪ ରେ ପହଞ୍ଚିଛି । ଅକ୍ଟୋବର ୨୦୨୩ ରେ ପାଲେଷ୍ଟାଇନ-ଇସ୍ରାଏଲ ବିବାଦ ଆରମ୍ଭ ହେବା ପରଠାରୁ ୮୬୫୫୮ ଲୋକ ଆହତ ହୋଇଛନ୍ତି । 

ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ୍ ବାହିନୀ ଏବଂ ପାଲେଷ୍ଟାଇନ ସଶସ୍ତ୍ର ବଳ ମଧ୍ୟରେ ସଂଘର୍ଷ କାରଣରୁ ଉଦ୍ଧାରକାରୀ ଦଳ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ଦକ୍ଷିଣ ଗାଜାର ରାଫା ସହର ପୂର୍ବ ଗାଜାର ଶୁଜାୟାରେ ଏହା ଦେଖିବାକୁ ମିଳିଛି । ଇସ୍ରାଏଲର ସାମରିକ ମୁଖପାତ୍ର ଅଭିଚାୟ ଆଡ୍ରାଇ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଶୁଜାୟା ଅଞ୍ଚଳରେ ଇସ୍ରାଏଲ୍ ସୈନ୍ୟମାନେ ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣ ଜାରି ରଖିଛନ୍ତି।

ସେ କହିଛନ୍ତି ଗତ କିଛି ଘଣ୍ଟା ମଧ୍ୟରେ ସେନା ସଂଘର୍ଷରେ ଅନେକଙ୍କୁ ହତ୍ୟା କରିଛି ଏବଂ ଇସ୍ରାଏଲ ସୈନ୍ୟମାନେ ସେହି ଅଂଚଳରେ ଥିବା ଏକ ସ୍କୁଲ ପରିସରରୁ ଏକ ଅସ୍ତ୍ରଶସ୍ତ୍ର ଡିପୋ ପାଇଛନ୍ତି । ଆଡ୍ରେଇଙ୍କ ଅନୁଯାୟୀ, ରାଫାରେ ଇସ୍ରାଏଲ୍ ସୈନ୍ୟମାନେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ଏବଂ ଟନେଲ୍ ସମେତ ଅନେକ "ଆତଙ୍କବାଦୀ" ଭିତ୍ତିଭୂମି ନଷ୍ଟ କରିଛନ୍ତି।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.