ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭାରତର ନୀରବତା ଋଷ ପାଇଁ ଚିନ୍ତା; ମୋଦୀଙ୍କ ଗସ୍ତରେ ସୁଧୁରିପାରେ ସମ୍ପର୍କ

Image source: The Hindu

ନୂଆଦିଲ୍ଲୀ,୦୧/୦୭: ୟୁକ୍ରେନ ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଋଷ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୮ ଏବଂ ୯ ରେ ଋଷରେ ରହି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଏହି ବୈଠକରେ ପୁଟିନ ଏବଂ ମୋଦୀ ରଣନୀତିକ, ଅର୍ଥନୈତିକ ଏବଂ ସାମରିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବେ। ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏପରି ସମୟରେ ହେଊଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଦୂରତା ଅନୁଭବ ହୋଇଛି। ତୈଳ ଆମଦାନୀ ହେତୁ ଭାରତ ଏବଂ ଋଷ ମଧ୍ୟରେ ବାଣିଜ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଆଲୋଚନା କରିବାର ସମ୍ଭାବନା ରହିଛି। ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଅଟକି ରହିଥିବା ଦେୟ ପ୍ରସଙ୍ଗକୁ ସରଳ କରିବା ବିଷୟରେ ଭାରତ ଏବଂ ଋଷ ମଧ୍ୟରେ ଆଲୋଚନା ହୋଇପାରେ। ଋଷ ଏବଂ ଚୀନ୍ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଉଛି, ଏହା ମଧ୍ୟ ଭାରତ ପାଇଁ ଚିନ୍ତାର ବିଷୟ।

୨୦୧୫ ପରଠାରୁ ପିଏମ ମୋଦୀ ପ୍ରଥମ ଥର ପାଇଁ ମସ୍କୋରେ ପହଞ୍ଚିଛନ୍ତି। ଦଶନ୍ଧି ଧରି ଚାଲିଆସୁଥିବା ଭାରତ ଏବଂ ଋଷ ମଧ୍ୟରେ ବାର୍ଷିକ ଶିଖର ସମ୍ମିଳନୀର ଏହା ପୁନଃ ଆରମ୍ଭ ବୋଲି ଏହାକୁ ବିବେଚନା କରାଯାଉଛି। ୨୦୧୭, ୨୦୧୮, ୨୦୧୯ ରେ ପିଏମ ମୋଦୀ ଋଷ ଗସ୍ତରେ ଯାଇ ପୁଟିନଙ୍କୁ ଅନ୍ୟ ସହରରେ ଭେଟିଥିଲେ। ୨୦୧୬, ୨୦୧୮ ଓ ୨୦୨୧ ମସିହାରେ ପୁଟିନ ମଧ୍ୟ ଭାରତ ଗସ୍ତ କରିଥିଲେ। ୨୦୨୨ ରେ ଉଜବେକିସ୍ତାନରେ ହୋଇଥିବା ସଂଘାଇ ସହଯୋଗ ସଂଗଠନ ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ତେବେ ଗତ ୩ ବର୍ଷ ଧରି ବାର୍ଷିକ ବୈଠକ ଅନୁଷ୍ଠିତ ହୋଇନଥିଲା। ବିଶ୍ଳେଷକମାନେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଭାରତ ଏବଂ ଋଷ ମଧ୍ୟରେ ସମ୍ପର୍କକୁ ନେଇ ଯେଉଁ ଆଶଙ୍କା ସୃଷ୍ଟି କରିଛି, ତାହା ବିଚାରାଧୀନ ବିଷୟଗୁଡ଼ିକର ଆଲୋଚନା ବେଳେ ସମାଧାନ ହେବ ।

ଋଷରେ ଭାରତର ପୂର୍ବତନ ରାଷ୍ଟ୍ରଦୁତ ଭେଙ୍କଟେସ୍‌ ବର୍ମା ଦ ହିନ୍ଦୁ ସହିତ ଏକ ସାକ୍ଷାତକାରରେ କହିଥିଲେ ଯେ,'ଭାରତ ଓ ଋଷ ମଧ୍ୟରେ ପ୍ରତିବର୍ଷ ହେଉଥିବା ଶିଖର ସମ୍ମିଳନୀ ପ୍ରଥମେ କରୋନା ଓ ପରେ ପରିବର୍ତ୍ତିତ ଆନ୍ତର୍ଜାତୀୟ ପରିସ୍ଥିତି ଯୋଗୁ ଅଟକି ରହିଥିଲା। ଏହି କାରଣରୁ ଉଭୟ ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଆଲୋଚନାରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସମାଧାନ ହେବ। କହିରଖୁଛୁ ଯେ, ପ୍ରଧାନମୋଦୀଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ଋଷରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.