ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ଆମେରକା ସହ ଋଷିଆର ଚୁକ୍ତି ସମାପ୍ତ, ପୁଣି ଭୟଙ୍କର ମିସାଇଲ୍‌ ନିର୍ମାଣ ପାଇଁ ପୁଟିନଙ୍କ ନିର୍ଦ୍ଦେଶ

Image Courtesy: euronews

ମସ୍କୋ: ଶୀତଳ ଯୁଦ୍ଧ ସମୟରେ ହୋଇଥିବା ଚୁକ୍ତି ଶେଷ ହେବା ପରେ ଏବେ ଋଷିଆ ଆକ୍ସନ ମୋଡ୍‌କୁ ଆସିଛି । ଆମେରିକା ସହ ଚୁକ୍ତି ସମାପ୍ତ ହୋଇଯିବା ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୁଣି ଥରେ ମଧ୍ୟମ ରେଞ୍ଜର ମିସାଇଲ୍‌ ନିର୍ମାଣ ଲାଗି ଅନୁମତି ଦେଇଛନ୍ତି । ପୁଟିନ୍‌ ୫୦୦-୫,୫୦୦ କିଲୋମିଟର ରେଞ୍ଜର ମିସାଇଲ୍‌ ନିର୍ମାଣ ସଂପର୍କରେ କହିଥିବା ଜଣାପଡ଼ିଛି ।   ତେବେ ଶୀତଳ ଯୁଦ୍ଧ ସମୟରେ ଇଣ୍ଟରମିଡିଏଟ-ରେଞ୍ଜ ନ୍ୟୁକ୍ଲିୟର ଫୋର୍ସେସ୍‌ (ଆଇଏନଏଫ୍‌) ଚୁକ୍ତି ମାଧ୍ୟମରେ  ଏହି ମିସାଇଲ୍‌ ନିର୍ମାଣ ଉପରେ ପ୍ରତିବନ୍ଧକ ଲାଗିଥିଲା।

 ୧୯୮୮ରେ ଏହି ଚୁକ୍ତି ସୁଭିଏତ ସଂଘର ନେତା ମିଖାଇଲ୍‌ ଗୋର୍ବାଚେଭ ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ଙ୍କ ମଧ୍ୟରେ ହୋଇଥିଲା ।   ଋଷିଆ ଚୁକ୍ତିର ଉଲ୍ଲଂଘନ କରିଥିବା ଅଭିଯୋଗ କରି ଆମେରିକା ୨୦୧୯ରେ ଏହି ଚୁକ୍ତିକୁ ବାତିଲ କରିଥିଲା । ସେପଟେ ପୁଟିନ ଅଭିଯୋଗ କରିଥିଲେ ଯେ, ଡେନମାର୍କ ସହ ଯୁଦ୍ଧାଭ୍ୟାସ ସମୟରେ ଆମେରିକା ଏଭଳି ମିସାଇଲ୍‌ର ବ୍ୟବହାର କରିଛି। ଯେଉଁ ସବୁ ମିସାଇଲ୍‌ର ଋଷିଆ ମଧ୍ୟଭାଗକୁ ଟାର୍ଗେଟ କରିବାର କ୍ଷମତା ରହିଛି । 

ସେପଟେ ଶୀତଳ ଯୁଦ୍ଧ ସମୟରେ ଆମେରିକା ଏବଂ ଋଷିଆ ମଧ୍ୟରେ ଏକାଧିକ ଚୁକ୍ତି ହୋଇଥିଲା । ସେହିଭଳି ଗତବର୍ଷ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ଥିବା ଶେଷ ଚୁକ୍ତି ନ୍ୟୁ ଷ୍ଟାର୍ଟ ଟ୍ରିଟିରୁ ଓହରିଯାଇଥିଲା ଋଷିଆ ।  ୟୁକ୍ରେନ୍‌କୁ ଆମେରିକା ସାମରିକ ସହାୟତା ଯୋଗାଉଥିବାରୁ  ଋଷିଆ ଏଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି ।

  • Russia
  • Russian President
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.