ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଅନ୍‌ଲାଇନ୍‌ ଗେମ୍‌ ପାଗଳାମି, ପ୍ରତିଦ୍ୱନ୍ଦ୍ୱୀଙ୍କୁ ହାତୁଡ଼ିରେ ମାରିବାକୁ ୭୫୦ କିମି

ନୂଆଦିଲ୍ଲୀ ୨୮/୦୬: ଅନ୍‌ଲାଇନ୍‌ ଗେମ୍‌କୁ ନେଇ ପାଗଳାମିର ସଦ୍ୟ ମାମଲା ଚର୍ଚ୍ଚାର ବିଷୟ ହୋଇଛି । ୨୦ ବର୍ଷୀୟ ଜଣେ ଯୁବକ ନିଜ ଅନ୍‌ଲାଇନ୍‌ ଗେମିଂ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ପ୍ରତିଶୋଧ ନେବା ଲାଗି ୭୫୦ କିମି ଦୂର ଯାତ୍ରା କରିଛନ୍ତି । ସେତିକି ନୁହେଁ, ହାତୁଡ଼ିରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଅଭିଯୁକ୍ତଙ୍କ ନାମ ଏଡ୍‌ୱାର୍ଡ କାଙ୍ଗ୍‌ । ଅନ୍‌ଲାଇନ୍‌ ଗେମ୍‌ ନିଶା ତାଙ୍କୁ ଅପରାଧୀ ସଜେଇ ଦେଇଛି । ନିକଟରେ ସମବୟସ୍କ ଜଣେ ଯୁବକଙ୍କ ସହ ସେ ଅନ୍‌ଲାଇନ୍‌ ଗେମ୍‌ ଆର୍କଏଜ୍‌ ଖେଳୁଥିଲେ । ଏହା ଏକ ମଲ୍ଟିପ୍ଲେୟାର ଗେମ୍‌ । 

ଅନ୍‌ଲାଇନ୍‌ ଗେମ୍‌ରେ ଶତ୍ରୁତା ସାଧାରଣ କଥା । କିନ୍ତୁ ଏଡ୍‌ୱାର୍ଡ ଏହାକୁ ଖୁବ୍‌ ଗମ୍ଭୀରତାର ସହ ଗ୍ରହଣ କରିନେଲେ । ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ପ୍ରତିଶୋଧ ନେବାକୁ ସେ ୭୫୦ କିମି ଦୂର ଯାତ୍ରା କଲେ । ନିଜର ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଯାଉଛନ୍ତି ବୋଲି ସେ ମା’ଙ୍କୁ କହି ବ୍ୟାଗ୍‌ ସଜାଡ଼ିଲେ । ତା’ପରେ ନ୍ୟୁ ଜର୍ସିରୁ ଫ୍ଲୋରିଡା ବିମାନରେ ଯାତ୍ରା କଲେ । ଗତ ସପ୍ତାହ ସେ ନିଜର ଅନ୍‌ଲାଇନ୍‌ ଗେମିଂ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟ୍ରାକ୍‌ କଲେ । ପ୍ରଥମେ ଏକ ହୋଟେଲକୁ ଯିବା ଲାଗି କ୍ୟାବ୍‌ ବୁକ୍‌ କଲେ । ତା’ପରେ ସ୍ଥାନୀୟ ହାର୍ଡୱେର ଦୋକାନରୁ ଏକ ହାତୁଡ଼ି କିଣିଲେ ।

ହାତୁଡ଼ି ସହିତ ଗତ ରବିବାର ଦ୍ୱିପ୍ରହର ୨ଟାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଘରେ ପହଞ୍ଚିଲେ ଏଡ୍‌ୱାର୍ଡ । ତାଙ୍କ ଘରେ ତାଲା ପଡ଼ିନଥିବାରୁ ଏଡ୍‌ୱାର୍ଡ ବେଶ ସତର୍କତାର ସହ ଭିତରକୁ ପ୍ରବେଶ କଲେ । ଧରା ନ ପଡ଼ିବା ପାଇଁ ସେ ନିଜ ମୁହଁକୁ ଘୋଡ଼ାଇଥିଲେ । ପ୍ରତିଦ୍ୱନ୍ଦ୍ୱୀ ନିଜ ରୁମ୍‌ରୁ ବାହାରକୁ ଆସିବା ମାତ୍ରେ ଏଡ୍‌ୱାର୍ଡ ତାଙ୍କ ଉପରେ ଆକ୍ରମଣ କରିଦେଲେ । ସେ ସାହାଯ୍ୟ ଲାଗି ଚିତ୍କାର କରିବାରୁ ତାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଏଡ୍‌ୱାର୍ଡଙ୍କୁ ଅଟକାଇଲେ ଏବଂ ପୁଲିସ ଆସିବା ପର୍ଯ୍ୟନ୍ତ ତାଙ୍କୁ ସେଠାରେ ରଖିଲେ । ଆକ୍ରମଣରେ ପୀଡ଼ିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପୁଲିସ ଅଭିଯୁକ୍ତ ଏଡ୍‌ୱାର୍ଡଙ୍କୁ ଗିରଫ କରି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.