ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ପାକିସ୍ତାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ୬ ଦିନରେ ୫୬୮ଜଣ ହରାଇଲେଣି ପ୍ରାଣ

ଇସ୍‌ଲାମାବାଦ,୨୮/୦୬: ପାକିସ୍ତାନରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାଯୋଗୁ  ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ୬  ଦିନରେ ଅଂଶୁଘାତର ଶିକାର ହୋଇ ୫୬୮ ଜଣ  ପ୍ରାଣ ହରାଇଲେଣି । ଗତ ମଙ୍ଗଳବାର ୧୪୧ ଲୋକଙ୍କ  ମୃତ୍ୟୁ ଘଟିଥିଲା । ପାକିସ୍ତାନର ସବୁଠୁ ବଡ଼ ସହର  କରାଚୀରେ ଜୁନ୍‌ ୨୪ରେ ତାପମାତ୍ରା ୪୧ ଡିଗ୍ରୀ  ସେଲ୍‌ସିୟସ ଛୁଇଁଥିଲା । 

ରିପୋର୍ଟ ମୁତାବକ, ଗତ  ୩ ଦିନ ମଧ୍ୟରେ ତାପମାତ୍ରାରେ ହ୍ରାସ ଦେଖିବାକୁ  ମିଳିଛି । କିନ୍ତୁ ପବନର ଗତି ଅତ୍ୟନ୍ତ ଧୀର ହେବା  ଯୋଗୁ ଉଷ୍ମତା ବଢ଼ିଛି । ଏହି କାରଣରୁ ୪୦ ଡିଗ୍ରୀ  ତାପମାତ୍ରା ୪୯ ଡିଗ୍ରୀ ଭଳି ଅନୁଭୂତ ହେଉଛି ।  ବିଗତ ୪ ଦିନରେ କରାଚୀର ସିଭିଲ ହସ୍ପିଟାଲରେ  ଅଂଶୁଘାତ ଯୋଗୁ ୨୬୭ ଲୋକଙ୍କୁ ଭର୍ତ୍ତି କରାଯାଇଛି ।  

ପାକିସ୍ତାନର ଏନ୍‌ଜିଓ ଇଘି ଫାଉଣ୍ଡେସନର ମୁଖ୍ୟ  ଫୈଜଲ କହିଛନ୍ତି, କରାଚୀରେ ତାଙ୍କର ୪ଟି  ମୁର୍ଦାଘର ରହିଛି । କିନ୍ତୁ ସ୍ଥିତି ଏଭଳି ହୋଇଛି ଯେ  ମୁର୍ଦାଘରେ ଶବ ରଖିବା ପାଇଁ ଆଉ ଜାଗା ନାହିଁ । ଏଠାରେ ପ୍ରତ୍ୟେକ ଦିନ ୩୦-୩୫ ମୃତଦେହ ଆସି  ପହଞ୍ଚୁଛି । ବିଶେଷକରି ଜରୁରି ସେବା ଯୋଗାଉଥିବା କର୍ମଚାରୀମାନେ ଅଂଶୁଘାତର ଅଧିକ ଶିକାର  ହେଉଛନ୍ତି । ଏ ପର୍ଯ୍ୟନ୍ତ କରାଚୀ ରାସ୍ତାରେ ୩୦  କର୍ମଚାରୀଙ୍କ ଶବ ମିଳିଲାଣି । ମୃତକଙ୍କ ମଧ୍ୟରେ  ଅଧିକାଂଶ ଲୋକଙ୍କ ବୟସ ୫୦ ବର୍ଷରୁ ଅଧିକ ହେବ ।  ଅଂଶୁଘାତର ଶିକାର ହେବା ପରେ ଲୋକଙ୍କୁ ହସ୍ପିଟାଲ  ନିଆଯାଉଛି । ସେମାନେ ବାନ୍ତି, ଡାଇରିଆ ଏବଂ ଭୀଷଣ ଜ୍ୱର ଭଳି ଲକ୍ଷଣର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.