ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସେନଗୋଲ ହଟାଇବା ଦାବି ମଧ୍ୟରେ ଆସିଲା ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା

Image Courtesy: abplive

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା)ର ଲୋକସଭା ସାଂସଦ ଆର.କେ.ଚୌଧୁରୀ ପ୍ରୋଟେମ ସ୍ପିକର ଓ ସ୍ପିକରଙ୍କୁ ଚିଠି ଲେଖି ସଂସଦରେ ଲାଗିଥିବା ସେନଗୋଲ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ସ୍ପିକରଙ୍କୁ ସେନଗୋଲ୍‌ ହଟାଇବାକୁ ଦାବି କରିଛନ୍ତି । ସେ ସଂସଦରେ ସାଂସଦ ରୂପେ ଶପଥ ଗ୍ରହଣ କରିବା ବେଳେ ତାଙ୍କ ନଜର ସେନଗୋଲ ଉପରେ ପଡିଥିଲା। ପରେ ସେ ସ୍ପିକରଙ୍କୁ ଲେଖିଥିବା ଚିଠିରେ ସେନଗୋଲ୍‌ ରାଜା ମହାରାଜାଙ୍କ ପ୍ରତୀକ ବୋଲି କହିଛନ୍ତି ।  ଆର.କେ.ଚୌଧୁରୀ ମୋହନଲାଲଗଞ୍ଜରୁ ସପାର ସାଂସଦ ନିର୍ବାଚିତ ହୋଇଛନ୍ତି । ସାଂସଦଙ୍କ ସେନଗୋଲ୍‌ ହଟାଇବାକୁ ଦାବିକୁ ନେଇ ଚର୍ଚ୍ଚା ମଧ୍ୟରେ ସମାଜବାଦୀ ପାର୍ଟି (ଏସପି)ର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । 

ସେ କହିଛନ୍ତି ଯେ, ‘ଯେବେ ସେନଗୋଲ୍‌ ପ୍ରଥମ ଥର ଲାଗିଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଣାମ କରିଥିଲେ । ଏଥର ଶପଥ ନେବା ସମୟରେ ବୋଧହୁଏ ସେ ଭୁଲି ଗଲେ । ତାଙ୍କୁ ମନେପକାଇ ଦେବା ପାଇଁ ହୁଏତ ଆମ ସାଂସଦ ପତ୍ର ଲେଖିଛନ୍ତି ।’ ସେପଟେ ସେନଗୋଲ୍‌ ରହିବା ଦରକାର କି ନାହିଁ ପ୍ରଶ୍ନରେ ସିଧାସଳକ କୌଣସି ଜବାବ ଦେଇନାହାନ୍ତି ଅଖିଳେଶ ଯାଦବ ।    

 ଆର.କେ.ଚୌଧୁରୀ କହିଛନ୍ତି ଯେ ଆର.କେ.ଚୌଧୁରୀ ସ୍ଥାନରେ ‘ସମ୍ବିଧାନ’ର ବିଶାଳ କପି ଲଗାଯାଉ। ସାଂସଦ ରୂପେ ଶପଥଗ୍ରହଣ ପରେ ବିରୋଧ କରି ଚୌଧୁରୀ ପ୍ରୋଟେମ ସ୍ପିକର ଭର୍ତ୍ତୃହରୀ ମହତାବଙ୍କୁ ଚିଠି ଲେଖିଥିଲେ, ଯେଉଁଥିରେ ସ୍ପିକରଙ୍କ ଚୌକି କଡରେ  ଥିବା ସେନଗୋଲ୍‌କୁ   ନେଇ ପ୍ରଶ୍ନ ଉଠାଇଥିଲେ। ସପା ସାଂସଦ ତାଙ୍କ ଚିଠିରେ କହିଛନ୍ତି ଯେ ‘ଆଜି ମୁଁ ସମ୍ମାନୀୟ ସଂସଦରେ ଶପଥ ନେଇଛି ଯେ ଆଇନ ଦ୍ୱାରା ସ୍ଥାପିତ ଭାରତୀୟ ସମ୍ବିଧାନ ପ୍ରତି ସତ୍ୟ ଶ୍ରଦ୍ଧା ଓ ନିଷ୍ଠା ରଖିବି। ହେଲେ ସଦନରେ ଚେୟାରର ଡାହାଣ ପଟେ ସେନଗୋଲ୍‌କୁ ଦେଖି ଆଶ୍ଚର୍ଯ୍ୟ ହୋଇଛି’।  ସେ ଲେଖିଛନ୍ତି ଯେ ମହୋଦୟ ଆମ ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ଏକ ପବିତ୍ର ଦସ୍ତାବିଜ୍, ହେଲେ ସେନଗୋଲ୍‌ ରାଜତନ୍ତ୍ରର ପ୍ରତୀକ। 

 ଆମ ସଂଦ ଗଣତନ୍ତ୍ରର ମନ୍ଦିର ଅଟେ, କୌଣସି ରାଜା ଅଥବା ରାଜ ପରିବାରର ମହଲ ନୁହେଁ। ସାଂସଦ ଆର.କେ.ଚୌଧୁରୀ ପରେ ଲେଖିଛନ୍ତି ଯେ ‘ମୁଁ କହିବାକୁ ଚାହୁଁଛି ଯେ ସଂସଦ ଭବନରୁ ସେନଗୋଲ୍‌କୁ ହଟାଇ ତା ସ୍ଥାନରେ ଭାରତୀୟ ସମ୍ବିଧାନର ବିଶାଳ କପି ରଖାଯାଉ’। ଉଲ୍ଲେଖଯୋଗ୍ୟ ଯେ ନୂଆ ସଂସଦ ଭବନର ନିର୍ମାଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂସଦ ଭବନ ଭିତରେ ବାଚସ୍ପତିଙ୍କ ଚୌକି ନିକଟରେ ସେନଗୋଲ୍‌ ସ୍ଥାପନା କରାଯାଇଥିଲା । ଏହି ସେନଗୋଲ୍‌କୁ ତାମିଲନାଡୁର ଏକ ମନ୍ଦିରରୁ ଅଣାଯାଇ ଧୂମଧାମର ସହିତ ସଂସଦରେ ସ୍ଥାପନା କରାଯାଇଥିଲା । 

  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.