ନୂଆଦିଲ୍ଲୀ: ସିମ୍ କାର୍ଡକୁ ନେଇ ନୂଆ ନିୟମ ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି । ଏଣିକି ସିମ୍ ପୋର୍ଟେବଲ୍ ପାଇଁ କେବଳ ୭ ଦିନ ସମୟ ଧାର୍ଯ୍ୟ କରିଛି ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ(TRAI) । ମୋବାଇଲ୍ ନମ୍ବର ପୋର୍ଟେବିଲିଟି ସହିତ ଜଡିତ ନୂତନ ନିୟମ ସଂପର୍କରେ ଘୋଷଣା କରିଛି ଟ୍ରାଇ ।
ମୋବାଇଲ୍ ନମ୍ବର ବଦଳାଇବା ବା ସିମ୍ କାର୍ଡ ପୋର୍ଟେବିଲିଟି ପାଇଁ ଏଣିକି ଆଉ ୧୦ ଦିନ ସମୟ ଲାଗିବନି । ସାତ ଦିନ ମଧ୍ୟରେ ସିମ୍ କାର୍ଡ ପୋର୍ଟେବଲ୍ ହୋଇଯିବ। କିନ୍ତୁ ଫୋନ୍ ଚୋରି ହୋଇଗଲେ ଏଣିକି ଆଉ ତୁରନ୍ତ ନୂଆ ସିମ୍ କାର୍ଡ କରିପାରିବେ ନାହିଁ । ଟ୍ରାଇ ଆଣିଥିବା ନୂଆ ନିୟମ ଲାଗୁ ହେବା ପରେ, ଯଦି ଆପଣଙ୍କ ଫୋନ୍ ଚୋରି ହୋଇଯାଏ, ତେବେ ନୂଆ ସିମ୍ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡ଼ିବ ।
ପୂର୍ବରୁ ଏଫଆଇଆର୍ କପି ଦେବା ପରେ ତୁରନ୍ତ ନୂଆ ସିମ୍ ମିଳି ଯାଉଥିଲା। କିନ୍ତୁ ଜୁଲାଇ ୧ ପରେ ନୂଆ ସିମ୍ କାର୍ଡ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହା ବ୍ୟତୀତ ଯେଉଁମାନେ ନିକଟରେ ସିମ୍ କାର୍ଡ ଅଦଳବଦଳ କରିଛନ୍ତି ସେମାନଙ୍କୁ ମଧ୍ୟ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ସାତ ଦିନ ଅପେକ୍ଷା କରିବାକୁ ପଡ଼ିବ। ସିମ୍ ସ୍ୱାଇପିଙ୍ଗ୍ ଠକେଇକୁ ରୋକିବା ପାଇଁ ଏପରି ନିୟମ ଅଣାଯାଇଥିବା ଟ୍ରାଇ କହିଛି । ତେବେ ମୋବାଇଲ୍ ଫ୍ରଡକୁ ରୋକିବା ଲାଗି ଟ୍ରାଇ ପକ୍ଷରୁ ସମୟ ସମୟରେ ବିଭିନ୍ନ ନିୟମର ପରିର୍ତ୍ତନ କରାଯାଉଛି ।