ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଏହି ରାଜ୍ୟରେ କୁଳପତିଙ୍କୁ ଏବେ କୁଳଗୁରୁ କୁହାଯିବ, କ୍ୟାବିନେଟ ବୈଠକରେ ନିଷ୍ପତ୍ତି…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଶ୍ୱବିଦ୍ୟାଳୟରେ ଏବେ କୁଳପତିଙ୍କୁ କୁଳଗୁରୁ କୁହାଯିବ । ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମଧ୍ୟପ୍ରଦେଶ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଅନୁମୋଦନ ହୋଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ କୁଳଗୁରୁ କୁହାଯିବ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ଯେ, ରାଜ୍ୟର ନାଗରିକଙ୍କ କଲ୍ୟାଣ ସହ ସେମାନଙ୍କୁ ସଂସ୍କୃତି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ନିରନ୍ତର ଭାବରେ ଏହିପରି ନିଷ୍ପତ୍ତି ନିଆଯାଉଥିବାରୁ ବିଭିନ୍ନ କ୍ଷେତ୍ରରେ ବ୍ୟବସ୍ଥା ସହ ଜଡିତ ଆବଶ୍ୟକୀୟ ସୁଧାର ବି ଆସିଛି।

ମୋହନ ଯାଦବ କହିଛନ୍ତି ଯେ, ଏହି କ୍ରମରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ କୁଳଗୁରୁ ଭାବରେ ସମ୍ବୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମ୍ବୋଧନରେ ଆତ୍ମିୟତା, ସ୍ନେହ ଏବଂ ସମ୍ମାନର ଏକ ଭାବ ନୀହିତ ରହିଛି । ରାଜ୍ୟ ମନ୍ତ୍ରୀ ପରିଷଦ ଦ୍ବାରା ଏହି ନିଷ୍ପତ୍ତି ଗୁଡ଼ିକୁ ଅନୁମୋଦନ କରାଯାଇଛି । ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ, ମୋହନ ଯାଦବଙ୍କ ନିଷ୍ପତ୍ତିକୁ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.