ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, କେ. କବିତାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ. କବିତାଙ୍କ ଜାମିନ ଆବେଦନ ଖାରଜ । ସୋମବାର ଦିଲ୍ଲୀ ହାଇକୋର୍ଟ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିବା ଜଣାପଡ଼ିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା କେ କବିତାଙ୍କୁ ଆଶ୍ବସ୍ତି ମିଳିପାରିଲା ନାହିଁ । ଆଜି ଜଷ୍ଟିସ ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଖଣ୍ଡପୀଠ କବିତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ । ଏହା ପୂର୍ବରୁ ମେ’ ୨୮ରେ କବିତାଙ୍କ ଦୁଇଟି ବେଲ ଆବେଦନର ଶୁଣାଣି କରି କୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ । 

ମାର୍ଚ୍ଚ ୧୫ରେ କେ କବିତାଙ୍କୁ ହାଇଦ୍ରବାଦର ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା ।  ଅବକାରୀ ଦୁର୍ନୀତିରେ ସଂପୃକ୍ତ ସାଉଥ ଗ୍ରୁପ୍‌ର ମୁଖ୍ୟ କେ କବିତାଙ୍କୁ ଏପ୍ରିଲ ୧୧ରେ ତିହାର ଜେଲ୍‌ରୁ ଗିରଫ କରିଥିଲା ସିବିଆଇ ।  ଏହା ପରେ ମେ ୨୬ରେ ଉଭୟ ଇଡି ଏବଂ ସିବିଆଇ ମାମଲାକୁ ନେଇ ଟ୍ରାଏଲ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କବିତା । ହେଲେ କବିତାଙ୍କ ଏହି ଆବେଦନ ଖାରଜ କରିଥିଲେ ହାଇକୋର୍ଟ । 

 କବିତାଙ୍କ ଓକିଲ କୋର୍ଟରେ କହିଥିଲେ ଯେ, ଦିଲ୍ଳୀ ଅବକାରୀ ଦୁର୍ନୀତି ମାମଳଲାରେ ୫୦ ଜଣରୁ ଉର୍ଦ୍ଧ୍ବ ଅଭିଯୁକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ କବିତା କେବଳ ଜଣେ ମହିଳା । ଏହି ଦୃଷ୍ଟିକୋଣରୁ କବିତାଙ୍କ ଜାମିନ ମାଗିଥିଲେ ତାଙ୍କ ଓକିଲ । ସେପଟେ ଉଭୟ ଇଡି ଏବଂ ସିବିଆଇ କବିତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ । ସେ ସାକ୍ଷିଙ୍କୁ ପ୍ରଭାବିତି କରିବେ ବୋଲି ଅଭିଯୋଗ କରିବା ସହ କବିତାଙ୍କୁ ଜାମିନ ନମିଳିବା ଦରକାର ବୋଲି ଇଡି ଏବଂ ସିବିଆଇ ପକ୍ଷରୁ କୋର୍ଟରେ କୁହାଯାଇଥିଲା । 

 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.