ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ସିଭିଲ ସର୍ଭିସ ପ୍ରିଲିମ୍ସର ରେଜଲ୍ଟ ପ୍ରକାଶିତ , ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ – ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ଆଜି ୧ ଜୁଲାଇରେ ସିଭିଲ ସେବା (ପ୍ରାରମ୍ଭିକ) ପରୀକ୍ଷା ୨୦୨୪ର ଫଳାଫଳ ଜାରି କରିଛି। ଯେଉଁ ପ୍ରାର୍ଥୀ ପରୀକ୍ଷାରେ ଉପସ୍ଥିତ ଥିଲେ, ସେମାନେ ନିଜର ରେଜଲ୍ଟ ଅଫିସିଆଲି ୱେବସାଇଟ୍ upsc.gov.inରେ ଦେଖି ପାରିବେ। 

ଯେଉଁ ପ୍ରାର୍ଥୀ ସିଭିଲ ସେବା ପ୍ରାରମ୍ଭିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି , ସେମାନେ ଆଗାମୀ ପର୍ଯ୍ୟାୟର ୟୁପିଏସସି  ସିଏସଇ ମେନ୍ସ ( ମୁଖ୍ୟ) ୨୦୨୪ ରେ ଭାଗ ନେଇ ପାରିବେ। ଏହାପରେ ମେନ୍ସରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଇଣ୍ଟରଭ୍ୟୁ ବା ବ୍ୟକ୍ତିତ୍ୱ ପରୀକ୍ଷଣ ବେଳେ ଆଗକୁ ବଢିବେ। 

ପରୀକ୍ଷାର ନିୟମାନୁସାରେ , ଏହି ସବୁ ପ୍ରାର୍ଥୀଙ୍କୁ  ସିଭିଲ ସେବା (ମୁଖ୍ୟ) ପରୀକ୍ଷା , ୨୦୨୪  ପାଇଁ ବିସ୍ତୃତ ଆବେଦନ ପତ୍ର-୧ ( ଡିଏଏଫ-୧) ରେ ପୁଣି ଥରେ ଆବେଦନ  କରିବାକୁ ହେବ। ଡିଏଏଫ-୧ ଭରିବା ଓ ଏହାକୁ ଜମା କରିବାର ତାରିଖ ଓ ମହତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଆୟୋଗର ୱେବସାଇଟ୍‌ରେ ଖୁବ୍‌ ଶୀଘ୍ର ଘୋଷଣା କରାଯିବ। 

ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ୧୬ ଜୁନରେ ସାରା ଦେଶରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ କରାଯାଇ ଥିଲା। ସିଭିଲ ସେବା ( ପ୍ରାରମ୍ଭିକ) ପରୀକ୍ଷାରେ ବସ୍ତୁନିଷ୍ଠ ପ୍ରକାରର ଦୁଇଟି ପେପର ସାମିଲ ଥିଲା ଏବଂ ସର୍ବାଧିକ ୪୦୦ ନମ୍ୱର ଥିଲା। ୟୁପିଏସସିରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୁଲିସ ସେବା (ଆଇପିଏସ) ଓ ଭାରତୀୟ ବିଦେଶ ସେବା (ଆଇଏଫଏସ) ସାମିଲ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.