ପ୍ରମୂଖ ଖବର
  • ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ରାଜସ୍ଥାନରେ ବୋଲେରୋ-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା , ୯ ମୃତ୍ୟୁ ଓ ୪ ଗୁରୁତର

ଜୟପୁର : ରାଜସ୍ଥାନର କରୌଲୀ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବୋଲେରୋ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଶିଶୁ ଓ ୬ ମହିଳାଙ୍କ ସମେତ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବୋଲେରୋରେ ଯାଉଥିବା ୪ ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣାଟି ସୋମବାର ସନ୍ଧ୍ୟାରେ ସମୟ ପାଖାପାଖି ୫ଟାରେ କରୌଲୀ-ମଣ୍ଡାରାୟଲ ମାର୍ଗ ସ୍ଥିତ ଡୁଣ୍ଡାପୁରା ପାଖରେ ହୋଇଛି। ତୁରନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି। 

ଦୁର୍ଘଟଣାର ସୂଚନା ପାଇବା ପରେ କରୌଲି ଜିଲ୍ଲା କଲେକ୍ଟର ନିଲାଭ ସକ୍ସେନା , ଏସପି ବୃଜେଶ ଜ୍ୟୋତି ଉପାଧ୍ୟାୟ , ଅତିରିକ୍ତ ଜିଲ୍ଲା କଲେକ୍ଟର ରାଜବୀର ସିଂହ ଚୌଧୁରୀ , କରୌଲୀ କୋତବାଲୀ ଥାନା ଅଧିକାରୀ ସୁନିଲ ସିଂହଙ୍କ ସମେତ ଚିକିତ୍ସା ବିଭାଗ ଓ ପ୍ରଶାସନର ପୁଲିସ ଅଧିକାରୀ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଛନ୍ତି।

ଅନ୍ୟପଟେ ମୃତକଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲର ଶବଗୃହରେ ରଖା ଯାଇଛି। ସୂଚନା ମୁତାବିକ, ଦୁର୍ଘଟଣାରେ ଆହତ ହୋଇଥିବା ୪ଜଣ ଲୋକଙ୍କ ସ୍ଥିତି ଗୁରୁତର ଥିବା କୁହାଯାଉଛି। କୁହାଯାଉଛି କି , ବୋଲେରୋରେ ଥିବା ସବୁ ଲୋକ କୈଲା ଦେବୀ ମାତାଙ୍କ ଦର୍ଶନ କରିବାକୁ ଯାଉଥିଲେ। କରୌଲିରୁ ଟ୍ରକ୍‌ ଯାଉଥିଲା। ମୃତକଙ୍କ ମଧ୍ଯରେ ଅଧିକାଂଶ ମଧ୍ୟ ପ୍ରଦେଶର ନିବାସୀ।

ଉଲ୍ଲେଖନୀୟଯେ, ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗି ରହିଥିଲା। ଏହାପରେ ଲୋକେ ଘଟଣାର ସୂଚନା ପୁଲିସକୁ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.