ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

କାହିଁକି ଶାହରୁଖଙ୍କ ପାଇଁ ଗୀତ ଗାଉ ନାହାନ୍ତି ଅଭିଜିତ , ସବୁ କଥାର କଲେ ଖୁଲାସା

ମୁମ୍ୱାଇ – ଶାହରୁଖ ଖାନଙ୍କ ପାଇଁ ଅନେକ ବ୍ଲକ୍‌ବଷ୍ଟର ଗୀତ ଗାଇଛନ୍ତି ବଲିଉଡର ଲୋକପ୍ରିୟା ଗାୟକ ଅଭିଜିତ୍‌ ଭଟ୍ଟାଚାର୍ଜ। ଏବେ ସେ ଆଉ ତାଙ୍କ ପାଇଁ ଆଉ ଗାଉ ନାହାନ୍ତି। ଏହା ପଛରେ କଣ ରହିଛି କାରଣ , ଏହା ଅଧିକାଂଶ ଲୋକ ଜାଣି ନାହାନ୍ତି। ଅଭିଜିତ ଅନେକ ସମୟରେ ନିଜର ଇଣ୍ଟରଭ୍ୟୁରେ ଶାହରୁଖ ଖାନଙ୍କ କଥାକୁ କହି ଥାନ୍ତି। ସଦ୍ୟ ଏକ ସାକ୍ଷାତକାରରେ ପୁଣି ଥରେ ସେ ଶାହରୁଖଙ୍କ ଉପରେ କହିଛନ୍ତି। ଏହାସହ କହିଛନ୍ତି , ଇଣ୍ଡଷ୍ଟ୍ରରେ ତାଙ୍କ ସହ ବହୁତ ରାଜନୀତି ହୋଇଛି। ଅଭିଜିତ କହିଛନ୍ତି କି, ମ୍ୟୁଜିକ ଡାଇରେକ୍ଟରମାନଙ୍କୁ ଯେମିତି ହିଁ ଜଣାପଡ଼ୁଥିଲା କି ଶାହରୁଖ ଖାନଙ୍କ ଫିଲ୍ମ ମିଳିଛି, ଏହି ଲୋକେ ଜାଣିଶୁଣି ତାଙ୍କୁ ଗୀତ ଗାଇବାକୁ ଦେଉ ନଥିଲେ।

ୟସ୍‌ ବସ୍, ଚଲତେ-ଚଲତେ , ମୈଁ ହୁଁ ନା , ବାଦଶାହ ଭଳି ଲୋକପ୍ରିୟ ଫିଲ୍ମରେ ଶାହରୁଖ ଖାନଙ୍କ ପାଇଁ ଗାଇ ଥିବା ଅଭିଜିତ ଭଟ୍ଟାଚାର୍ଜ ଅନେକ ସମୟରେ ହିଟ୍‌ ଦେଇ ଚାଲିଛନ୍ତି। ସଦ୍ୟ ପିଙ୍କଭିଲା ସହ କଥାବାର୍ତ୍ତାରେ ପୁଣି ଥରେ ସେ କିଛି ପୁରୁଣା କଥାକୁ ମନେପକାଇଛନ୍ତି। ଅଭିଜିତଙ୍କୁ ପଚରା ଯାଇଥିଲା କି , ସେ କେବେ ସମାଲୋଚନାର ଶିକାର ହୋଇଛନ୍ତି , କେବେ ଅପମାନିତ ଅନୁଭବ କରିଛନ୍ତି, ଯେଉଁଥିରେ ମୋଟିଭେଟ୍‌ ବି ହୋଇଛନ୍ତି ? ସେ ଏହା ଉପରେ କହିଛନ୍ତି , ମୋ ସହ ବହୁତ ହୋଇଛି। ସେ ମ୍ୟୁଜିକ ଡାଇରେକ୍ଟର , ଯେତେ ବି କ୍ଲୋଜ ହୋଇଥାନ୍ତୁ ମୋର , ଏମିତି ଲାଗୁଥିଲା କି, ତାଙ୍କ ମୋଟିଭ୍‌ ହିଁ ଥିଲା କି, ଅଭିଜିତ୍‌ଙ୍କୁ ଗାଇବାକୁ ଦେବିନି।  

ଅଭିଜିତ କହିଛନ୍ତି , ଯେବେ ଠାରୁ ମୋତେ ପୁରସ୍କାର ମିଳିଛି, ୟସ୍‌ ବସ୍‌ କୌଣସି ଏକ ବ୍ଲକବଷ୍ଟର ନଥିଲା, ଗୀତର ମଧ୍ୟ ବ୍ଲକବଷ୍ଟର ନଥିଲା। କିନ୍ତୁ ଏହି ଟାଇମ୍‌ରେ ସବୁ ବ୍ଲକବଷ୍ଟର ମଧ୍ୟରେ ଏକ ନନ୍‌ ବ୍ଲକବଷ୍ଟର ଥିଲା, ବର୍ଡର, ପରଦେଶ, ଦିଲ୍‌ ତୋ ପାଗଲ ହୈ ଏବଂ ଏପଟେ ମୋତେ ପୁରସ୍କାର ମିଳି ଗଲା। କେତେ ମ୍ୟୁଜିକ୍‌ ଡାଇରେକ୍ଟରଙ୍କୁ ସେମିତି ଲାଗିଲା , ଏହାପରେ ସେ ଲୋକ ମୋତେ ଦେଖାଇ କରି କହିଲେ କି ତମ ଦ୍ୱାରା ଆଉ ଗୀତ କରିବୁନି। 

ଶାହରୁଖ ଖାନଙ୍କ ସହ କଣ କଣ୍ଟ୍ରୋଭର୍ସି ହୋଇଥିଲା , ଏହା ଉପରେ ଅଭିଜିତ୍‌ କହିଲେ , ଆମ ଦୁହିଁଙ୍କର ନେଚର ସେମ୍ । କୌଣସି ତଫାତ୍‌ ନାହିଁ । ବାର୍ଥ ଡେ ‘ ରେ ମଧ୍ୟ ଗୋଟିଏ ଦିନର ତଫାତ୍‌ ଅଛି। ମୁଁ ଆଜି ବି ତାଙ୍କ ପାଖକୁ ଯିବି ତ ମୁଁ ହକ୍‌ର ସହ ଧରି କହି ପାରିବି କି, ବହୁତ ନାଟକ ହୋଇଗଲା। ସେ ମୋ ଠାରୁ ୭-୮ ବର୍ଷ ଜୁନିୟର। ମୁଁ କହି ପାରିବି କି , ତମେ ଷ୍ଟାର, ଷ୍ଟାର ହୋଇ ରହିବ , ଥରେ ଯଦି ମୁଁ ଆସିଗଲି ତ ମୁଁ ହିଁ ରହିବି। କେବେ କେବେ ଏମିତି ଲାଗେ କି ସେ ବହୁତ ବ୍ୟସ୍ତ , କିନ୍ତୁ ଏମିତି ନୁହେଁ । ତାଙ୍କୁ ଜଣା କି ମୋତେ ଆଘାତ ଲାଗିଛି। ଅଭିଜିତ ଏବେ ବି କୁହନ୍ତି ସେ ଶାହରୁଖ ଖାନଙ୍କ ପାଇଁ ଗାଇବାକୁ ଚାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.