ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍‌ ଲିକ୍‌ରେ ୮ ଶ୍ରମିକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ରଥଖଳା ହାଲ୍‌ଚାଲ୍‌...କନକମୁଣ୍ଡି କାମ ଶେଷ, ଚକା ବେଦି ନିର୍ମାଣ ଆରମ୍ଭ
  • ||
  • ଭାରତୀୟ ନ୍ୟାୟ ସଂହିତା ଆଧାରରେ ଭୁବନେଶ୍ୱରରେ ପ୍ରଥମ ମାମଲା ରୁଜୁ
  • ||
  • ବାରବାଡୋସରେ ଭୟଙ୍କର ବାତ୍ୟା, ହୋଟେଲରେ ଅଟକିଲେ ଟିମ୍‌ ଇଣ୍ଡିଆ ଖେଳାଳି ଏବଂ ଷ୍ଟାଫ୍
  • ||
  • ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ୫ ଛାତ୍ର ଉଦ୍ଧାର କଲା ବନ ବିଭାଗ, ଆଜି ପରିବାର ଲୋକଙ୍କୁ କରାଯିବ ହସ୍ତାନ୍ତର
  • ||
  • ସୋମବାରଠୁ ଜନତା ଦରବାର, ଲୋକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କରିପାରିବେ ଅଭିଯୋଗ
  • ||
  • ଅନବସର ସେବା ପରେ ଆରୋଗ୍ୟଲାଭ କରୁଛନ୍ତି ମହାପ୍ରଭୁ: ଆଜି ଚକା ବିଜେ, ଜାଗ୍ରତ ଅବସ୍ଥାକୁ ଆସିବେ ଠାକୁରେ
  • ||
  • ମୌସୁମୀ ସକ୍ରିୟ: ଆସନ୍ତା ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା, ୩ରୁ ପ୍ରବଳ ଛେଚିବ
  • ||

ପୁଅ ଅଭିଷେକଙ୍କ ପରେ ଅମିତାଭ ବଚ୍ଚନ ମୁମ୍ବାଇର ଏହି ଅଂଚଳରେ କିଣିଲେ ଦୁଇ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ, ଦାମ୍ ଜାଣନ୍ତିକି ?...

Image source:

ନୂଆଦିଲ୍ଲୀ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବେ ରିୟଲ ଇଷ୍ଟେଟ କ୍ଷେତ୍ରରେ ବଡ ନିବେଶ କରୁଛନ୍ତି । ମୁମ୍ବାଇର ବୋରିଭାଲି ସୁବୁର୍ବ ଅଂଚଳରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ଅମିତାଭ୍ । ହିନ୍ଦୁସ୍ତାନ ଟାଇମ୍‌ସ ଏହା ରିପୋର୍ଟ କରିଛି । ତେବେ ଅମିତାଭ୍‌ଙ୍କ ପୂର୍ବରୁ ପୁଅ ଅଭିଷେକ୍ ବଚ୍ଚନ ମଧ୍ୟ ଏହି ସମାନ ଅଂଚଳରେ ୬ଟି ଆପାର୍ଟମେଣ୍ଟ କିଣିଛନ୍ତି । 

ଅମିତାଭଙ୍କ ଏହି ନୂଆ ଆପାର୍ଟମେଣ୍ଟର ମୂଲ୍ୟ ପାଖାପାଖି ୭ କୋଟି ଟଙ୍କା ବୋଲି ସୂଚନା ମିଳୁଛି । ଆପାର୍ଟମେଣ୍ଟ ଟାଓ୍ବାରର ଏହା ୫୭ ତମ ଫ୍ଲୋରରେ ରହିଛି । ଏହା ଅଭିଷେକଙ୍କ ପ୍ରପର୍ଟି ସହିତ ସମାନ ସ୍ତରରେ ରହିଛି । ମେ ୨୯ ରେ ଏହି ଚୁକ୍ତି ଚୂଡାନ୍ତ ହୋଇଥିବା ଜଣାପଡିଛି । ପଞ୍ଜୀକରଣ ପାଇଁ ଷ୍ଟାମ୍ପ ଡ୍ୟୁଟି ସହିତ ୪୦.୭୨ ଲକ୍ଷ ଟଙ୍କା ଦେୟ ହୋଇଛି । ଜାପକି ଡଟ୍ କମ୍ ମାଧ୍ୟମରେ ଆକ୍ସେସ୍ ହୋଇଥିବା ଡକ୍ୟୁମେଣ୍ଟ ଗୁଡିକରୁ ଏହି ତଥ୍ୟ ଜଣାପଡିଛି।

ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ, ଏହା ପୂର୍ବରୁ ଏହି ଭେଟେରାନ ଅଭିନେତା ମୁମ୍ବାଇରେ ଗୋଟିଏ ନୁହେଁ ବରଂ ତିନୋଟି ବ୍ୟବସାୟିକ ସମ୍ପତ୍ତି କିଣିଛନ୍ତି ଯାହାର ମୂଲ୍ୟ ୬୦ କୋଟି ଟଙ୍କା । ଅମିତାଭ ବଚ୍ଚନଙ୍କ ଏହି ସମ୍ପତ୍ତି ମୁମ୍ବାଇର ଆନ୍ଧେରି ଉପକଣ୍ଠର ଓଶିୱାରା ଅଞ୍ଚଳରେ ରହିଛି । ଆନ୍ଧେରି ୱେଷ୍ଟର ଭେରା ଦେଶାଇ ରୋଡରେ ଥିବା ସିଗନେଚର ବିଲ୍ଡିଂରେ ଅବସ୍ଥିତ । ଏହି ଅଫିସ୍ ୟୁନିଟ୍ ଗୁଡିକର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ।ଏଥିରେ ତିନୋଟି ଲେଖାଏ କାର୍ ପାର୍କିଂ ସ୍ଥାନ ଅନ୍ତର୍ଭୁକ୍ତ ରହିଛି ।

ତେବେ ରିପୋର୍ଟ ଅନୁଯାୟୀ, ମେ ୨୮, ୨୦୨୪ରେ ଅଭିଷେକ ବଚ୍ଚନ ବୋରିଭାଲିର ଓବରୋଇ ସ୍କାଏ ସିଟି ପ୍ରକଳ୍ପରେ ୬ଟି ଆପାର୍ଟମେଣ୍ଟ କିଣିଥିଲେ। ଏହାର ମୂଲ୍ୟ ୧୫ କୋଟି ଟଙ୍କା ଥିଲା । ସୂଚନାଥାଉକି, ଶାହାରୁଖ ଖାନ, ଶିଳ୍ପା ଶେଟ୍ଟୀ, ଅକ୍ଷୟ କୁମାର, ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ପରି ବଲିଉଡର ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ରିଅଲ୍ ଇଷ୍ଟେଟ୍ ଉଦ୍ୟୋଗରେ ସକ୍ରିୟ ଭାବରେ ପୁଞ୍ଜି ବିନିଯୋଗ କରୁଛନ୍ତି । ସମ୍ପ୍ରତି ରଣଭୀର ସିଂ, ହ୍ରିତିକ ରୋଶନ, ରାନୀ ମୁଖାର୍ଜୀ, ଆଲିଆ ଭଟ୍ଟ, ଦିଶା ପଟାନି, ଏବଂ ଜାନଭୀ କପୁରଙ୍କ ପରି ସେଲିବ୍ରିଟି ମାନେ ହାଏ ପ୍ରୋଫାଇଲ୍ କାରବାରରେ ଜଡିତ ଅଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.