ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଫିଲ୍ମରୁ ବ୍ରେକ୍‌ ନେବେନି କଙ୍ଗନା, ସ୍ପଷ୍ଟ କଲେ ଘନିଷ୍ଠ ବ୍ୟକ୍ତି

ମୁମ୍ବାଇ ୨୮/୦୬: ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ କଙ୍ଗନା ରଣାୱତ ଏକ ସାକ୍ଷାତକାରରେ କହିଥିଲେ, ନିର୍ବାଚନ ଜିତିଲେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଦେବେ । କିନ୍ତୁ ତାଜା ରିପୋର୍ଟ ଅନୁସାରେ, କଙ୍ଗନା ସିନେ ଯାତ୍ରା ଜାରି ରଖିବେ । ତାଙ୍କର ଅତି ଘନିଷ୍ଠ ବ୍ୟକ୍ତି ଏହା ସ୍ପଷ୍ଟ କରିଛନ୍ତି । କଙ୍ଗନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । 

ଫିଲ୍ମଟି ‘ଚନ୍ଦୁ ଚାମ୍ପିଅନ୍‌’ ସହିତ ମୁକ୍ତିଲାଭ କରିଥାନ୍ତା । କିନ୍ତୁ କଙ୍ଗନା ନିର୍ବାଚନ ଯୋଗୁ ରିଲିଜ୍‌ ପାଇଁ ତାରିଖ ଦେଇପାରିଲେ ନାହିଁ । ସଂସଦ ଅଧିବେଶନ ଶେଷ ହେବା ପରେ ଫିଲ୍ମ ରିଲିଜ୍‌ ତାରିଖ ସ୍ପଷ୍ଟ ହେବ ବୋଲି କଙ୍ଗନାଙ୍କର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଅପ୍‌କମିଙ୍ଗ ଫିଲ୍ମ ବିଷୟରେ କଙ୍ଗନା ଖୁବ୍‌ଶୀଘ୍ର ଘୋଷଣା କରିପାରନ୍ତି । ଚର୍ଚ୍ଚା ହେଉଛି, ଆନନ୍ଦ ଏଲ୍‌ ରାୟଙ୍କ ‘ତନୁ ୱେଡ୍‌ସ ମନୁ-୩’ ଓ ଅଲୌକିକ ଦେସାଇଙ୍କ ପୌରାଣିକ ଫିଲ୍ମ ‘ସୀତା-ଦ ଇନ୍‌କାରନେସନ୍‌’ ଭଳି ଫିଲ୍ମ ତାଙ୍କ ହାତରେ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.